ଡାକ୍ତର ଶ୍ୟାମାପ୍ରସନ୍ନ ମିତ୍ର

Blood Pressure

ମନୁଷ୍ୟ ଶରୀରରେ ମିନିଟକୁ ୬୦ରୁ ୯୦ ଥର ହୃଦ୍‌ସ୍ପନ୍ଦନ ହୋଇଥାଏ। ଏଣୁ ପ୍ରତି ହୃଦ୍‌ସ୍ପନ୍ଦନରେ ହୃତ୍‌ପିଣ୍ଡରୁ ୭୦ ମି.ଲି. ଲିଟର ରକ୍ତ ଧମନୀଗୁଡ଼ିକୁ ପ୍ରକ୍ଷେପଣ ହୋଇଥାଏ। ଯଦି କୌଣସି ଲୋକର ହୃଦୟ ମିନିଟକୁ ୭୫ ଥର ସ୍ପନ୍ଦନ ହୋଇଥାଏ, ତେବେ ଏହି ଅବସ୍ଥାରେ ପ୍ରାୟ ୫ ଲିଟର ରକ୍ତ ହୃତ୍‌ପିଣ୍ଡରୁ ଧମନୀଗୁଡ଼ିକୁ ନିକ୍ଷେପ ହୋଇଥାଏ। ଏହି ଉପାୟରେ ହୃତ୍‌ପିଣ୍ଡରୁ ରକ୍ତ ଧମନୀଗୁଡ଼ିକୁ ନିକ୍ଷେପ କରାଯିବା ଦ୍ୱାରା ନମନୀୟ ଧମନୀଗୁଡ଼ିକ ଉପରେ ଚାପ ସୃଷ୍ଟି ହୋଇଥାଏ। ଯାହାଫଳରେ କି ଧମନୀଗୁଡ଼ିକ ରକ୍ତର ଚାପରେ ସଙ୍କୁଚିତ ପ୍ରସାରିତ ହୋଇଥାନ୍ତି। ମାତ୍ର ଯେତେବେଳେ ଏହି ଚାପ ସୀମା ଲଙ୍ଘିଯାଏ ସେତେବେଳେ ହାଇ ବ୍ଲଡପ୍ରେସର ଅର୍ଥାତ୍ ଉଚ୍ଚ ରକ୍ତଚାପର ସ୍ଥିତି ଆସିଯାଏ।

ଏହି ବର୍ଦ୍ଧିତ ରକ୍ତଚାପ ଅନେକ ରୋଗର କାରଣ। ଶରୀରକୁ ସୁସ୍ଥ ତଥା ଏହାକୁ ପରିଚାଳିତ କରୁଥିବା ସମଗ୍ର ଅଂଗଗୁଡ଼ିକ ଲଗାତର ଚାପ ପାଇବା ଫଳରେ ଧୀରେ ଧୀରେ ବିକୃତ ହୋଇପଡ଼େ। ଏମିତି ହୁଏ ଯେ ଏକ ଗମ୍ଭୀର ଜଟିଳ ପରିସ୍ଥିତି ସୃଷ୍ଟି ହୁଏ। ଯାହା ଫଳରେ କି ସ୍ୱାସ୍ଥ୍ୟକୁ ପୁନଃ ଫେରିପାଇବା କଷ୍ଟକର ହୋଇପଡ଼େ।

high blood pressure

ରକ୍ତଚାପ କ’ଣ?

ଏହା ଏଭଳି ଏକ ଚାପ ଯିଏକି ରକ୍ତକୁ ଧମନୀ ମଧ୍ୟକୁ ନିକ୍ଷେପଣ କରାଇଥାଏ। ଏହାକୁ ରକ୍ତଚାପ ବା ବ୍ଲଡପ୍ରେସର ବୋଲି କୁହାଯାଏ। ଏହି ଚାପ ହୃଦୟର ପ୍ରତିଟି ସ୍ପନ୍ଦନ ସହିତ ଅଧିକତମ ବା ନ୍ୟୁନତମ ହୋଇଥାଏ। ଏହି ସମୟରେ ହୃତ୍‌ପିଣ୍ଡ ସଙ୍କୁଚିତ ପ୍ରସାରିତ ହୋଇଥାଏ ଓ ଏଥିରେ ମହଜୁଦ୍ ରକ୍ତକୁ ଜୋର୍‌ରେ ଧମନୀଗୁଡ଼ିକୁ ନିକ୍ଷେପ କରାଯାଇଥାଏ। ଏହି ସମୟରେ ଧମନୀରେ ରକ୍ତର ଚାପ ଅଧିକତମ ସ୍ତରରେ ପହଞ୍ଚିଯାଏ। ଏହି ପ୍ରକ୍ରିୟାକୁ ସିଷ୍ଟୋଲିକ୍ ବ୍ଲଡ଼ପ୍ରେସର ବୋଲି କହିଥାନ୍ତି। ପ୍ରତି ସଂକୋଚନ ପରେ ହୃତ୍‌ପିଣ୍ଡ ସାମାନ୍ୟ ଶିଥିଳ ହୋଇଥାଏ। ଏହି ଅବସ୍ଥାରେ ଧମନୀରେ ରକ୍ତଚାପ ନ୍ୟୁନତମ ସୀମାରେ ପହଞ୍ଚିଥାଏ। ଏହାକୁ ’ନିମ୍ନ’ ବା ଡାଇଷ୍ଟୋଲିକ ବ୍ଲଡପ୍ରେସର ବୋଲି କହିଥାନ୍ତି। ତେବେ ଏ କଥା ମନେ ରଖିବାକୁ ହେବ ଯେ ସିଷ୍ଟୋଲିକ ବ୍ଲଡପ୍ରେସର ପ୍ରତିଟି ହୃଦ୍‌ସ୍ପନ୍ଦନ ସହିତ ପରିବର୍ତ୍ତିତ ହୋଇଥାଏ। କାର୍ଯ୍ୟ ବା ଭୋଜନ କରିବା ପର ଅବସ୍ଥାରେ ବା ମାନସିକ ଦୁଶ୍ଚିନ୍ତା ସ୍ଥିତିରେ ହୃଦ୍‌ସ୍ପନ୍ଦନ ବଢିଥାଏ। ମାତ୍ର ବିଶ୍ରାମ ନେବା ସ୍ଥିତିରେ ଏହି ଚାପ ସାମାନ୍ୟ ରହିଥାଏ। ତେବେ କଥା ହେଉଛି ସିଷ୍ଟୋଲିକ୍ ବ୍ଲଡପ୍ରେସର ଖାସ୍ କରି ହୃଦୟର ଗତି ଉପରେ ନିର୍ଭର କରିଥାଏ। ଏଣୁ ଡାଇଷ୍ଟୋଲିକ ବ୍ଲଡପ୍ରେସରର ଗୁରୁତ୍ୱକୁ ଅଧିକ ଧ୍ୟାନ ଦିଆଯାଏ।

ରକ୍ତଚାପର ସାମାନ୍ୟ ସୀମା:

ସିଷ୍ଟୋଲିକ ଚାପ ୧୩୦ମିଲିମିଟର ମରକ୍ୟୁରୀ ଓ ଡାଇଷ୍ଟୋଲିକ୍ ଚାପ ୮୫ ମିଲିମିଟର ମରକ୍ୟୁରୀରୁ କମ୍ ହେଲେ ଏହାକୁ ସାମାନ୍ୟ ବୋଲି ଗଣନା କରାଯାଏ। ମାତ୍ର ସବୁଠୁ ବଡ଼ ଚାପ ୧୨୦/୮୦ ଭିତରେ ଗଣନା କରାଯାଏ। ୧୩୦ରୁ ୧୩୯ର ସିଷ୍ଟୋଲିକ୍ ତଥା ୮୫ରୁ ୮୯ ଡାଇଷ୍ଟୋଲିକ ଚାପ ମଧ୍ୟ ଅସାମାନ୍ୟ ନୁହେଁ, କିନ୍ତୁ ଏହାକୁ ଏକ ଚେତାବନୀ ବୋଲି ଭାବିବା ଉଚିତ। ଏଭଳି ସ୍ଥିତି ପହଞ୍ଚିଲେ ପ୍ରତିବର୍ଷ ପରୀକ୍ଷା କରାଇବା ଉଚିତ। ଯେତେବେଳେ ରକ୍ତଚାପ ୧୪୦ରୁ ୯୦ ପଏଣ୍ଟକୁ ଛୁଇଁଯାଏ ସେତେବେଳେ ଏହା ଉଚ୍ଚ ରକ୍ତଚାପ ଶ୍ରେଣୀରେ ଆସିଯାଏ। କିନ୍ତୁ ଥରେ ଏହି ପଏଣ୍ଟକୁ ଛୁଇଁଯିବା ପରେ ଯେକୌଣସି ନିର୍ଣ୍ଣୟରେ ପହଞ୍ଚିଥାଏ

ରକ୍ତଚାପ କିପରି ମପାଯାଏ?

ରକ୍ତଚାପ ମାପିବା ଯନ୍ତ୍ରକୁ ସ୍ୱିଗ୍‌ମୋମାନୋମିଟର କୁହାଯାଏ। ଏହା ଦୁଇ ପ୍ରକାରର ଯଥା- (୧) ପାରଦ ଭରା କେପିଲରୀ (୨) ଶୁଷ୍କ ବ୍ୟାରୋମିଟର।

ଯେଉଁ ଲୋକର ରକ୍ତଚାପ ମପାଯାଏ ତା’କୁ ବସେଇବା ବା ଶୁଆଇବା ପରେ ବାହୁର ଉପରି ଭାଗରେ କହୁଣୀର ଉପରେ ଯନ୍ତ୍ର ସହିତ କପଡ଼ା ଥଳୀ, ଯେଉଁଥିରେ ଦୁଇଟି ନଳୀ ସଂଯୁକ୍ତ ରହିଥାଏ ବନ୍ଧାଯାଏ। ଏଥିରେ ଗୋଟିକର ସମ୍ବନ୍ଧ ରହିଛି ରକ୍ତଚାପ ମାପିବା ଯନ୍ତ୍ର ସହିତ, ଅନ୍ୟଟି ଗୋଲାକାର ବଲ ସଦୃଶ ପମ୍ପ ଯନ୍ତ୍ର। ରକ୍ତଚାପର ସଠିକ୍ ମାପ ପାଇଁ ରୋଗୀକୁ ସେହି ସମୟରେ ରିଲାକ୍ସ ହୋଇ ରହିବା ଜରୁରୀ। କାରଣ ମାନସିକ ଉଦ୍ଦିପନା ଆଦି ସ୍ଥିତିରେ ଠିକ୍ ମାପ ହୋଇ ନ ଥାଏ। ରବର ଥଳୀକୁ ବାହୁରେ ବାନ୍ଧିଦେବା ପରେ ରକ୍ତଚାପ ମପାଯାଏ। ଏହା ପରେ ରବର ବଲ୍‌କୁ ଚାପଦେଇ ପମ୍ପ କରାଯାଏ, ଏହାଦ୍ୱାରା ବ୍ୟାରୋମିଟରର ପାରଦ ଉପରକୁ ଉଠିଥାଏ। ପାରଦ ଉପରେ ଚଢିବା ମାତ୍ରେ ଡାକ୍ତର ରୋଗୀର ଡ୍ରେଙ୍କିୟଲ ଧମନୀ ଉପରେ ଷ୍ଟେଥୋସ୍କୋପ ରଖି ରକ୍ତ ପ୍ରବାହ ଶୁଣିଥାନ୍ତି। ଏହା ସହିତ ରବର ବଲ୍‌ର ଚାପକୁ କମ୍ କରିଥାନ୍ତି। ସିଷ୍ଟୋଲିକ ଚାପ କାଳରେ ରକ୍ତ ପ୍ରବାହିତ ହୋଇ ଷ୍ଟେଥୋସ୍କୋପ୍ ରହିଥିବା ସ୍ଥାନରେ ପହଞ୍ଚିଯାଇଥାଏ। ସିଷ୍ଟୋଲିକ୍ ଚାପ ଦ୍ୱାରା ହୃତ୍‌ପିଣ୍ଡର ପ୍ରତିଟି ସ୍ପନ୍ଦନରେ ଏକ ଜୋର ଶବ୍ଦ ଆସିଥାଏ। ଏହା ବ୍ଲଡପ୍ରେସରର ଅଧିକତମ ରିଡିଙ୍ଗ୍ ଅଟେ। ଏହା ପରେ ପବନ ଚାପ କମ୍ କରାଯାଇଥାଏ। ରବର ବଲ୍‌କୁ ଢିଲା କରିଦେବା ଦ୍ୱାରା ପବନ ବାହାରି ଆସେ। ଯାହାଦ୍ୱାରା କି ପାରଦ ତଳକୁ ଖସି ଆସିଥାଏ। ଏହା ସହିତ ହୃତ୍‌ପିଣ୍ଡର ସ୍ପନ୍ଦନ ଧୀରେ ଧୀରେ କମିଥାଏ। ଏହାକୁ ଡାଇଷ୍ଟୋଲିକ ଚାପ ବୋଲି କୁହାଯାଏ। ଡାକ୍ତର ପ୍ରାୟ ୨-୩ଥର ଏହି କ୍ରିୟାକୁ ଦୋହରାଇଥାନ୍ତି। ଯାହା ଫଳରେ କି ପ୍ରେସର ମାପିବାରେ କୌଣସି ତ୍ରୁଟିହୋଇ ନ ଥାଏ।

SwasthyaPlus

ରକ୍ତଚାପ ପରୀକ୍ଷଣରେ ସାବଧାନତା:

ରକ୍ତଚାପ ପରୀକ୍ଷା କରିବାରେ ନିମ୍ନଲିଖିତ କଥାଗୁଡ଼ିକ ଉପରେ ବିଶେଷ ଧ୍ୟାନଦେବା ଉଚିତ୍।

ରକ୍ତଚାପ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ରୋଗୀ ଚା, କଫି ବା ଧୂମପାନ କରି ନ ଥିବା ଉଚିତ।

ପରୀକ୍ଷାର ୫ ମିନିଟ ପୂର୍ବରୁ ରୋଗୀ ବିଶ୍ରାମ ମୁଦ୍ରାରେ ରହିଥିବା ଉଚିତ୍।

ରୋଗୀ ଚେୟାର ଉପରେ ପିଠିଦେଇ ଆରାମ ମୁଦ୍ରାରେ ବସିବା ଉଚିତ। ତା’ର ବାହୁ ଓ ରକ୍ତଚାପ ମପା ଯନ୍ତ୍ର ହୃତ୍‌ପିଣ୍ଡ ସମାନ ଉଚ୍ଚାରେ ରହିବା ଉଚିତ୍।

ରକ୍ତଚାପ ମାପକ ଯନ୍ତ୍ରର କପଡ଼ାଗଦିର ମାପ ରୋଗୀର ବାହୁରେ ସମ୍ପୂର୍ଣ୍ଣ ରୂପେ ଗୁଡ଼େଇ ହୋଇ ରହିବା ଉଚିତ। ମନେରଖନ୍ତୁ ଯଦି ଗଦି ବଡ଼ ଓ ବାହୁ ପତଳା ତେବେ ହାଇ ବ୍ଲଡପ୍ରେସର ବି କମ୍ ରିଡିଙ୍ଗ୍ ଦେଖାଇଥାଏ। କିନ୍ତୁ ମୋଟା ବାହୁରେ ଏହାର ଓଲଟା ରିଡିଙ୍ଗ୍ ଆସିଥାଏ। ଏଣୁ ମର୍କ୍ୟୁରୀବାଲା ସାଧାରଣ ଯନ୍ତ୍ର ରକ୍ତଚାପ ମାପିବା ପାଇଁ ସର୍ବାଧିକ ବିଶ୍ୱସନୀୟ।

smoking habit

ରୋଗର କାରଣ:

୯୦ ପ୍ରତିଶତରୁ ଅଧିକ ରୋଗୀଙ୍କଠାରେ ରୋଗ ହେବାର ନିଶ୍ଚିତ କାରଣ ଜଣାପଡ଼ି ନ ଥାଏ। ତେବେ ରକ୍ତଚାପ ରୋଗ ହେବାର କିଛି କାରଣ ଜୀବନର ରୀତିନୀତି ସହିତ ଜଡ଼ିତ ରହିଥାଏ ତ ଆଉ କିଛି କାରଣ ଆନୁବଂଶିକ ଯୋଗୁ ହୋଇଥାଏ। ଜଙ୍ଗଲରେ ବାସ କରୁଥିବା ଆଦିବାସୀ ତଥା ଗ୍ରାମାଞ୍ଚଳରେ ରହି ଆସୁଥିବା ଲୋକଙ୍କଠାରେ ଏହି ରୋଗ କମ୍ ପରିଲକ୍ଷିତ ହୋଇଥାଏ। ସହର ଓ ବିକଶିତ ସମାଜର ଲୋକଙ୍କଠାରେ ଏହି ରୋଗ ବିସ୍ତାର ଲାଭ କରିଥାଏ।

ନିମ୍ନଲିଖିତ କାରଣ ଯୋଗୁ ମଧ୍ୟ ଏହି ରୋଗ ହେବାର ଜଣାପଡ଼ିଥାଏ:

  • ମୋଟା ହେବା, ମାନସିକ ଉଦ୍‌ବିଗ୍ନ ରହିବା
  • ଧୂମପାନ, ମଦ୍ୟପାନ ଓ ବିଳାସୀ ଜୀବନଚର୍ଯ୍ୟା।
  • ଲୁଣର ଅତ୍ୟଧିକ ସେବନ।
  • ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା।
  • ମଳଦ୍ୱାର ରୋଗ, ହର୍ମୋନାଲ ଅସନ୍ତୁଳନ।
  • ମହିଳାମାନେ ଗର୍ଭନିରୋଧ ପାଇଁ ବ୍ୟବହାର କରୁଥିବା ବଟିକା।
  • ଧମନୀ ଏବଂ ତନ୍ତ୍ରିକା ବିକାର।
  • ବଂଶାନୁକ୍ରମିକ ଏହି ରୋଗ ଥିଲେ।

headache

ଲକ୍ଷଣ:

ଅନେକ ଲୋକଙ୍କୁ ଏକଥା ଜଣା ନ ଥାଏ ଯେ ସେମାନେ ଯେଉଁ ରୋଗରେ ପୀଡ଼ିତ ତାହା ନୀରବ ଘାତକ। ଏଣୁ ରୋଗକୁ ଭଲଭାବେ ଜାଣିବା ପାଇଁ ବର୍ଷରେ କମ୍‌ସେ କମ୍ ଥରେ ବା ଦି ଥର ବ୍ଲଡପ୍ରେସର ଯାଞ୍ଚ କରାଇ ନେବା ଉଚିତ। ତେବେ ନିମ୍ନଲିଖିତ ଲକ୍ଷଣ ଦେଖିଲେ ବ୍ଲଡପ୍ରେସର ଯାଞ୍ଚ କରାଇନେବା ଉଚିତ।

  • ମୁଣ୍ଡବିନ୍ଧା ହେବା, ବିଶେଷ କରି ସକାଳୁ ଉଠିଲେ ମୁଣ୍ଡର ପଛ ଭାଗରେ ବିନ୍ଧା ହେବା।
  • ନାକରୁ ରକ୍ତ ପଡ଼ିଲେ।
  • ଦୀର୍ଘ ନିଃଶ୍ୱାସ, ଥକା ଅନୁଭବ ଲାଗିଲେ
  • ମୁଣ୍ଡ ବୁଲାଇଲେ
  • ହୃଦ୍‌ସ୍ପନ୍ଦନର ଗତି ବଢିଗଲେ
  • ନିଦ ନ ହେଲେ
  • ହୃଦ୍‌ରୋଗ ହେଲେ

ଆରମ୍ଭ ଅବସ୍ଥାରେ ଉଚ୍ଚ ରକ୍ତଚାପ ବେମାରୀର ଉଗ୍ରତା କମ୍ ରହିଲେ ଏହାକୁ ସୁଦମ ରକ୍ତଚାପ ବୋଲି କୁହାଯାଏ। ସୁଦମ ରକ୍ତଚାପ ଲକ୍ଷଣ ରହିତ। ରୋଗୀ ଏହି ରୋଗ ସମ୍ବନ୍ଧରେ ନ ଜାଣି ବି ଏଥିରେ ପୀଡ଼ିତ ଥାଏ। କେବେ କେବେ ମୁଣ୍ଡବିନ୍ଧା, ଭ୍ରମ ଓ ଅନିଦ୍ରା ଯୋଗୁ ଏହି ରୋଗ ଉପସ୍ଥିତି ଜଣାପଡ଼ିଥାଏ। ଉଚ୍ଚ ରକ୍ତଚାପ ଲକ୍ଷଣକୁ ସାଧାରଣତଃ ୪ଭାଗରେ ଭାଗ କରାଯାଇଛି (୧) ମସ୍ତିଷ୍କ ସମ୍ବନ୍ଧୀୟ ଲକ୍ଷଣ, (୨)ହୃଦୟ ସମ୍ବନ୍ଧୀୟ ଲକ୍ଷଣ, (୩) ବୃକକ୍ ସମ୍ବନ୍ଧୀୟ ଲକ୍ଷଣ, (୪) ନେତ୍ରର ପଶ୍ଚିମ ପଟଳ

ଚିକିତ୍ସା: ରକ୍ତଚାପ ୧୫୦/୯୦ ମିଲିରୁ ଊର୍ଦ୍ଧ୍ୱ ରହିଲେ ରୋଗୀର ଚିକିତ୍ସା ସେହି ସମୟରେ ଆରମ୍ଭ କରିଦେବା ଉଚିତ୍। ନଚେତ୍ ଅଧିକ ବଢିଗଲେ ଚିକିତ୍ସା କଠିନ ହୋଇପଡ଼େ। ନେତ୍ର, ହୃଦୟ ଅଥବା ମସ୍ତିଷ୍କ ସମ୍ବନ୍ଧୀୟ କୌଣସି ଉପଦ୍ରବ ପ୍ରକଟିତ ହେଲେ ରକ୍ତଚାପର ଚିକିତ୍ସା କଲେ କିଛି ଲାଭ ମିଳି ନ ଥାଏ। କିନ୍ତୁ ଯଦି ରୋଗ ପ୍ରାରମ୍ଭିକ ଅବସ୍ଥାରେ ହୋଇଥାଏ, ତେବେ ଔଷଧର ପ୍ରୟୋଗ କରିବା ଉଚିତ୍ ନୁହେଁ। କେବଳ କାରଣର ନିବାରଣ କରାଯିବା ଦରକାର।

ମୁକ୍ତି ପାଇବାର ଉପାୟ:

  • ରକ୍ତଚାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ରୋଗୀ ସର୍ବଦା କାମ, କ୍ରୋଧ, ଚିନ୍ତା, ବ୍ୟାକୁଳତା ଆଦି ମାନସିକ ଅବସାଦରୁ ମୁକ୍ତି ପାଇବା ଉଚିତ।
  • କଥା ତଥା ବ୍ୟବହାର କଠୋର ନ ହେବା ଉଚିତ।
  • କ୍ରୋଧ ଓ ଚିନ୍ତାରୁ ମୁକ୍ତି ପାଇବା ଉଚିତ। କାରଣ ମାନସିକ ଆବେଗ ଦ୍ୱାରା ନାଡ଼ୀଗୁଡ଼ିକ ବିକ୍ଷୁବ୍ଧ ହୋଇ ଧମନୀ ସଙ୍କୁଚିତ ହୋଇପଡ଼େ।
  • ରୋଗ ହୋଇଛି ବୋଲି ରୋଗୀ ସର୍ବଦା ଚିନ୍ତାରେ ବୁଡି ରହିବା ଉଚିତ ନୁହେଁ। କାରଣ ରୋଗ ଆରମ୍ଭ ହୋଇଗଲେ ମଧ୍ୟ ଚିନ୍ତାମୁକ୍ତ ହେବା ଦ୍ୱାରା ୧୦/୧୫ ବର୍ଷ ସୁସ୍ଥ ରହିହୁଏ।
  • ଉଚ୍ଚ ରକ୍ତଚାପ ପୀଡ଼ିତ ରୋଗୀମାନେ ଅତ୍ୟଧିକ ପରିଶ୍ରମ କରିବା ଉଚିତ ନୁହେଁ। ଜଲ୍‌ଦି ଜଲ୍‌ଦି ସିଡିରେ ଚଢିବା ଉଚିତ ନୁହେଁ। ମାନସିକ ଶ୍ରମ ମଧ୍ୟ ଅଧିକ ସମୟ ଯାଏ କରିବା ଉଚିତ ନୁହେଁ।
  • ଖୋଲା ପବନରେ ପ୍ରତିଦିନ ଭ୍ରମଣ କରନ୍ତୁ। ସ୍ୱଳ୍ପ ଭୋଜନ କରିବା ଦ୍ୱାରା ଶରୀର ଭାର କମ୍ ରହେ।
  • ପୀଡିତ ବ୍ୟକ୍ତି ରାତିରେ ପ୍ରାୟ ୯ ଘଣ୍ଟା ନିଦ୍ରା ଯିବା ତଥା ଦ୍ୱିପ୍ରହରରେ ମଧ୍ୟ ଭୋଜନ ପରେ ଏକଘଣ୍ଟା ପୂର୍ଣ୍ଣ ବିଶ୍ରାମ କରନ୍ତୁ।
  • ରୋଗୀ ନିଜର ଶାରୀରିକ କ୍ଷମତା ଅନୁସାରେ ପରିଶ୍ରମ କରିବା ଦରକାର।
  • ଥଣ୍ଡାରୁ ଦୂରରେ ରୁହନ୍ତୁ। ଥଣ୍ଡା ପାଣିରେ ସ୍ନାନ ବର୍ଜନୀୟ ଓ ଥଣ୍ଡା ପାଣି ମଧ୍ୟ ପିଅନ୍ତୁନି। ଏହାଦ୍ୱାରା ଧମନୀ ରୋଗରେ ଶୀଘ୍ର ଥଣ୍ଡା ଆକ୍ରମଣ କରେ ଓ ଜୀବାଣୁ ସଂକ୍ରମଣ କାରଣରୁ ରକ୍ତଚାପ ବୃଦ୍ଧିପାଏ।
  • ଭୋକରେ ରୁହନ୍ତୁନି। ଖାଦ୍ୟରେ ପ୍ରୋଟିନ୍ ଓ ଲୁଣର ମାତ୍ରା କମ୍ ହେବା ଆବଶ୍ୟକ।
  • ଭାତ, କ୍ଷୀର, କଦଳୀ, ସେଓ, ଅଙ୍ଗୁର ଓ କମଳା ଆଦି ଫଳ ସେବନ ଦ୍ୱାରା ସୋଡ଼ିୟମ୍‌ର ମାତ୍ରା କମ୍ କରାଯାଇ ପାରିଥାଏ। ଗହମ, ମାଂସ, ଅଣ୍ଡା, ପାଉଁରୁଟି, ଶାଗ, ଗାଜର ଆଦିର ପ୍ରୟୋଗ ଯଥା ସମ୍ଭବ ଅଳ୍ପ ହେବା ଉଚିତ। କାରଣ ଏସବୁରେ ଅଧିକ ପରିମାଣର ସୋଡ଼ିୟମ ରହିଥାଏ।
  • ରକ୍ତଚାପକୁ କମ୍ କରିବା ପାଇଁ ଦିନ ସାରା ୭୫୦ ମିଲି ଗ୍ରାମ୍‌ରୁ ଅଧିକ ଲୁଣ ନେବା ଉଚିତ ନୁହେଁ।
  • ଭିଟାମିନ୍ ‘ବି’ ଓ ‘ସି’ ପର୍ଯ୍ୟାପ୍ତ ପରିମାଣରେ ସେବନ କରିବା ଉଚିତ
  • ଦିନସାରା ପ୍ରଚୁର ପାଣି ପିଅନ୍ତୁ।
  • ମଦ୍ୟପାନ, ଚା’ପାନ, ତମାଖୁ ସେବନ ତଥା ବନସ୍ପତି ଘିଅ ସେବନ କରିବା ଉଚିତ୍ ନୁହେଁ।

ରୋଗୀ ସବଳ ତଥା ସୁସ୍ଥ ଥିଲେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ୩ କି.ମି. ପାଦ ଭ୍ରମଣ କରିବା ଉଚିତ୍। ତ୍ରିଫଳା ପାଣିରେ ମୁଣ୍ଡ ଧୁଅନ୍ତୁ। ପ୍ରାଣାୟାମ କରନ୍ତୁ। ସାପ୍ତାହିକ ଉପବାସ କରନ୍ତୁ। ସ୍ୱଚ୍ଛ ବିଚାର ମନରେ ଆଣନ୍ତୁ ଓ ସୂର୍ଯ୍ୟ ନମସ୍କାର ଆଦି କରିବା ଶ୍ରେୟସ୍କର।