ଆପଣଙ୍କୁ ଯଦି ସୁସ୍ଥ ଏବଂ ଫିଟ୍ ରହିବାକୁ ଅଛି ତାହେଲେ ସର୍ବପ୍ରଥମେ ନ୍ୟୁଟ୍ରିସନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦିନକୁ ମୁଠାଏ ଅଖରୋଟ ଖାଇଲେ ଆପଣଙ୍କର ନ୍ୟୁଟ୍ରିସନ ସମ୍ବନ୍ଧୀୟ ଆବଶ୍ୟକତା ପୂରା ହୋଇପାରିବ। ଜାଣନ୍ତୁ ଅଖରୋଟର ଉପକାରିତା ସଂପର୍କରେ..

Walnuts on wooden tableଅଖରୋଟରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ କେବଳ ହୃଦୟ ନୁହେଁ, ମସ୍ତିଷ୍କ ପାଇଁ ମଧ୍ୟ ଉପକାରୀ। ତେଣୁ ପ୍ରତିଦିନ ଏହାକୁ ଡାଏଟରେ ସାମିଲ କଲେ ଆପଣଙ୍କର ତନ୍ତ୍ରିକା ପ୍ରଣାଳୀ ଭଲ ଭାବେ କାମ କରିବ। ଏହାଯୋଗୁ ଆପଣଙ୍କର ସ୍ମରଣଶକ୍ତି ବି ଭଲ ରହିବ।

ଆମେରିକାନ୍ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ଅନୁସାରେ ଅଖରୋଟକୁ ପ୍ରତିଦିନ ଖାଇଲେ ସ୍ତନକର୍କଟର ଆଶଙ୍କା କମିଥାଏ। ଅଖରୋଟ ବ୍ୟାକ୍ଟେରିଆ ଉପରେ ଏଭଳି ପ୍ରଭାବ ପକାଇଥାଏ ଯେ ଏହାକୁ ନିୟମିତ ଭାବେ ଖାଇଲେ ଅନ୍ତରେ ହେଉଥିବା କର୍କଟର ଆଶଙ୍କା କମେ। କେବଳ ସେତିକି ନୁହେଁ କଲୋନ କ୍ୟାନସର ହୋଇଥିଲେ ଅଖରୋଟ ପ୍ରତିଦିନ ଖାଇଲେ ଟ୍ୟୁମରର ଆକାର କମିଥାଏ।

SwasthyaPlus

ଅଖରୋଟରେ ଥିବା ଆଲଫା ଲିନୋଲୋନିକ ଏସିଡ ହାଡ଼କୁ ମଜଭୁତ କରିବାରେ ସହାୟକ ହୋଇଥାଏ। ସେହିପରି ଓମେଗା ୩ ଫ୍ୟାଟ ଏସିଡ୍ ଫୁଲାରୁ ଉପଶମ ପ୍ରଦାନ କରେ।

ଏହାଛଡ଼ା ଓଜନ ହ୍ରାସ କରିବାରେ ମଧ୍ୟ ଅଖରୋଟ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲୋରୀ ରହିଥାଏ ଯାହାକି ଓଜନକୁ ନିୟନ୍ତ୍ରିତ କରେ।

eat walnut during pregnancy

ଗର୍ଭାବସ୍ଥାରେ ଅଖରୋଟ ଖାଇଲେ ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ ପିଲାର ମସ୍ତିଷ୍କର ବିକାଶ ପାଇଁ  ସହାୟକ ହୁଏ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିର୍ଦ୍ଦିଷ୍ଟ ପରିମାଣର ଅଖରୋଟ ଖାଆନ୍ତୁ।

ଅଖରୋଟରେ ପ୍ରଚୁର ପରିମାଣରେ ଆଣ୍ଟିବାଇଓଟିକ୍ସ ଥାଏ ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ।

କେବଳ ସେତିକିନୁହେଁ, ଏହା ମାନସିକ ଚାପକୁ ହ୍ରାସ କରିବାରେ ବି ସାହାଯ୍ୟ କରେ।

walnut _food

କିଭଳି ଖାଇବେ?

ଅଖରୋଟକୁ ସବୁବେଳେ ରୋଷେଇରେ ବ୍ୟବହାର ନ କରି ଖାଇବା ଭଲ। ଦହିରେ କଦଳୀ ଏବଂ କିଛି ଅଖରୋଟ ମିଶାନ୍ତୁ। ସ୍ୱାଦ ଭଲ ଆସିବା ଲାଗି ଅଳ୍ପ କିଛି ମହୁ ମିଶାଇ ଏହାକୁ ଖାଇପାରିବେ।

-ସ୍ନାକ୍ସକୁ ହିସାବରେ ମଧ୍ୟ ଏହାକୁ ଖାଇପାରିବେ। ଏଥିପାଇଁ ପାଉଁରୁଟି ଉପରେ ବଟର ସହିତ ଅଖରୋଟ ଗୁଣ୍ଡ ଲଗାନ୍ତୁ।

-ରାତିରେ ଶୋଇବା ବେଳେ କ୍ଷୀରରେ ଏକ ଚାମଚ ଅଖରୋଟ ପାଉଡର ଏବଂ ଏକ ଚାମଚ ମହୁ ମିଶାଇ ପିଅନ୍ତୁ।

Walnut in fridge

କିଭଳି ଦୀର୍ଘଦିନ ଧରି ସୁରକ୍ଷିତ ରଖିବେ?

ଅଖରୋଟକୁ ଦୀର୍ଘଦିନ ଧରି ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହାକୁ ସୂର୍ଯ୍ୟକିରଣରୁ ଦୂରେଇ ରଖନ୍ତୁ। ଥଣ୍ଡା ସ୍ଥାନରେ ଏୟାରଟାଇଟ ଡବାରେ ରଖିଲେ ଅଧିକ ଭଲ।

-ଆବଶ୍ୟକସ୍ଥଳେ ଏହାକୁ ରେଫ୍ରିଜରେଟରରେ ରଖନ୍ତୁ। ଏପରି ହେଲେ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଅଖରୋଟ ସୁରକ୍ଷିତ ରହିବ।

-ଯଦି ଛଅମାସରୁ ଅଧିକ ଦିନ ଧରି ରଖିବାକୁ ଚାହୁଁଛନ୍ତି ତା’ହେଲେ ଫ୍ରିଜରରେ ରଖନ୍ତୁ।