ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍‌-୧୯? ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କେତେ ଉପଯୋଗୀ? ଏନେଇ ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ପଟେଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ମଣିଷ ଶରୀରରେ ୬ଟି ଗରୁତ୍ୱପୂର୍ଣ୍ଣ ଅଙ୍ଗ ରହିଛି। ଯଥା – ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, କିଡ୍‌ନି, ଯକୃତ ଓ ପାକସ୍ଥଳୀ। ସମସ୍ତ ଅଙ୍ଗ ଭଳି ଫୁସ୍‌ଫୁସ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। ଏହାର ମୁଖ୍ୟ କାମ ହେଲା ଅକ୍ସିଜେନ୍‌ ଶରୀରକୁ ଯୋଗାଇବା ଓ ଅଙ୍ଗାରକାମ୍ଳକୁ ବାହାରକୁ ଛାଡ଼ିବା। ଏହାଛଡ଼ା ଫୁସ୍‌ଫୁସ୍‌ ଏସିଡ୍‌ର ସମନ୍ୱତ ରକ୍ଷା କରିବା ସହ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। 

ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍? (Why is Covid infecting the lungs in Odia) 

କରୋନା ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିବା ପରେ ତାହା ଫୁସ୍‌ଫୁସ୍‌ରେ ନିଜର ବଂଶବିସ୍ତାର କରିଥାଏ। ସେଥିପାଇଁ କରୋନାର ପ୍ରାଥମିକ ଅବସ୍ଥାରେ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ଲକ୍ଷଣ ପରିପ୍ରକାଶ ହୋଇଥାଏ। ଲକ୍ଷଣଗୁଡ଼ିକ ହେଉଛି, ସାମାନ୍ୟ ଜ୍ୱର ହେବା, ଦେହ ଦୁର୍ବଳ ଲାଗିବା, ଦେହ ହାତ ଘୋଳାବିନ୍ଧା ହେବା। ଏଭଳି ଲକ୍ଷଣ ଦେଖାଦେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ କୋଭିଡ୍‌ର ପରୀକ୍ଷା କରି ଚିକିତ୍ସା କରିବା ଆବଶ୍ୟକ। 

ଅଧିକ ପଢ଼ନ୍ତୁ: ହୋମ୍ ଆଇସୋଲେସନ୍‌ରେ ଥିଲେ କ’ଣ କରିବେ, ଜାଣନ୍ତୁ

କେତେବେଳେ ସିଟି ସ୍କାନ୍ କରିବା ଆବଶ୍ୟକ? (When ct scan is required in Odia) 

କୋଭିଡ୍‌ ରୋଗୀଙ୍କଠାରେ ନିମୋନିଆର ଲକ୍ଷଣ ଯେପରିକି ଛାତିରେ ଯନ୍ତ୍ରଣା, କାଶ, କଫ ଏବଂ ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ହୁଏ, ସେତେବେଳେ ସିଟି ସ୍କାନ୍‌ର ଆବଶ୍ୟକତା ରହିଛି। ଅନ୍ୟଥା ସିଟି ସ୍କାନ କରିବା ଠିକ୍‌ ନୁହଁ। 

କୋଭିଡ୍ ହେଲେ କେଉଁ ଟେଷ୍ଟ କରାଯାଏ? (What tests are done for covid in Odia)  

ଜଣକୁ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ପ୍ରଥମେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯାଏ। ପ୍ରାୟ ୫୦ ପ୍ରତିଶତ ଲୋକଙ୍କଠାରେ ଏହି ଟେଷ୍ଟ ପଜିଟିଭ୍ ବାହାରେ। କୋଭିଡ୍ ଥାଇ ମଧ୍ୟ ଆଉ ବାକି ୫୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ବାହାରିଥାଏ। ସେହି କ୍ଷେତ୍ରରେ ଟ୍ରୁନାଟ୍ କିମ୍ବା ଆରଟିପିସିଆର୍ ଟେଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ, ବେଳେ ବେଳେ ଏମିତି ହୁଏ ଟ୍ରୁନାଟ୍ ଟେଷ୍ଟ, ଆଣ୍ଟିଜେନ୍ ଓ ଆରଟିପିସିଆର୍ ଟେଷ୍ଟରେ କୋଭିଡ୍ ନେଗେଟିଭ୍ ବାହାରିଥାଏ। କିନ୍ତୁ, ଲକ୍ଷଣ କୋଭିଡ୍ ଭଳି ଥିଲେ ଶେଷରେ ସିଟି ସ୍କାନ କରିବାକୁ ବାଧ୍ୟ ହୋଇଥାଉ।

ସିଟି ସ୍କାନ କରିବା କ୍ଷତିକାରକ। କାରଣ ଗୋଟିଏ ଏକ୍ସରେ ଯେତିକି ରଞ୍ଜନ ରଶ୍ମୀ ଆମ ଶରୀରକୁ ଦିଏ, ତା’ର ୩୦୦ଠୁ ୪୦୦ ରଶ୍ମୀ ଗୋଟିଏ ସିଟି ସ୍କାନ ଦ୍ବାରା ଶରୀରକୁ ଯାଇଥାଏ, ଯାହାକି ଭବିଷ୍ୟତରେ କ୍ୟାନ୍ସର ଭଳି ରୋଗର ଆଶଙ୍କା ସୃଷ୍ଟି କରେ। କିନ୍ତୁ ବେଳେ ବେଳେ ରୋଗର ଜଟିଳତା ଜାଣିବା ପାଇଁ ସବୁ ଟେଷ୍ଟ କରିଥିଲେ ମଧ୍ୟ ସିଟି ସ୍କାନ କରିବାକୁ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ବାସ୍ଥ୍ୟର ଯତ୍ନ?

ଫୁସ୍‌ଫୁସ୍‌ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍ (Breathing exercises to keep lungs healthy in Odia)

ଫୁସଫୁସ୍ ମଣିଷ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ତେଣୁ ତାକୁ ସୁସ୍ଥ ରଖିବା ନିହାତି ଜରୁରୀ। ଏଥିପାଇଁ ଲମ୍ବା ଲମ୍ବା ନିଶ୍ଵାସ ନେବାକୁ ହେବ, ଯଦ୍ଵାରା ଫୁସଫୁସ୍‌ର କୋଣଅନୁକୋଣରେ ବାୟୁ ଚଳାଚଳ ହୋଇପାରିବ। ୯୫ରୁ ୧୦୦ ପ୍ରତିଶତ ଅକ୍ସିଜେନ୍ ସାଚୁରେସନ୍ ହେବ।

ଯେଉଁ ଲୋକଙ୍କୁ କୋଭିଡ୍ ହେଲା ସେମାନେ ପେଟରେ ଶୋଇ ଲମ୍ବା ଲମ୍ବା ନିଶ୍ଵାସ ନେବେ। ଏହାପରେ କଡ଼ ଲେଉଟାଇ ଲମ୍ବା ଲମ୍ବା ନିଶ୍ଵାସ ନେଲେ ଉପଶମ ମିଳିଥାଏ। ମୋଟାମୋଟି କହିବାକୁ ଗଲେ ସୁସ୍ଥ ଫୁସଫୁସ୍ ହିଁ କୋଭିଡ୍‌ରୁ ସୁରକ୍ଷିତ ରଖିପାରିବ।

କୋଭିଡ୍ ପଜିଟିଭ୍ ହେଲେ କ’କରିବେ? (What to do if you are COVID positive in Odia)

ପ୍ରାୟ ୮୦ ପ୍ରତିଶତ କୋଭିଡ୍ ଆକ୍ରାନ୍ତଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଇଥାଏ। ସେମାନଙ୍କୁ ହୋମ୍ ଆଇସୋଲେସନ୍‌ରେ ରହି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବେ। ସନ୍ତୁଳିତ ଖାଦ୍ୟ ସେବନ କରିବା ସହିତ ଅନୁଲୋମ୍ ବିଲୋମ କରିବେ। ଏମାନେ ପ୍ରାୟ ଗୋଟେ ମାସ ଭିତରେ ସୁସ୍ଥ ହୋଇପାରିବେ।

କୋଭିଡ୍‌ର ଲକ୍ଷଣ ଯେପରିକି ଧଇଁସଇଁ ଲାଗିବା, ଛାତିରେ ଯନ୍ତ୍ରଣା ଅନୁଭବ ହେବା, ବେଳେ ବେଳେ କଫ ଆସିବା, କଫରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦେଉଥିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଏ। ଏହି ରୋଗୀ ସୁସ୍ଥ ହେବା ପରେ ଅନୁଲୋମବିଲୋମ ଓ ବ୍ରିଦିଙ୍ଗ ଏକ୍ସରସାଇଜ୍ କରିବାକୁ ପରାମର୍ଶ ଦିଆଯାଏ।

ସେହିପରି କୋଭିଡ୍‌ର ଗୁରୁତର ଲକ୍ଷଣ, ଯେଉଁଥିରେ ରୋଗୀଙ୍କୁ ଆଇସିୟୁରେ ରହିବାକୁ ଦରକାର ପଡ଼ିଥାଏ, ଉଚ୍ଚ ଡୋଜ୍‌ର ମେଡିସିନ୍ ଦେବାକୁ ପଡ଼ିଥାଏ। ଏଭଳି ରୋଗୀଙ୍କୁ ଫିଜିଓଥେରାପିଷ୍ଟଙ୍କ ସାହଯୋଗରେ ଛାତିରୁ କଫ ବାହାର କରିବାକୁ ପଡ଼ିଥାଏ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବେ କିପରି? (How to keep your lungs healthy in Odia)

ଯେମିତି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ସେହିଭଳି ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ସି, ଡି, ଭିଟାମିନ୍ ବି କମ୍ପ୍ଲେକ୍ସ ଯୁକ୍ତ ଖାଦ୍ୟ ଖାଇଲେ ଫୁସ୍‌ଫୁସ୍‌ର ଜୀବକୋଷ ଭଲ ଭାବରେ ବଢ଼ିପାରନ୍ତି ଓ ସେମାନେ ପୁନଃ କାର୍ଯ୍ୟକ୍ଷମ ହୋଇପାରନ୍ତି। ତା’ସହିତ ଯୋଗାଭ୍ୟାସ କଲେ ଫୁସଫୁସ୍ ସୁସ୍ଥ ରହିପାରିବ।

ଡାକ୍ତରଙ୍କ ଟିପ୍ସ (Doctor’s advice in Odia)

ପୂର୍ବାପେକ୍ଷା ଲୋକମାନଙ୍କର ଶାରୀରିକ ପରିଶ୍ରମ କମିଯାଉଛି। ଅଳ୍ପ କାମ କଲେ ଧଇଁସଇଁ ହୋଇଯାଉଛନ୍ତି। ତେଣୁ ସମସ୍ତଙ୍କୁ ସକ୍ରିୟ ରହିବାକୁ ହେବ। ଶାରୀରିକ ପରିମଶ୍ରମ କରିବାକୁ ହେବ। ପ୍ରତିଦିନ ଅତିକମ୍‌ରେ ଦୁଇ କିଲୋମିଟର ଚାଲିବାକୁ ହେବ। ନିୟମିତ ଯୋଗାଭ୍ୟାସ କରିବାକୁ ହେବ। ଘରେ ବାୟୁଚଳାଚଳ ହେବା ପାଇଁ ଝରକା ଖୋଲା ରଖନ୍ତୁ।

ନିଶାଦ୍ରବ୍ୟରୁ ନିବୃତ୍ତ ରହନ୍ତୁ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ବୀରକିଶୋର ପଟେଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Why COVID-19 affect Lungs, in Odia language, is based on an extensive interview with TB and Chest Specialist  Dr B K Patel.