ମଣିଷ ବଞ୍ଚିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। କ୍ୟାଲୋରି ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ ଫଳରେ ମଣିଷ କାମ କରିବାରେ ସକ୍ଷମ ହୋଇପାରେ। ଦୈନିକ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟରୁ ଶରୀରକୁ କ୍ୟାଲୋରି ମିଳିଥାଏ।

calory

ବିଭିନ୍ନ ଖାଦ୍ୟରୁ ଭିନ୍ନ ଭିନ୍ନ ପରିମାଣର କ୍ୟାଲୋରି ମିଳିଥାଏ। ୧ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ରୁ ୪ କ୍ୟାଲୋରି ମିଳିଥାଏ। ସେହିପରି ୧ ଗ୍ରାମ ପ୍ରୋଟିନ୍‌ରୁ ୪ କ୍ୟାଲୋରି, ୧ ଗ୍ରାମ୍‌ ଫ୍ୟାଟ୍‌ରୁ ୯ କ୍ୟାଲୋରି, ୧ ମିଲିଲିଟର ଆଲକହଲରୁ ୭ କ୍ୟାଲୋରି ମିଳିଥାଏ। ତେବେ ଜାଣନ୍ତୁ, କେଉଁ ଖାଦ୍ୟରୁ କେତେ ପରିମାଣର କ୍ୟାଲୋରି ମିଳିଥାଏ।

୧୦୦ଗ୍ରାମ୍‌ ଖାଦ୍ୟରୁ କେତେ କ୍ୟାଲୋରି

ଭାରତୀୟଙ୍କ ମୁଖ୍ୟ ଖାଦ୍ୟ ହେଉଛି ଭାତ ଓ ରୁଟି। ତେବେ ୧୦୦ ଗ୍ରାମ ଶସ୍ୟ ଜାତୀୟ ଖାଦ୍ୟରୁ ୩୫୦ କ୍ୟାଲୋରି ମିଳିଥାଏ।

ଡାଲି ଜାତୀୟ ଖାଦ୍ୟରୁ ୩୫୦ କ୍ୟାଲୋରି।

ଶାଗ ଜାତୀୟ ଖାଦ୍ୟରୁ ୪୦ରୁ ୬୦ କ୍ୟାଲୋରି

ଆଳୁ ଓ କନ୍ଦମୂଳ ଜାତୀୟ ଖାଦ୍ୟରୁ ୫୦ରୁ ୧୦୦ କ୍ୟାଲୋରି।

ଭେଣ୍ଡି, ବାଇଗଣରୁ ୩୦ରୁ ୧୦୦ ଗ୍ରାମ୍‌ କ୍ୟାଲୋରି।

ଡ୍ରାଏ ଫ୍ରୁଟ୍ସରୁ ୫୦୦ରୁ ୬୦୦ କ୍ୟାଲୋରି।

ମସଲା ଜାତୀୟ ଯେପରିକି ଗୋଲମରିଚ, ହଳଦୀ, ଧନିଆ ଆଦିରୁ ୩୦୦ କ୍ୟାଲୋରି ମିଳିଥାଏ।

କଞ୍ଚା ଲଙ୍କାରେ କ୍ୟାଲୋରି ପରିମାଣ ବହୁତ କମ୍‌ ଥାଏ।

ସେଓରୁ ୪୪ କ୍ୟାଲୋରି।

ଲେମ୍ବୁରୁ ୨୦ କ୍ୟାଲୋରି।

ପିଜୁଳିରୁ ୨୪ କ୍ୟାଲୋରି।

ବେଲରୁ ୧୩୭ କ୍ୟାଲୋରି।

କଦଳୀରୁ ୧୧୬ କ୍ୟାଲୋରି।

ଖଜୁରୀରେ ୩୧୭।

ମିଠା କମଳାରେ ୩୫ କ୍ୟାଲୋରି।

 ଲିଚିରେ ୬୧ କ୍ୟାଲୋରି।

ଆମ୍ବରେ ୭୪ କ୍ୟାଲୋରି।

ଅମୃତଭଣ୍ଡାରେ ୩୨ କ୍ୟାଲୋରି।

ସପୁରୀ ୪୬ କ୍ୟାଲୋରି।

ଡାଳିମ୍ବରେ ୬୫ କ୍ୟାଲୋରି।

ଆତରେ ୧୩୪ କ୍ୟାଲୋରି ଥାଏ।

ସମୁଦ୍ରଜାତୀୟ ମାଛରୁ ୧୦୦ରୁ ୩୦୦ କ୍ୟାଲୋରି।

ମାଂସ ଓ ଅଣ୍ଡାରୁ ୧୦୦ରୁ ୧୮୦ କ୍ୟାଲୋରି।

କ୍ଷୀରରୁ ୬୦ରୁ ୮୦ କ୍ୟାଲୋରି ମିଳିଥାଏ।

ଛେନାରେ ୩୦୦ କ୍ୟାଲୋରି।

ମିଲ୍‌କ ପାଉଡରରେ ୫୦୦ କ୍ୟାଲୋରି।

୧୦୦ ଗ୍ରାମ୍‌ ଚିନିରୁ ଆମକୁ ୪୦୦ କ୍ୟାଲୋରି।

ମହୁରୁ ୩୨୦ କ୍ୟାଲୋରି।

ଗୁଡ଼ରୁ ୩୮୩ କ୍ୟାଲୋରି।

ଚକୋଲେଟ୍‌ରୁ ୫୦୦ କ୍ୟାଲୋରି।

ଲହୁଣୀରୁ ୭୫୦ କ୍ୟାଲୋରି।

ଆଖୁ ରସରୁ ୪୦ କ୍ୟାଲୋରି ମିଳିଥାଏ।