diwali_safety tips

କରୋନା ଭଳି ପରିସ୍ଥିତିରେ ସୁରକ୍ଷିତ ଭାବେ ପାଳନ କରନ୍ତୁ ଦୀପାବଳି।

ରାଜ୍ୟରେ ଏବେ କରୋନା ସ୍ଥିତି ଜାରି ରହିଛି। କରୋନା କାଳରେ ବାଣ ଫୁଟିଲେ ଏହା ସ୍ୱାସ୍ଥ୍ୟ ତଥା ଶ୍ୱାସକ୍ରିୟା ପାଇଁ କ୍ଷତିକାରୀ ହୋଇପାରେ। ବାଣରୁ ନିର୍ଗତ ହେଉଥିବା ରାସାୟନିକ ପଦାର୍ଥ ଓ ଧୂଆଁ ଉଭୟ କରୋନା ଆକ୍ରାନ୍ତ ବ୍ୟକ୍ତି ଓ ସାଧାରଣ ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଚଳିତ ବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବାକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି।

ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣିଥାଏ ଏହି ପର୍ବ। ତେବେ ଦୀପାବଳି ସମୟରେ ସମୟରେ ଗଣମାଧ୍ୟମରେ ଦୁର୍ଘଟଣା ଖବର ମନକୁ ଅଧିକ ଦୁଃଖ ଦେଇଥାଏ। ତେବେ ସାଧାରଣ ଲୋକ ଯଦି ଅଳ୍ପ ସାବଧାନତାର ସହ ଏହି ପର୍ବକୁ ପାଳନ କରିବେ, ତେବେ ସମସ୍ତେ ଏକ ଦୁର୍ଘଟଣା ମୁକ୍ତ ଦୀପାବଳି ପାଳିପାରିବେ।

ଦୀପାବଳିରେ କ’ଣ ପିନ୍ଧିବେ ଆଉ କ’ନପିନ୍ଧିବେ?

ସହଜରେ ନିଆଁ ଲାଗିଯାଉଥିବା କପଡ଼ା ପିନ୍ଧନ୍ତୁ ନାହିଁ।

ଡ୍ରେସର ଓଢ଼ଣୀକୁ ଡ୍ରେସ ସହ ଯୋଡ଼ି ରଖନ୍ତୁ, ଓହଳାଇ ରଖନ୍ତୁ ନାହିଁ।

ସୂତା କପଡ଼ା ପିନ୍ଧନ୍ତୁ, ଏହା ଦୀପାବଳିସମୟରେ ଆପଣଙ୍କୁ ସୁରକ୍ଷିତ ରଖିଥାଏ।

ମୁଣ୍ଡର କେଶକୁ ଭଲ ଭାବରେ ବାନ୍ଧି ରଖନ୍ତୁ, କେଶକୁ ଖୋଲା ରଖନ୍ତୁ ନାହିଁ।

ଦୀପକୁ ସତର୍କତାର ସହ ଜଳାନ୍ତୁ।

ଦୁଇଟି ଦୀପ ମଧ୍ୟରେ ଉପଯୁକ୍ତ ଦୂରତା ରଖନ୍ତୁ।

ଗଛଥିବା ସ୍ଥାନରୁ ଦୀପକୁ ଦୂରେଇ ରଖନ୍ତୁ।

ବିଦ୍ୟୁତ ତାରଠାରୁ ଦୀପକୁ ଦୂରେଇ ରଖନ୍ତୁ।

ଦୀପଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖନ୍ତୁ।

ଇଲେକ୍ଟ୍ରିକ୍ ଦୀପ ବ୍ୟବହାର କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ।

କିପରି ରଖିବେ ନିଜକୁ ସୁରକ୍ଷିତ?

– ଦୀପାବଳୀ ପୂର୍ବରୁ ଘର ସଫା କରାଯାଏ। ରଙ୍ଗ ଦିଆଯାଇ ସାଜସଜ୍ଜା କରାଯାଏ। ଘର ସଫା ବେଳେ ଉଡ଼ୁଥିବା ଧୂଳି ଆଉ ରଙ୍ଗର ବାସ୍ନା ଯୋଗଁ ଶ୍ଵାସ ରୋଗୀମାନେ ଠିକ୍ ଭାବେ ନିଶ୍ୱାସ ନେଇପାରନ୍ତି ନାହିଁ। ଯଥା ସମ୍ଭବ ଧୂଳି ହେଉଥିବା ଜାଗାରୁ ଦୂରେଇ ରହନ୍ତୁ। ଅଥବା ମୁହଁରେ ମାସ୍କ ବ୍ୟବହାର କରି କାମ କରନ୍ତୁ।

– ମନ ଅଶାନ୍ତ ଏବଂ ବ୍ୟାକୁଳ ହେଲେ ନିଶ୍ୱାସ ନେବାରେ ଅସୁବିଧା ହୁଏ। ତେଣୁକରି ସକାଳର କଅଁଳିଆ ଖରାରେ ଯୋଗାସନ କିମ୍ବା ଯେକୌଣସି ବ୍ୟାୟାମ କରି ମନକୁ ଶାନ୍ତ ରଖନ୍ତୁ।

– ଅଧିକ ସମୟ ଖାଲି ପେଟରେ ରହନ୍ତୁ ନାହିଁ। ଭୋକ ହେଲେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଅତ୍ୟଧିକ ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ।

ଆଲୋକର ପର୍ବ ଦୀପାବଳିରେ ଲୋକେମାନେ ଘରେ ସ୍ୱାଦିଷ୍ଟ ମିଷ୍ଠାନ୍ନ ଓ ଖାଦ୍ୟପେୟ ବନାଇଥା’ନ୍ତି। ହେଲେ ଏହିସବୁ ଖାଦ୍ୟକୁ ଅଳ୍ପ ଅଳ୍ପ ଖାଆନ୍ତୁ। କାରଣ ଅଧିକ ଖାଇଲେ ବଦ୍‌ହଜମି ସମସ୍ୟା ଉପୁଜିପାରେ। ଡାଏବେଟିସ୍‌ ରୋଗୀ ଏହି ସମୟରେ ବିନା ଚିନିରେ ମିଠା ପ୍ରସ୍ତୁତ କରି ଖାଇପାରିବେ। ଖୁସିର ପର୍ବରେ ନିଜ ପରିବାର ବନ୍ଧୁଙ୍କ ସହ ବିତାନ୍ତୁ, ସୁସ୍ଥ ଓ ସୁରକ୍ଷିତ ରହନ୍ତୁ। ହଁ ଏସବୁ ମାନିବା ସହ କରୋନାର ନିୟମାବଳୀ ମଧ୍ୟ ପାଳନ କରିବା ଜରୁରୀ।

ଯଦି କୌଣସି ପ୍ରକାର ଅଘଟଣ ଘଟୁଛି। ତେବେ ଖୁବଶୀଘ୍ର ପ୍ରାଥମିକ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ।