ଅନେକ ସମୟରେ ଆମେ ଖାଉଥିବା ଖାଦ୍ୟ ପାଟିକୁ ସ୍ଵାଦ ଲାଗେ ନାହିଁ। କେହି କେହି ଏହାକୁ ଅରୁଚି ହୋଇଛି ବୋଲି କହିଥାଆନ୍ତି। କାହିଁକି ଏପରି ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା।

smell

ଅଧିକାଂଶ ସମୟରେ ଆମକୁ କିଛି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏ ନାହିଁ। ଯାହା ଖାଇଲେ ବି ପାଟିକୁ କିଛି ସ୍ଵାଦ ଲାଗେ ନାହିଁ। କେହି କେହି ଏହାକୁ ଅରୁଚି ହୋଇଛି ବୋଲି କହିଥାଆନ୍ତି। ବେଳେବେଳେ କୌଣସି ଖାଦ୍ୟ ଖାଇବା ଫଳରେ ପାଟିର ସ୍ଵାଦ ଚାଲିଯାଏ।

ଖାଦ୍ୟକୁ ଉପଭୋଗ କରି ଖାଇଲେ ସ୍ଵାସ୍ଥ୍ୟରେ ଉନ୍ନତି ଆସିଥାଏ। ଆମେ ଖାଉଥିବା ଖାଦ୍ୟର ସ୍ଵାଦ ଜଣାପଡ଼ୁନଥିବା ସତ୍ତ୍ଵେ ଅନେକ ଏହାକୁ ହେୟଜ୍ଞାନ କରନ୍ତି। ଏଭଳି କୌଣସି ସମସ୍ୟା ଦେଖାଦେଲେ ସାଙ୍ଗେସାଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରାଇବା ଆବଶ୍ୟକ।

ଖାଦ୍ୟ ଖାଇବା ସମୟରେ ଆମର ଦୁଇଟି ଇନ୍ଦ୍ରିୟ ଏକାସାଙ୍ଗରେ କାମ କରିଥାଏ। ସ୍ଵାଦ ବାରୁଥିବା କୋଷ ସାହାଯ୍ୟରେ ଖଟା, ମିଠା, ଲୁଣିଆ ଏବଂ ରାଗ ଜାଣିହୁଏ। କିନ୍ତୁ ଖାଇବା ସମୟରେ ଖାଦ୍ୟର ଗନ୍ଧ ମଧ୍ୟ ନାକକୁ ଯାଇଥାଏ। ଅନେକ ସମୟରେ ଖରାପ ଗନ୍ଧ ଖାଦ୍ୟର ସ୍ଵାଦ ବଦଳାଇଦେଇଥାଏ।

taste and smell changes

ବୟସ

ବୟସ ବଢ଼ିବା କାରଣରୁ ଅଧିକାଂଶ ଲୋକଙ୍କ ପାଟିର ସ୍ଵାଦ ନଷ୍ଟ ହୋଇଯାଏ। ସେମାନେ ଖାଦ୍ୟର କୌଣସି ସ୍ଵାଦ ଜାଣିପାରନ୍ତି ନାହିଁ। ଫଳରେ ଆବଶ୍ୟକଠାରୁ କମ ଖାଦ୍ୟ ଖାଇଥାଆନ୍ତି। କମ ଖାଇବା କାରଣରୁ ସେମାନେ ଅତି ଜଲଦି ରୋଗାଗ୍ରସ୍ଥ ହୋଇପଡ଼ନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ୪୦ ବର୍ଷ ଏବଂ ପୁରୁଷ ମାନଙ୍କ ପାଖରେ ୫୦ ବର୍ଷରୁ ଦେଖାଯାଏ।

ବୟସ ଅଧିକ ହେଲେ  ସ୍ଵାଦ କୋଷଗୁଡ଼ିକ କମ ସମ୍ବେଦନଶୀଳତା ହୋଇଯାଆନ୍ତି। ଫଳରେ କୌଣସି ଖାଦ୍ୟର ସ୍ଵାଦ ବାରି ହୁଏ ନାହିଁ। ଲୁଣ ଏବଂ ମିଠା ଜାତୀୟ ଖାଦ୍ୟ ପ୍ରଥମେ ଜଣାପଡ଼ିନଥାଏ। ପରେ ରାଗ, ପିତା ଏବଂ କଷାର ସ୍ଵାଦ ପାଟିକୁ ଲାଗିନଥାଏ।

ବିଶେଷ କରି ୩୦ ରୁ ୬୦ ବର୍ଷ ମଧ୍ୟରେ ସ୍ଵାଦ ଏବଂ ଗନ୍ଧ ବାରିବା କୋଷଗୁଡ଼ିକ ସଠିକ ଭାବେ କାମ କରିଥାଆନ୍ତି। ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ଵାଦ ବାରିବା କଷ୍ଟକର ହୋଇପଡ଼େ।

ଯଦି କମ ବୟସରୁ ପାଟିକୁ ସ୍ଵାଦ ନ ଲାଗୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରାଇନେବା ଉଚିତ।

fever of child

ରୋଗ

ଜ୍ଵର ହେବା ସମୟରେ କୌଣସି ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ। ଆମେ କୌଳସି ରୋଗରେ ଆକ୍ରାନ୍ତ ହେବା ଦ୍ଵାରା ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହୋଇଯାଏ। ତେଣୁ ଆମେ ଖାଉଥିବା କିଛି ଖାଦ୍ୟର ସ୍ଵାଦକୁ ପାଟି କିଛି ଗ୍ରହଣ କରିନଥାଏ।

ନାକ, ଗଳା, କିମ୍ବା ସାଇନସରେ ସଂକ୍ରମଣ କାରଣରୁ ଖାଇବା ପାଇଁ ଇଚ୍ଛା ହୁଏ ନାହିଁ।

ମୁଣ୍ଡରେ ଆଘାତ ଯୋଗୁଁ ସ୍ୱାଦ ଏବଂ ଗନ୍ଧ ସହିତ ଜଡ଼ିତ ସ୍ନାୟୁ ପ୍ରଭାବିତ ହୋଇଥାଏ। ଯାହା ଫଳରେ ପାଟିକୁ ସବୁ ଖାଦ୍ୟର ସ୍ଵାଦ ଏକାଭଳି ଲାଗିଥାଏ।

medicine care at home

ଔଷଧର ପ୍ରଭାବ

ଶରୀରରୁ ବିଭିନ୍ନ ରୋଗର ଉପଶମ ପାଇଁ ଆମେ ଔଷଧ ସେବନ କରିଥାଉ। ଅନେକ ସମୟରେ ଏହି ଔଷଦର ସ୍ଵାଦ ପାଟିକୁ ଅଧିକ ମାତ୍ରରେ ପ୍ରଭାବ ପକାଇଥାଏ। ଔଷଧରେ ଥିବା ରାସାୟନିକ ପଦାର୍ଥର ପ୍ରଭାବ ଯୋଗୁଁ ଖାଉଥିବା ଖାଦ୍ୟର ସ୍ଵାଦ ଜଣାପଡ଼ିନଥାଏ।

ଆଣ୍ଟିଡିପ୍ରେସାଣ୍ଟ, ଆଣ୍ଟିହାଇଷ୍ଟାମାଇନ କିମ୍ବା ଅନ୍ୟାନ୍ୟ ଔଷଧ ଖାଇବା ଫଳରେ ପାଟିର ଲାଳ ଶୁଖିଯାଇଥାଏ। ଯାହା ଦ୍ଵାରା କୌଣସି ଖାଦ୍ୟର ସ୍ଵାଦ ଜଣାପଡ଼େ ନାହିଁ।

ଉଚ୍ଚ ରକ୍ତଚାପ ରୋଗୀମାନେ ଖାଉଥିବା ମେଡିସିନରେ ଧାତବ ଅଂଶ ଅଧିକ ମାତ୍ରରେ ରହିଥାଏ। ଏହି ଧାତବ ଅଂଶ ଯୋଗୁଁ ଖାଦ୍ୟର ସଠିକ ସ୍ଵାଦ ପାଟି ବାରି ପାରେ ନାହିଁ।

ହୃଦଘାତ ରୋଗୀମାନଙ୍କର ମେଡିସିନରେ ବିଟା ସେଲକୁ ଅବରୋଧ କରିବା ଗୁଣ ରହିଛି। ଯଦ୍ଵାରା ଏହି ମେଡିସିନ ଖାଇବା ମାତ୍ରକେ ବିଟା ସେଲ ବ୍ଲକ ହୋଇ ପାଟି କୌଣସି ସ୍ଵାଦ ବାରିପାରିନଥାଏ।