‌ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଛି। ଲଗାତର ଦୁଇ ଦିନ ହେଲା ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ଦିନକରେ  ଦେଶରେ ୧ ହଜାର ୧୮୫ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦେଶରେ ୨ ଲକ୍ଷ ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ମାମଲା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭କୁ ବୃଦ୍ଧି ଘଟିଛି। ଏଥିରୁ ୧କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଏବେ ସୁଦ୍ଧା ମୋଟ ସକ୍ରିୟ ମାମଲା ୧୫ ଲକ୍ଷ ୬୯ହଜାର ୭୪୩  ରହିଛି। ଅନ୍ୟପଟେ ମୃତ୍ୟସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିଚାଲିଛି। ଏଯାବତ୍‌ କରୋନାରେ ୧ ଲକ୍ଷ ୭୪ ହଜାର ୩୦୮ ଜଣ ଆଖି ବୁଜିଛନ୍ତି।

କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ଏଯାଏଁ ୧୧ କୋଟି ୭୨ ଲକ୍ଷ ୨୩ହଜାର ୫୦୫ ଜଣ ଟିକା ନେଲେଣି।

ସୌଜନ୍ୟ: ଓଡ଼ିଶାଲାଇଭ୍