କେମିତି ଜାଣିବେ ଗୋଟେ ପିଲାର ବୁଦ୍ଧିର କ୍ଷମତା କେତେ? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ପ୍ରତ୍ୟେକ ପିଲା ଅଲଗା। ଶାରୀରିକ ଏବଂ ମାନସିକ ଭାବେ ଭିନ୍ନ। ତେଣୁ ସମାନ ପିତାମାତା, ସମାନ ପରିବାର, ସମାନ ପରିବେଶ ହେଲେ ମଧ୍ୟ ଗୋଟିଏ ପିଲାର ବୁଦ୍ଧି ଅନ୍ୟ ପିଲାର ବୁଦ୍ଧିଠାରୁ ଭିନ୍ନ ଥାଏ। ସେମାନଙ୍କ ବୁଦ୍ଧିର ବିକାଶ ମଧ୍ୟ ସେହିଭଳି ଅଲଗା ହୋଇଥାଏ। ବୁଦ୍ଧି ଚାରି ପ୍ରକାରର। ଯୋଜନା (Planning), ଏକାଗ୍ରତା (Attention), ଏକକାଳୀନ, ମନେ ରଖିବା। ଏହି ଚାରି ପ୍ରକାର ବୁଦ୍ଧିରେ ସନ୍ତୁଳନ ରହିଲେ ପିଲାର ବୁଦ୍ଧି ଭଲ ରହିଥାଏ।

ଗୋଟିଏ ପିଲାର ବୁଦ୍ଧି ଅନ୍ୟ ପିଲାଠାରୁ କାହିଁକି ଅଲଗା? (Why is one child’s intellect different from another in Odia)

ଗୋଟିଏ ଘରେ ଦୁଇ ଜଣ ପିଲା ଗୋଟିଏ ସ୍କୁଲରେ ପାଠ ପଢ଼ୁଛନ୍ତି, ଦୁଇ ଜଣଙ୍କୁ ଏକପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ହେଲେ ଦୁଇ ଜଣଙ୍କ ପ୍ରଦର୍ଶନ ଆଲଗା ରହୁଥିବ କିମ୍ବା ସେମାନଙ୍କର ପାଠ ବୁଝିବାରେ ଭିନ୍ନତା ରହୁଥିବ। ଏଥିପାଇଁ ବାପା ମା’ମାନେ ବ୍ୟସ୍ତ ହୋଇପଡ଼ୁଛନ୍ତି। ଏଭଳି କ୍ଷେତ୍ରରେ ପିଲାକୁ ରାଗିଲେ କିମ୍ବା ଅଧିକ ଟ୍ୟୁସନ୍‌ ଲଦି ଦେଲେ ହେବନି।

child care

ପିଲାଙ୍କ ଉପରେ ପରୀକ୍ଷା ଚାପ (Exam pressure on children in Odia)

ଆଜିକାଲି ପରୀକ୍ଷା ପୂର୍ବରୁ ପିଲାମାନଙ୍କର ପରୀକ୍ଷା ଆଙ୍ଗଜାଇଟି ଅଧିକ ବଢ଼ିଯାଉଛି। ସେମାନେ ପରୀକ୍ଷା ପାଇଁ ଯେତେ ଭଲ ପ୍ରସ୍ତୁତ ହେଲେ ବି ପରୀକ୍ଷାର ଫଳାଫଳ ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ପିଲା ନୁହଁ ବାପା ମା’ମାନେ ବି ପିଲାର ପରୀକ୍ଷା ଫଳାଫଳକୁ ନେଇ ଅଧିକ ଆଶା ରଖୁଛନ୍ତି। ପିଲାମାନଙ୍କୁ ଏନେଇ ପରୀକ୍ଷା ଆଙ୍ଗଜାଇଟି ମଧ୍ୟ ରହୁଛି। ଏଭଳି କ୍ଷେତ୍ରରେ ଅଭିଭାବକମାନେ ପିଲାମାନଙ୍କୁ ଚାପ ପକେଇବା ଉଚିତ୍‌ ନୁହେଁ।

କେତେକ ପିଲାମାନେ ସମସ୍ତ ପରୀକ୍ଷାରେ ଭଲ କରି ଆସୁଥିବେ, ହେଲେ କିଛି ପରୀକ୍ଷାରେ ହଠାତ୍‌ ରେଜଲ୍ଟ ଖରାପ ହୋଇଥାଏ। କାରଣ ପଞ୍ଚମ ଶ୍ରେଣୀ ଯାଏଁ ପିଲାକୁ କୌଣସି ପାଠର ଚାପ ନ ଥାଏ। ଷଷ୍ଠ ଓ ଅଷ୍ଟମ ବେଳକୁ ପିଲାର ପାଠ ଉପରେ ଚାପ ବଢ଼ିଥାଏ। ତେଣୁ, ଏହି ସମୟରେ ପିଲାର ବୁଦ୍ଧିମାନ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଆମେ ପିଲାଟିର ବୁଦ୍ଧି ପରୀକ୍ଷା କଲେ ଜାଣିପାରିବା ଯେ ତା’ର କେଉଁ ଦିଗରେ ଅସୁବିଧା ରହିଛି।

କେତେକ ପିଲାଙ୍କଠାରେ ବୁଝିବା ଶକ୍ତି ପ୍ରଖର ଥାଏ, ହେଲେ ମନେ ରଖିବା ଶକ୍ତି ଦୁର୍ବଳ ଥାଏ। ଅନ୍ୟ କେତେକ ପିଲାଙ୍କର ବୁଝିବା ଶକ୍ତି ଓ ମନେ ରଖିବା ଶକ୍ତି ଭଲ ଥିବା ସତ୍ତ୍ୱେ, ସେମାନେ ପରୀକ୍ଷାରେ ରେଜଲ୍ଟ ଭଲ ଆଣିପାରନ୍ତି ନାହିଁ। କାରଣ ତାଙ୍କର ଯୋଜନା ଓ ଏକାଗ୍ରତାରେ ସମସ୍ୟା ଥାଏ। ଏହିସବୁ କାରଣ ଯୋଗୁଁ ପିଲାଙ୍କର ରେଜଲ୍ଟରେ ଭିନ୍ନତା ଆସିଥାଏ।

child_study

କେତେକ ପିଲା ପାଠପଢ଼ାରେ ଦୁର୍ବଳ କାହିଁକି ଥା’ନ୍ତି? (Why are some children weak in studies in Odia)

ପିଲାର ବୁଦ୍ଧିର କ୍ଷମତା ମାପିବା ପାଇଁ ମାପକାଠି ରହିଛି। ପିଲା ଯଦି ପାଠରେ ଦୁର୍ବଳ ଥିବେ, ହେଲେ ଅନ୍ୟ କାର୍ଯ୍ୟକଳାପରେ ଭଲ ଥାଇପାରନ୍ତି। ତେଣୁ ସବୁ ପିଲାଙ୍କର ପାଠ ପଢ଼ିବାର କ୍ଷମତା ଭିନ୍ନ ଭିନ୍ନ। ବେଳେ ପିଲାର ବୁଦ୍ଧି ଥାଏ, ହେଲେ ସଠିକ୍‌ ସୁଯୋଗ ଓ ସଠିକ୍‌ ପୁଷ୍ଟିକର ଖାଦ୍ୟ ନ ମିଳିପାରିଲେ ବୁଦ୍ଧିରେ ପ୍ରଭାବ ପଡ଼ିପାରେ।

ବଂଶଗତ କାରଣରୁ ପିଲାର ବୁଦ୍ଧିର ବିକାଶରେ ସମସ୍ୟା ହୁଏ କି?

ଲୋକଙ୍କର ଧାରଣା ରହିଛି ଯେ, ଅଳ୍ପ ବୁଦ୍ଧି ଥିବା ବାପା ମା’ଙ୍କର ଅଳ୍ପ ବୁଦ୍ଧି ଥିବା ପିଲା ଜନ୍ମ ହୋଇଥାଏ। ହେଲେ ଏହା ଭୁଲ। ପିଲା ଜନ୍ମ ହେବା ପରେ ପିଲାର ବୁଦ୍ଧିର ବିକାଶ ହେବା ଦରକାର। ତେଣୁ ଜନ୍ମ ପରେ ପିଲାଟି କେଉଁ ପରିବେଶରେ ବଢ଼ୁଛି, ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ପିଲାଟିକୁ ଭଲ ପରିବେଶ ଦିଆଗଲା, ତେବେ ତା’ଣ ବୁଦ୍ଧିର ବିକାଶ ବି ଭଲ ଭାବରେ ହେବ।

ଗର୍ଭାବସ୍ଥାରେ ମା’ ଯଦି ଅବସାଦରେ ଥିବେ, ତେବେ ସେହି ପିଲାର ବୁଦ୍ଧି ବିକାଶ ହେବାରେ ବାଧକ ହୋଇପାରେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମ୍ବିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Intelligence & Cognitive development in children, in Odia language, is based on an extensive interview with psychologist Dr Sambit Nanda.