ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର କ’ଣ ? ଏନେଇ ଜାଣନ୍ତୁ, ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି?

କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନସରରେ ଅନ୍ତର୍ଭୁକ୍ତ।

ହେଡ୍ଆଣ୍ଡ ନେକ୍କ୍ୟାନ୍ସର ? (What is head and neck cancer in Odia)

ପାଟି, ଗଳା ଓ ବେକ ମଧ୍ୟରେ ଯେଉଁ କ୍ୟାନ୍‌ସର ହୋଇଥାଏ, ତାହାକୁ ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର କୁହାଯାଏ। ଏହି କ୍ୟାନ୍‌ସର ଅରବିଟ୍‌ ବା ନାଜୋଫେରିନ୍ସରୁ ଆରମ୍ଭ ହୋଇ, ପାଟି ଭିତରେ ଏବଂ ଲାରିନ୍ସରେ ହୋଇଥାଏ।

ମୁଣ୍ଡ ଏବଂ ଗଳାରେ କ୍ୟାନ୍ସର ହେବାର କାରଣ (Causes of head and neck cancer in Odia)

ଟବାକୋ ସେବନ ଦ୍ୱାରା ମୂଖ୍ୟତଃ ହେଡ୍‌ ଆଣ୍ଡ ନେକ୍‌ରେ କ୍ୟାନ୍‌ସର ହୋଇଥାଏ। ପାନ, ବିଡ଼ି, ତମାଖୁ, ଗୁଟ୍‌ଖା, ସିଗାରେଟ୍ ତଥା ମଦ୍ୟପାନରେ କାର୍ସିନୋଜେନିକ୍‌ କେମିକାଲ ଥାଏ। ଏହି କେମିକାଲ ଆମ ଶରୀର ସମ୍ପର୍କରେ ଆସିଲେ କ୍ୟାନ୍‌ସର କରିଥାଏ।

ଲୋକେ ସାଧାରଣତଃ ପାନକୁ କଳରେ ଜାକି କରି ଘଣ୍ଟା ଘଣ୍ଟା ରଖିଥା’ନ୍ତି। ଫଳରେ ବକାଲ ମ୍ୟୁକୋଷାରେ କ୍ୟାନ୍‌ସର ହୋଇଥାଏ।

ଏହି କାର୍ସିନୋଜେନିକ କେମିକାଲ ଥିବା ଦ୍ରବ୍ୟ ଯେତେବେଳେ ଆମେ ଖାଇଥାଉ, ଏହା ଆମ ଶରୀର ସମ୍ପର୍କରେ ଆସି କୋଷଗୁଡ଼ିକ ଭିତରେ ଥିବା ଜିନ୍‌ଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ। ଫଳରେ କ୍ୟାନ୍‌ସର ସୃଷ୍ଟି ହୋଇଥାଏ।

ତୀକ୍ଷ୍ନ ଦାନ୍ତ ଯୋଗୁଁ ମଧ୍ୟ କ୍ୟାନ୍‌ସର ହୋଇପାରେ। କିଛି ଲୋକଙ୍କର ଗୋଟେ ଗୋଟେ ଦାନ୍ତ ଗୋଜିଆ ହୋଇ ରହିଥାଏ। ଏହି ଦାନ୍ତ ବାରମ୍ବାର ବାରମ୍ବାର ଜିଭ ସହ ବାଜିଥାଏ। ପ୍ରାୟ ସବୁବେଳେ ଏହି ଦାନ୍ତ ଜିଭରେ ବାଜି ବାଜି ଜିଭ ଖଣ୍ଡିଆ କରିଦେଇଥାଏ। ଫଳରେ ଧୀରେ ଧୀରେ କ୍ୟାନ୍‌ସରକୁ ଗତି କରିଥାଏ।

କିଛି କ୍ଷେତ୍ରରେ ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସରର କାରଣଗୁଡ଼ିକ ଜଣାପଡ଼ି ନଥାଏ।

ହେଡ୍ଆଣ୍ଡ ନେକ୍ କ୍ୟାନ୍ସରର ଚିକିତ୍ସା (Head and neck cancer treatment in Odia)

ରୋଗୀର ଅବସ୍ଥାକୁ ଓ କ୍ୟାନ୍‌ସରର ଷ୍ଟେଜକୁ ଦୃଷ୍ଟିରେ ରଖି ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ଏହି ଚିକିତ୍ସା କରିବା ବେଳେ ଗଠନମୂଳକ ଓ କାର୍ଯ୍ୟକ୍ଷମତା ଉପରେ ଧ୍ୟାନ ଦିଆଯାଏ। ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସରର ଚିକିତ୍ସା ପାଇଁ ସାଧାରଣତଃ ରେଡିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ।

ବେଳେ ବେଳେ ରେଡିଓ ଥେରାପି ସହିତ କେମୋଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ। ଫଳରେ ଅଧିକ କ୍ୟାନ୍‌ସର ସେଲ୍ସ ନଷ୍ଟ ହୋଇଯାଏ ଏବଂ ରୋଗୀର ଭଲ ହେବାର ସମ୍ଭାବନା ଅଧିକ ଥାଏ।

ହେଡ୍ଆଣ୍ଡ ନେକ୍ କ୍ୟାନ୍ସରର ନିରାକରଣ (Head and neck cancer prevention in Odia)

ମୁଖ ଗହ୍ୱର କର୍କଟ ନିରାକରଣର ଗୋଟିଏ ମାତ୍ର ମନ୍ତ୍ର ହେଉଛି ତମାଖୁ ବର୍ଜନ। ଏହାସହ ମଦ୍ୟାପାନ ବି ଛାଡ଼ିବାକୁ ହେବ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Head and neck cancers, in Odia language, is based on an extensive interview with Oncologist Dr. Sanjib Kumar Mishra.

 (ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ।)