ସାରା ବିଶ୍ଵରେ କୋରୋନା ଭାଇରସ୍‌ର ଭୟ ଖେଳିଯାଇଛି। ପ୍ରତିଦିନ ବିଭିନ୍ନ ରାଷ୍ଟ୍ରରେ ଅଧିକରୁ ଅଧିକ ରୋଗୀ ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଡଭାଇଜରି ଜାରି କରିଛନ୍ତି।

coronavirus

’ଣ ଏହି କୋରୋନା ଭାଇରସ୍‌?

ଏହି ଭାଇରସ୍‌ର ନାଁ ଏହାର ଆକାର ଅନୁସାରେ ରଖାଯାଇଛି। ଏହି ଭାଇରସ୍‌ ପଶୁ ଓ ମଣିଷଙ୍କୁ ଏକା ସାଙ୍ଗରେ ସଂକ୍ରମିତ କରିଥାଏ। କୋରୋନା ଭାଇରସ୍‌ ଚୀନର ବଜାରର ମିଳୁଥିବା ସାପମାନଙ୍କଠାରୁ ଆସିଥିବା ଜଣାପଡ଼ିଛି।

କୋରୋନା ଭାଇରସ୍‌ର ଲକ୍ଷଣ?

ଥଣ୍ଡା, କାଶ, ଜ୍ୱର ଏହାର ପ୍ରଥମ ଲକ୍ଷଣ ବୋଲି କୁହାଯାଏ। କୋରୋନା ଭାଇରସ୍‌ ଯୋଗୁଁ ଶ୍ୱାସ ତନ୍ତ୍ରରେ ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା ଜ୍ଵର ହୋଇଥାଏ। ପରେ ମୁଣ୍ଡବିନ୍ଧା, ଖାସ ଓ କଫ, ତଣ୍ଟି ଦରଜ, ଜ୍ଵର, କ୍ଲାନ୍ତି ଅନୁଭବ କରିବା ସହ ବାନ୍ତି କରିବା ଓ ନିଶ୍ଵାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

corona virus

ସୁରକ୍ଷିତ ରହିବା ପାଇଁ କ’ଣ କରିବେ?

ସବୁବେଳେ ପରିଷ୍କାର, ପରିଚ୍ଛନ ରହିବାକୁ ଚେଷ୍ଟା କରନ୍ତୁ।

ବାରମ୍ବାର ସାବୁନରେ ହାତ ଧୁଅନ୍ତୁ।

କାଶ ଓ ଛିଙ୍କିବା ବେଳେ ରୁମାଲ ଦିଅନ୍ତୁ।

ଆଲକହଲଯୁକ୍ତ ଦ୍ରବ୍ୟରେ ଘର ଦ୍ୱାର ପୋଛନ୍ତୁ।

ଟିସୁ ପେପର ବ୍ୟବହାର କରିବା ପରେ ସିଧାସଳଖ ଡଷ୍ଟବିନ୍‌ରେ ପକାନ୍ତୁ।

ନିଜ କାର୍ଯ୍ୟାଳୟର ସମସ୍ତ ଉପକରଣ ସଫାସୁତରା ରଖିବା ସହ ଟେବୁଲ, ଡେସ୍କ, ଟେଲିଫୋନ୍‌, କିବୋର୍ଡ, ମାଉସ୍‌ଗୁଡ଼ିକୁ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

ଅଫିସ୍‌ ଉପକରଣକୁ ଆଲକହଲ ଯୁକ୍ତ ବିଶୋଧକରେ ପୋଛିବା ଉଚିତ୍‌।

ପରସ୍ପରକୁ ହାତ ମିଳାଇବା ଏବଂ ଆଲିଙ୍ଗନଠାରୁ ଦୂରେଇ ରହନ୍ତୁ।

corona

କ’ଣ କରିବେ ନାହିଁ?

ସାର୍ବଜନୀନ ସ୍ଥାନରେ ଛେପ ପକାନ୍ତୁ ନାହିଁ।

ଆଖି, ନାକ ଓ ପାଟିକୁ ଛୁଅନ୍ତୁ ନାହିଁ।

ଜୀବନ୍ତ ପଶୁଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ରନ୍ଧା ହୋଇନ ଥିବା ମାଂସ ଖାଆନ୍ତୁ ନାହିଁ।

ମାଛ, ମାଂସ ବଜାର କିମ୍ବା ଏହା କଟାଯାଉଥିବା ସ୍ଥଳକୁ ଯାଆନ୍ତୁ ନାହିଁ।

ସମାବେଶ ଓ ଉତ୍ସବ ଆଦିରେ ସାମିଲ ହୁଅନ୍ତୁ ନାହିଁ।

ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।

wash hand

ସ୍କୁଲ ପିଲା କେମିତି ରହିବେ ସତର୍କ?

ଛାତ୍ରଛାତ୍ରୀମାନେ କୌଣସି ବଡ଼ଧରଣର ସମାବେଶକୁ ଯିବାକୁ ଦିଅନ୍ତୁ ନାହିଁ।

ପିଲାର ହାତକୁ ବାରମ୍ବାର ଧୁଅନ୍ତୁ।

ଶିକ୍ଷକ, ସ୍କୁଲ ଷ୍ଟାଫ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ହାତ ଧୁଅନ୍ତୁ।

ପିଲାଙ୍କୁ ମାସ୍କ ପିନ୍ଧାଇ ଛାଡ଼ନ୍ତୁ।

ପିଲାମାନଙ୍କୁ ଅନ୍ୟମାନଙ୍କ ଅଇଁଠା ଖାଦ୍ୟ ଓ ପାଣି ପିଇବାକୁ ମନା କରନ୍ତୁ

cold and cough

ସତର୍କତା

ପ୍ରତ୍ୟେକ ବ୍ୟକ୍ତି କାଶିବା ଓ ଛିଙ୍କିବା ସମୟରେ ଟିସୁ ବ୍ୟବହାର କରନ୍ତୁ ଓ ତୁରନ୍ତ ଟିସୁକୁ ଡଷ୍ଟବିନ୍‌ରେ ଫୋପାଡ଼ନ୍ତୁ।

ଆଖି, ନାକ ଓ ପାଟିକୁ ଅଯଥା ସ୍ପର୍ଶ କରନ୍ତୁ ନାହିଁ।

ଯେଉଁ ଜିନିଷକୁ ଆମେ ବାରମ୍ବାର ସ୍ପର୍ଶ କରୁଛେ ତଥା ସୁଇଚ୍‌, ଫୋନ୍‌, ବ୍ୟାଗ୍‌ ଆଦିକୁ ସଂକ୍ରମଣମୁକ୍ତ କରିବା ପାଇଁ ଆଲକହଲଯୁକ୍ତ ସାମଗ୍ରୀରେ ବ୍ୟବହାର କରନ୍ତୁ।