କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ।

ପ୍ରତି ଲୋକଙ୍କର ସ୍ୱାସ୍ଥାବସ୍ଥା ପରୀକ୍ଷା କରାଯାଉଛି। କାହାକୁ ଥଣ୍ଡା, କାଶ, ଜ୍ୱର କିମ୍ବା ଅନ୍ୟ କିଛି ଜଟିଳ ସମସ୍ୟା ରହିଛି କି ନାହିଁ ତାହା ପଚାରି ବୁଝୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ଏହାଛଡ଼ା ଲୋକଙ୍କ ଶରୀରର ତାପମାତ୍ରା, ଅକ୍ସିଜେନ୍‌ ମଧ୍ୟ ପରୀକ୍ଷା କରାଯାଉଛି।

ଏହି ଅଭିଯାନ ୭ ଦିନ ଧରି ଚାଲିବ। ସ୍କ୍ରିନିଂ ପାଇଁ ଏଏନ୍‌ଏମ୍‌, ଅଙ୍ଗନୱାଡି ଏବଂ ଆଶା କର୍ମଚାରୀଙ୍କ ସମେତ ମୋଟ ୧୧୨ଟି ଟିମ୍ ଗଠନ କରାଯାଇଛି।