ବୟସ ବଢିବା ସହିତ ଯଦି ଆପଣଙ୍କ ପିଲାଙ୍କ ଉଚ୍ଚତା ବଢୁନି, ତେବେ ନିମ୍ନ ଲିଖିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ।

ପିଲାଙ୍କ ଉଚ୍ଚତା ବୃଦ୍ଧି ପାଇଁ ଯେଉଁସବୁ କାରକ ଦାୟୀ, ସେ ମଧ୍ୟରୁ ୬୦ ରୁ ୮୦ ପ୍ରତିଶତ ଅନୁବଂଶୀୟ କାରକ ହୋଇଥିବା ବେଳେ ବାକି ପୋଷକ ତତ୍ତ୍ୱ, ବ୍ୟାୟାମ ସହିତ ଅନ୍ୟାନ୍ୟ କାରକ ଉପରେ ନିର୍ଭର କରିଥାଏ। ଏଣୁ ଯଦି ଆପଣ ମଧ୍ୟ ଆପଣଙ୍କ ପିଲାଙ୍କ ଉଚ୍ଚତା ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି ତେବେ ଆପଣାନ୍ତୁ ନିମ୍ନରେ ଦିଆଯାଇଥିବା ପଦକ୍ଷେପ। ନିଶ୍ଚିତ ଭାବେ ଲାଭ ପାଇବେ।

height of your child

ପିଲାକୁ ଏକ ବର୍ଷ ହେବା ପରଠାରୁ ପ୍ରତିବର୍ଷ ପିଲାଙ୍କ ଉଚ୍ଚତା ପ୍ରାୟ ୨ରୁ ୫ ଇଂଚ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଥରେ ଯୌବନ ଅବସ୍ଥାରେ ପ୍ରବେଶ କରିବା ପରେ ୪ ଇଂଚ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି। ତେବେ ବାଳିକାଙ୍କ କ୍ଷେତ୍ରରେ କିଶୋରାବସ୍ଥା ଆରମ୍ଭ ହେବା ସହିତ ଉଚ୍ଚତା ଅଧିକ ବୃଦ୍ଧି ପାଉଥିବା ବେଳେ ବାଳକଙ୍କ କ୍ଷେତ୍ରରେ କିଶୋରାବସ୍ଥାର ଅନ୍ତିମ ପର୍ଯ୍ୟାୟରେ ଉଚ୍ଚତା ଅଧିକ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ। ତେବେ ଯୁବାବସ୍ଥା ପ୍ରବେଶ ହେବା ପରେ ଉଚ୍ଚତା ବୃଦ୍ଧି ହେବା ସମ୍ଭବନା ବହୁତ କମ୍‌ ହୋଇଯାଏ। ଏଣୁ ଯଦି ଆପଣ କିଶୋରାବସ୍ଥାରେ ସଠିକ୍‌ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଆପଣଙ୍କ ଉଚ୍ଚତା କିଛି ପରିମାଣରେ ବୃଦ୍ଧିହେବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ସବୁ ପଦକ୍ଷେପଗୁଡିକ ବିଷୟରେ:

small thali-healthy food

ସନ୍ତୁଳିତ ଆହାର: ଯଦି ଆପଣ ନିଜର ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ନିଜ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ଶାଗ, ପ୍ରୋଟିନ, ବିଭିନ୍ନ ପ୍ରକାରର ଡାୟରୀ ଉତ୍ପାଦ, ବିଭିନ୍ନ ପ୍ରକାରର ଶସ୍ୟ, ଡାଲି ତଥା ମଞ୍ଜି ଜାତୀୟ ଖାଦ୍ୟ ସାମିଲ କରନ୍ତୁ ଯାହା ଫଳରେ ଉଚ୍ଚତା ବୃଦ୍ଧି ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ସବୁ ଆପଣ ପରର୍ଯ୍ୟାପ୍ତ ପରିମାଣରେ ପାଇ ପାରିବେ। ଅନ୍ୟପକ୍ଷରେ ଆପଣ ଟ୍ରାନ୍‌ଫ୍ୟାଟ୍‌, ସାଚୁରେଟେଡ୍‌ ଫ୍ୟାଟ୍‌ ଓ ଚିନିର ସେବନ କମ୍‌ କରନ୍ତୁ।

SwasthyaPlus

ନିୟମିତ ବ୍ୟାୟାମ: ନିୟମିତ ବ୍ୟାୟାମ କଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ଉଚ୍ଚତା ବୃଦ୍ଧି ପାଇଁ ସହାୟକ ହ୍ୟୁମନ ଗ୍ରୋଥ୍‌ ହର୍ମୋନ୍‌ ଅଧିକ ପରିମାଣରେ କ୍ଷରିତ ହୋଇଥାଏ। ଏହାସହିତ ମାଂସପେଶୀ ଶକ୍ତ ହେବା ସହିତ ହାଡ ମଜବୁତ ହୋଇଥାଏ।

ପର୍ଯ୍ୟାପ୍ତ ନିଦ୍ରା: ଉଚ୍ଚତା ବୃଦ୍ଧିରେ ସହାୟକ ହେଉଥିବା ହ୍ୟୁମନ ଗ୍ରୋଥ୍‌ ହର୍ମୋନର ସ୍ତର ଶୋଇବା ବେଳେ ଅଧିକ ରହିଥାଏ। ଏଣୁ ପର୍ଯ୍ୟାପ୍ତ ନିଦ୍ରା ଅଭାବରେ ଶରୀରରେ ଏହାର ସ୍ତର ପ୍ରଭାବିତ ହୋଇଥାଏ ଯାହାଫଳରେ ଆପଣଙ୍କ ଉଚ୍ଚତା ବୃଦ୍ଧି ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି।

medicine

ସାବଧାନତା ସହିତ ସପ୍ଲିମେଣ୍ଟ ବ୍ୟବହାର କରନ୍ତୁ

ଆବଶ୍ୟକ ସ୍ଥଳେ, କେବଳ ଡାକ୍ତରଙ୍କ ପରାମର୍ଶରେ ଉଚ୍ଚତା ବୃଦ୍ଧି କରିବା ପାଇଁ ସପ୍ଲିମେଣ୍ଟ ବ୍ୟବହାର କରନ୍ତୁ। ବଜାରରେ ଉଚ୍ଚତା ବୃଦ୍ଧି ପାଇଁ ଉପଲବ୍ଧ ବିଭିନ୍ନ ସପ୍ଲିମେଣ୍ଟ ଦ୍ୱାରା ପ୍ରଲୋଭିତ ହୁଅନ୍ତୁ ନାହିଁ। କାରଣ ଏହାର ବ୍ୟବହାର କଲେ ଲାଭ ତୁଳନାରେ ଶରୀରର ଅଧିକ କ୍ଷତି ହେବା ସମ୍ଭାବନା ରହିଛି।

ଉଚ୍ଚତା ବୃଦ୍ଧି କରିବା ପାଇଁ ବହୁତ ପରିଶ୍ରମ କରିବା ଆବଶ୍ୟକ ନାହିଁ। କେବଳ ଏହି ଉପାୟଗୁଡିକୁ ଶୃଙ୍ଖଳା ସହିତ ଆପଣେଇଲେ ଆପଣ ନିଶ୍ଚିତ ଭାବେ ଆପଣଙ୍କ ଉଚ୍ଚତା ବୃଦ୍ଧି କରିପାରିବେ।