ଭାରତୀୟ ସଂସ୍କୃତିରେ ତୁଳସୀକୁ କେବଳ ପୂଜା କରାଯାଇନଥାଏ, ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ତୁଳସୀର ପତ୍ର, ଡାଳ ଓ ମଞ୍ଜିକୁ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ସାଧାରଣ ଜ୍ୱରଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ତୁଳସୀକୁ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ତୁଳସୀର ବ୍ୟବହାର ବିଷୟରେ।

ଗୋଟିଏ ଚାମଚ ତୁଳସୀରେ ୩% ଭିଟାମିନ୍‌ ଏ, ୧୩% ଭିଟାମିନ୍‌ କେ, ୦.୫% କ୍ୟାଲସିୟମ୍‌, ୦.୫% ଆଇରନ୍‌, ୧.୫ % ମାଙ୍ଗାନିଜ୍‌ ରହିଛି।

୧- ତ୍ୱଚା ସମସ୍ୟା ପାଇଁ ତୁଳସୀ

ତ୍ୱଚାକୁ ଉଜ୍ୱଳ କରେ ତୁଳସୀ।

ମୁହଁରୁ ବ୍ରଣ ଓ ବ୍ରଣ ଦାଗ ଦୂର କରେ ତୁଳସୀ।

ତ୍ୱଚାରେ ହୋଇଥିବା ଆଲର୍ଜି, ଫଙ୍ଗାଲ ଇନ୍‌ଫେକ୍ସନ୍‌ ଦୂର କରେ ତୁଳସୀ।

ଚର୍ମ କୁଣ୍ଡାଇ ହେଉଥିଲେ ତୁଳସୀ ଖାଆନ୍ତୁ।

୨- କେଶ ସମସ୍ୟା ପାଇଁ ତୁଳସୀ

କେଶରେ ସଂକ୍ରମଣ ହୋଇଥିଲେ ତୁଳସୀକୁ ବାଟି କେଶରେ ଲଗାନ୍ତୁ।

ରୁପି ସମସ୍ୟା ଦୂର କରେ ତୁଳସୀ।

୩- ଥଣ୍ଡା ଦୂର କରେ ତୁଳସୀ

ଥଣ୍ଡା, ସର୍ଦ୍ଦି ହେଉଥିଲେ ପ୍ରତିଦିନ ସକାଳେ ୫ଟି ତୁଳସୀ ପତ୍ରରେ ମହୁ ମିଶାଇ ଖାଇଲେ ଥଣ୍ଡା ଦୂର ହୁଏ।

ନାକ ଚୁଣ୍ଟି ହେଉଥିଲେ ପାଣିରେ ତୁଳସୀ ପତ୍ର ମିଶାଇ ଫୁଟାନ୍ତୁ। ଏହାକୁ ବାମ୍ପ ନିଅନ୍ତୁ।

ତୁଳସୀ ଚା’ କରି ମଧ୍ୟ ପିଇପାରିବେ। ଥଣ୍ଡା ଯୋଗୁଁ ଅସହଜ ମନେ ହେଉଥିଲେ ନାଲି ଚା’ରେ ତୁଳସୀ ପତ୍ର ମିଶାଇ ପିଇପାରିବେ।

ଶୁଖିଲା କାଶ ହେଉଥିଲେ ଗୋଟେ କପ୍‌ ପାଣିରେ ଅଧ ଇଞ୍ଚ ଅଦା ଓ ତୁଳସୀ ପତ୍ରକୁ ଫୁଟାଇ ପିଇବେ। ଏହି ପାଣିକୁ ଦୁଇଥର ପିଇବେ, ଆରାମ ମିଳିବ।

୪- ପାଟିରୁ ଦୁର୍ଗନ୍ଧ ଦୂର କରେ ତୁଳସୀ

ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ।

୫- ପେଟରୁ ବିଷାକ୍ତ ପଦାର୍ଥ ବାହାରିଯାଏ

ତୁଳସୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିକରିଥାଏ। ତୁଳସୀରେ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ତତ୍ୱ ରହିଛି, ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

ତୁଳସୀକୁ ସିଧାସଳଖ ଖାଇପାରିବେ। ଏହାକୁ ଆପଣ ଶୁଖାଇ ଗୁଣ୍ଡ କରି ରଖିପାରିବେ ଓ ଚା’ରେ ମିଶାଇ ପିଇପାରିବେ।