ପଲ୍ଲବୀ ସାବତ

ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌।

ଆବଶ୍ୟକୀୟ ସାମଗ୍ରୀ

  • ଗୋଟେ ବନ୍ଧାକୋବି
  • ପିଆଜ ୨ଟା
  • ଟମାଟୋ ୧ଟା
  • ରଶୁଣ ୧ କୋଲା
  • କଞ୍ଚାଲଙ୍କା ୧ଟା
  • ଧନିଆପତ୍ର
  • ଲୁଣ ଏବଂ ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ କଟା ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ। ତା’ପରେ ବନ୍ଧାକୋବିକୁ କାଟି ପକାନ୍ତୁ ଓ ଏଥିରେ ଆବଶ୍ୟକୀୟ ମୁତାବକ ଲୁଣ ପକାନ୍ତୁ। ତା’ ପରେ ଏଥିରେ ୮ କପ୍‌ ପାଣି ପକାଇ ଘୋଡ଼ାଇ ଦିଅନ୍ତୁ। ମଧ୍ୟମ ଆଞ୍ଚରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ତା’ ପରେ କଟା ଟମାଟୋ ଏବଂ ଗୋଲାମରିଚ ଗୁଣ୍ଡ ପକାଇ ପୁଣି ପାଞ୍ଚ ମିନିଟ୍‌ ପାଇଁ ଫୁଟାନ୍ତୁ। ତା’ପରେ ଏହାକୁ ଛାଣି ଧନିଆ ପତ୍ର ପକାଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

ଫାଇଦା

ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍ସ ଭରି ରହିଛି।

ବନ୍ଧାକୋବିରେ ଫାଇବର, କେରୋଟିନ୍, ଭିଟାମିନ ବି-୧, ବି-୬, କେ, ସି ବ୍ୟତୀତ ଅନେକ ପୋଷଣ ରହିଛି। ଏହା କାଶ, ପିତ୍ତ,ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ ସହ ଭୋକ ମଧ୍ୟ ବଢ଼ାଇଥାଏ।