ଅଧିକ ପଢ଼ନ୍ତୁ: ମେଦ ବହୁଳତା ଯୋଗୁଁ କ’ଣ ଅସୁବିଧା ହୁଏ?

ଆପଣ ଯେତିକି କ୍ୟାଲୋରିର ଖାଦ୍ୟ ଖାଉଛନ୍ତି, ସେତିକି କ୍ୟାଲୋରି ଖର୍ଚ୍ଚ ହେଲେ ଆପଣଙ୍କ ଓଜନ ସ୍ଥିର ରହିବ। ହେଲେ କ୍ୟାଲୋରିଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଓ ଖର୍ଚ୍ଚ ନ ହେଲେ ଆପଣଙ୍କ ଓଜନ ବୃଦ୍ଧି ପାଇବ। ଜାଣନ୍ତୁ, ମୋଟା ଥିବା ବ୍ୟକ୍ତି ମୋଟାପଣ କମ୍‌ କରିବା ପାଇଁ କ’ଣ କରିବା ଦରକାର ଏବଂ କ’ଣ କରିବା ଅନୁଚିତ।

  • କେତେକ ପ୍ୟାକେଟ୍‌ଯୁକ୍ତ ଖାଦ୍ୟ ଉପରେ ଲେଖା ହୋଇଥାଏ ଯେ ‘ଲୋ ଫ୍ୟାଟ୍‌’। ହେଲେ ଏହି ପ୍ୟାକେଟ୍‌ ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚିନି କିମ୍ବା ଚିନି ଶିରା ମିଶିଥାଏ, ଯାହାକି ମୋଟା ବ୍ୟକ୍ତିଙ୍କ ପାଇଁ ଖରାପ।
  • ବାସ୍ତବରେ, ଲୋକେ ପ୍ୟାକେଜ୍‌ ଫୁଡ୍‌ ମାଧ୍ୟମରେ ଚିନିର ଅଧିକାଂଶ ଅଂଶ ସେବନ କରୁଛନ୍ତି, ଯେପରିକି ଦହି, ପାସ୍ତା ସସ୍‌, ଟମାଟୋ ସସ୍‌, ପି ନଟ୍‌ ବଟର। ଏହି ଖାଦ୍ୟରେ ପ୍ରଚୁର ପରିମାଣରେ ଚିନି ମିଶିଥାଏ।
  • ପ୍ରତ୍ୟେହ ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଆନ୍ତୁ।
  • ସକାଳ, ମଧ୍ୟାହ୍ନ କିମ୍ବା ରାତି ଭୋଜନ ସ୍କିପ୍‌ କରନ୍ତୁ ନାହିଁ। କୌଣସି ମିଲ୍‌ ମଧ୍ୟରେ ସ୍ନାକ୍ସ ଖାଆନ୍ତୁ ନାହିଁ।
  • ଶୀଘ୍ର ଶୀଘ୍ର ଖାଆନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ।
  • ଖାଦ୍ୟ ଖାଇବା ବେଳେ ପାଣି ପିଅନ୍ତୁ ନାହିଁ।
  • ଦିନକୁ ୨ରୁ ଅଧିକ ଫଳ ଖାଆନ୍ତୁ ନାହିଁ।
  • ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ।
  • ଦୈନିକ ୩୦ ମିନିଟ୍‌ରୁ ଘଣ୍ଟେ ବ୍ୟାୟାମ କରନ୍ତୁ।
  • ସକାଳୁ ନଖ ଉଷୁମ ପାଣି ପିଅନ୍ତୁ। ଏହା ମେଟାବଲିଜିମ୍‌କୁ ଭଲ କରେ।

ଅଧିକ ପଢ଼ନ୍ତୁ: ଲିଭରରେ ଚର୍ବି ଜମା ହେଲେ ହୋଇପାରେ ଲିଭର ଫେଲ୍ୟୁଅର

  • ଲିପ୍ଟ ବଦଳରେ ପାହଚର ବ୍ୟବହାର କରନ୍ତୁ।
  • ଦଉଡ଼ି ଡିଆଁ ଭଳି ବ୍ୟାୟାମ କରନ୍ତୁ।
  • ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ବେଳେ ୧୦ ମିନିଟ୍‌ ପାଇଁ ନାଡ଼ି-ସୁଦ୍ଧି ପ୍ରାଣାୟାମ କରନ୍ତୁ।
  • ଅନୁଲୋମ ବିଲୋମ ଅଭ୍ୟାସ କରନ୍ତୁ। ଏହାଦ୍ୱାରା ପାଚନ ପ୍ରକ୍ରିୟା ସୁଦୃଢ଼ ରହିବା ସହ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରଖିଥାଏ।
  • ସାଇଟ୍ରସ୍‌ ଜାତୀୟ ଫଳ ଯେପରିକି କମଳା, ଲେମ୍ବୁ ଓ ଅଙ୍ଗୁରକୁ ସାମିଲ କରନ୍ତୁ।
  • ଭିଟାମିନ୍‌ ବି-୧୨କୁ ଡାଏଟ୍‌ରେ ସାମିଲ କରନ୍ତୁ।
  • ୭ରୁ ୮ ଘଣ୍ଟା ଶୁଅନ୍ତୁ। ଏହାଦ୍ୱାରା ଶରୀର ଉପଯୁକ୍ତ ବିଶ୍ରାମ ପାଇଥାଏ।
  • ବିଳମ୍ବରେ ଖାଆନ୍ତୁ ନାହିଁ।