ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ସାଇଲେଣ୍ଟ କିଲର ପାଲଟିଛିା  ଆଜିକାଲି ଅନେକ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତିା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ୍ ହେଉଛିା କିନ୍ତୁ ମଧୁମେହ ରୋଗୀ ନିଜକୁ ଫିଟ୍ ରଖିବା ପାଇଁ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।

Heart Attack

–ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରନ୍ତୁ। ଏଡିଏଲ୍ ଅର୍ଥାତ୍ ଖରାପ କୋଲେଷ୍ଟ୍ରୋଲ୍‌ ସ୍ତରକୁ କମାନ୍ତୁ।

–ପ୍ରତିଦିନ ୧ ଘଣ୍ଟା ନିଶ୍ଚିତ ଭାବେ ଚାଲନ୍ତୁ। ସପ୍ତାହରେ ୮୦ ମିନିଟ୍‌ର ଦୌଡ଼ିବା ଆପଣଙ୍କ ପାଇଁ ପର୍ଯ୍ୟାପ୍ତ। ଏହା ହାର୍ଟର ଗତିକୁ ମଧ୍ୟ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏା

–ଯଥାସମ୍ଭବ କମ୍ କ୍ୟାଲୋରୀଯୁକ୍ତ ଖାଆନ୍ତୁ। ପ୍ରତି ମିଲ୍‌ରେ ୮୦ ଗ୍ରାମ୍ ବା ଏମଏଲ୍ କ୍ୟାଲୋରୀରୁ ଅଧିକ ଗ୍ରହଣ କରନ୍ତୁ ନାହିଁ।

roti and rice

–ବର୍ଷରେ ୧୦୦ ଦିନ ଖାଦ୍ୟରେ ଭାତ ବା ରୁଟି ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ଆପଣ ଫଳ, ପନିପରିବାକୁ ଖାଦ୍ୟ ଭାବେ ଗ୍ରହଣ କରିପାରିବେ।

–କିଡ୍‌ନୀ ଓ ଫୁସଫୁସ୍ ଯେପରି ସୁସ୍ଥ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଧୂମପାନ କରନ୍ତୁ ନାହିଁ।

–ସକାଳ ବା ଭୋର୍ ସମୟରେ ଖରାରେ ୧ ଘଣ୍ଟା ଲେଖାଏଁ ବସନ୍ତୁ। ଏହାଦ୍ୱାରା ଭିଟାମିନ୍ ଡି ଶରୀରକୁ ମିଳିଥାଏ।

–ପ୍ରତି ଦିନ ଅତି କମ୍‌ରେ ୧୦ ମିନିଟ୍‌ ପ୍ରାଣାୟମ କରନ୍ତୁ।