ସାଧାରଣତଃ ଶୀତଦିନେ ମଶାମାନଙ୍କ ଉପଦ୍ରବ ବଢ଼ିଯାଏ। ଏହା ସମସ୍ତଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥାଏ। ମଶା କାମୁଡ଼ିବା ଫଳରେ ଡେଙ୍ଗୁ, ମ୍ୟାଲେରିଆ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରଥା ଆପଣେଇଥା’ନ୍ତି। ଘରୁ ମଶାଙ୍କୁ ଦୂରେଇବା ପାଇଁ ମଶାଧୂପ, ମଶାରୀ ଏବଂ ବିଭିନ୍ନ ରାସାୟନିକ ଜିନିଷ ବ୍ୟବହାର କରିଥା’ନ୍ତି। କିନ୍ତୁ, ଏହି ସବୁ ରାସାୟନିକ ଜିନିଷ ମଶା ଭଗାଇବା ସଙ୍ଗେ ସଙ୍ଗେ ମଣିଷ ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେବେ ଏଭଳି କ୍ଷେତ୍ରରେ କିଛି ଘରୋଇ ଉପାୟ ଅବଲମ୍ବନ କରିବା ଲାଭଦାୟକ ହୋଇଥାଏ।

Mosquitoes dengue

ତେବେ ଆଜି ଆମେ ଆପଣଙ୍କୁ କେତେକ ଘରୋଇ ଉପାୟ କହିବୁ ଯାହାକୁ ଅନୁସରଣ କରି ଆପଣ ସହଜରେ, କମ୍ ଖର୍ଚ୍ଚରେ ଓ ସ୍ୱାସ୍ଥ୍ୟପ୍ରତି କୌଣସି ବିପଦ ଆସିବାକୁ ନ ଦେଇ ମଶାଙ୍କଠାରୁ ମୁକ୍ତି ପାଇପାରିବେ।

ତେଜପତ୍ର: ପ୍ରଥମେ ନିମ୍ବ ତେଲରେ କର୍ପୁର ମିଶାଇ ଗୋଟିଏ ସ୍ପ୍ରେ ବୋତଲରେ ଭର୍ତ୍ତି କରିଦିଅନ୍ତୁ। ଏହି ମିଶ୍ରଣକୁ ତେଜପତ୍ର ଉପରେ ସ୍ପ୍ରେ କରନ୍ତୁ। ଆଉ ସେହି ତେଜପତ୍ରକୁ ଜଳାଇ ଘରର କୌଣସି କଣରେ ରଖନ୍ତୁ। ତେଜପତ୍ରରୁ ବାହାରୁଥିବା ଧୂଆଁ ସ୍ୱାସ୍ଥ୍ୟ ପାଇଁ କୌଣସି ପ୍ରକାର ହାନିକାରକ ହୋଇନଥାଏ ଏହା ମଶାଙ୍କୁ ବି ଘଉଡ଼ାଇ ଦେବ।

SwasthyaPlus

ଜୁଆଣି ଓ ସୋରିଷ ତେଲ: ସୋରିଷ ତେଲରେ ଜୁଆଣି ପାଉଡର ମିଶାଇ ଏହାକୁ ପିଚୁବୋର୍ଡ ଖଣ୍ଡ ଉପରେ ବୋଳି ରୁମର କୌଣସି ଉଚ୍ଚ ସ୍ଥାନରେ ରଖି ଦିଅନ୍ତୁ। ମଶା ଘର ଭିତରକୁ ଆସିବେ ନାହିଁ।

neem oil

ନିମ୍ବ ତେଲ: ମଶା ବାହାର କରିବାକୁ ଚାହୁଁଥିଲେ ଘରେ ଓ ବାହାରେ ନିମ୍ବ ତେଲ ଛିଞ୍ଚନ୍ତୁ। ମଶା ଘରୁ ବାହାରିଯିବେ।

ନଡିଆ ତେଲ, ନିମ୍ବ ତେଲ, ଲବଙ୍ଗ ତେଲ ଓ ନୀଳଗିରିର ତେଲକୁ ସମାନ ପରିମାଣରେ ମିଶାନ୍ତୁ। ଏହି ମିଶ୍ରଣକୁ ଆଉ ଗୋଟିଏ ବୋତଲରେ ଭରି ରଖନ୍ତୁ। ରାତିରେ ଶୋଇବା ସମୟରେ ଏହାକୁ ଶରୀରରେ ଲଗାନ୍ତୁ ଆଉ ନିଶ୍ଚିତ ହୋଇ ଶୋଇଯାଆନ୍ତୁ। ଏହି ଉପାୟ ବଜାରରେ ମିଳୁଥିବା ପ୍ରକ୍ରିୟାଠାରୁ ବି ପ୍ରଭାବଶାଳୀ।

pudina for mosquito bite

ପୁଦିନା: ପୁଦିନା ପତ୍ରର ରସକୁ ଘରେ ଛିଞ୍ଚିଲେ ମଶା ଦୂରେଇ ଯାଆନ୍ତି। ଏହାକୁ ଦେହରେ ମଧ୍ୟ ଲଗାଯାଇପାରିବ।

ତୁଳସୀ ରସ: ଶରୀରରେ ତୁଳସୀ ପତ୍ର ରସ ଲଗାଇଲେ ମଶା କାମୁଡନ୍ତି ନାହିଁ। ଘର ଆଖପାଖରେ ତୁଳସୀ ଗଛ ଲଗାଇଲେ ମଶା ଦୂରରେ ରହନ୍ତି।

ଲେମ୍ବୁ ଓ ଲବଙ୍ଗ: ଲେମ୍ବୁକୁ ଦୁଇ ଭାଗ କରି ମଝିରୁ କାଟି ଦିଅନ୍ତୁ। ଏହା ଉପରେ ୧୦ରୁ ୧୫ ଟା ଲବଙ୍ଗ ଲଗାଇ ଘରେ ରଖି ଦିଅନ୍ତୁ। ଦେଖିବେ ଘରୁ ମଶା ବାହାରିଯିବେ।

ଏହି ଉପାୟ ଛଡ଼ା ଘରର ଆଖପାଖ ପରିଷ୍କାର ରଖନ୍ତୁ। କୌଣସି ସ୍ଥାନରେ ପାଣି ଜମି ରହିଲେ ମଶାମାନଙ୍କ ଉପଦ୍ରବ ବଢ଼ିଥାଏ। ଏଭଳି କ୍ଷେତ୍ରରେ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ରଖନ୍ତୁ।