୩୦ ବର୍ଷ ପରେ ମହିଳାମାନେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ସାମାନ୍ୟ ଧ୍ୟାନ ଦେଲେ ମହିଳାମାନେ ଏଥିରୁ ରକ୍ଷା ପାଇପାରିବେ।

ଆଜିକାଲି ମହିଳାମାନେ ଘର ସମ୍ଭାଳିବା ସହିତ ଅଫିସରେ କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଯାହାଦ୍ୱାରା କି ମଧୁମେହ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ବିଶେଷକରି ୩୦ ବର୍ଷ ଟପିଲେ ଏହି ସମସ୍ୟାର ଆଶଙ୍କା ଅଧିକ ଦେଖା ଦେଇଥାଏ। ସେଥିଲାଗି ନିୟମିତ ଭାବେ ଯୋଗ, ପ୍ରାଣାୟମ କରନ୍ତୁ। ଖୁସି ରହିବାକୁ ଚେଷ୍ଟା କରନ୍ତୁ।

୩୦ ବର୍ଷ ଟପିଲେ ମହିଳାମାନଙ୍କୁ ମଧୁମେହ ପରି ଉଚ ରକ୍ତଚାପର ଆଶଙ୍କା ଅଧିକ ହୋଇଥାଏ। ଏପରିକି କିଛି କ୍ଷେତ୍ରରେ ମହିଳାମାନଙ୍କୁ ହୃଦଘାତ ମଧ୍ୟ ହୋଇଥାଏ। ଏଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। କୌଣସି ସମସ୍ୟାକୁ ଅଧିକ ଗୁରୁତ୍ୱର ସହ ଚିନ୍ତା କରନ୍ତୁ ନାହିଁ। ଖାଦ୍ୟପେୟକୁ ନିୟମିତ କରନ୍ତୁ।

୩୦ ବର୍ଷ ପରେ ମହିଳାଙ୍କର ଓଜନ ବୃଦ୍ଧି ଜନିତ ସମସ୍ୟା ଦେଖାଯାଇଥାଏ। ଯାହାକି ପରେ ଅନେକ ରୋଗର କାରଣ ସାଜିଥାଏ। ଏହାକୁ ଦୂର କରିବା ପାଇଁ ଚାହୁଁଥିଲେ ନିୟମିତ ଭାବେ ବ୍ୟାୟାମ କରନ୍ତୁ। ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ୨୦-୨୫ ମିନିଟ୍ ଚାଲନ୍ତୁ।

ବୟସ ବଢ଼ିବା ସହିତ ଆମର ହାଡ଼ ଦୁର୍ବଳ ହୋଇଥାଏ। ତା’ ସହିତ ଅଧିକ ପରିଶ୍ରମ ପଡ଼ିଲେ ବା ଉପଯୁକ୍ତ ଖାଦ୍ୟ ନ ଖାଇଲେ ଅଷ୍ଟିଓ ପୋରୋସିସ୍ ହୋଇଥାଏ। ୩୦ ଟପିଗଲା ପରେ ମହିଳାଙ୍କୁ ଏହି ରୋଗ ହେବାର ଆଶଙ୍କା ବଢିଯାଏ। ଏଭଳି ସମସ୍ୟାର ସାମ୍ନା କରୁଥିଲେ କ୍ୟାଲ୍ସିୟମ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। କ୍ଷୀର, ଛୋଟମାଛ, ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

breast cancer effects

୩୦ ବର୍ଷ ପରେ କିଛି ମହିଳାଙ୍କୁ ସ୍ତନକର୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ସ୍ତନରେ ଆବୁଭଳି ଗୋଟାଳିଆ ମାଂସ ବଢ଼ୁଥିବାର ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

women

୩୦-୬୦ ବର୍ଷର ମହିଳାଙ୍କୁ ଗଣ୍ଠିବାତ ବା ଆର୍ଥରାଇଟିସ୍ ମଧ୍ୟ ହୋଇଥାଏ।  ଅଧିକାଂଶ ସମୟରେ ଏହା ଜଣାପଡ଼ି ନ ଥାଏ। ସାଧାରଣ ଗଣ୍ଠିବିନ୍ଧା ବୋଲି ଆମେ ଧରିନେଇଥାଉ। ଖାଦ୍ୟ, ବ୍ୟାୟାମ ତଥା ପ୍ରାଣାୟମ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।