ଯଦି ଆପଣ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଜୀବନଶୈଳୀ ସହ ଜଡ଼ିତ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତା’ ହେଲେ ନିୟମିତ ଭାବେ ସ୍ୱାସ୍ଥ୍ୟର ଯାଞ୍ଚ କରାଇବା ଜରୁରୀ। ତେବେ କେଉଁ ପରିସ୍ଥିତିରେ ଡାକ୍ତରଙ୍କ ପାଖକୁ ଯିବେ ତାହା ଜାଣିରଖନ୍ତୁ।

ରକ୍ତଚାପ: ଆମ ଶରୀରରେ ରକ୍ତଚାପ ୮୦/୧୨୦ ରହିବା ହେଉଛି ସାମାନ୍ୟ କଥା। କିନ୍ତୁ ଯଦି ଏହା ୬୦ରୁ ତଳକୁ ଖସିଲା କିମ୍ବା ୧୪୦ରୁ ଅଧିକ ହେଲା ତା’ ହେଲେ ଏହା ଚିନ୍ତାଜନକ କଥା। ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ୟୁରିକ ଏସିଡ: ଶରୀରରେ ୟୁରିକ ଏସିଡର ପରିମାଣ ୪-୬ ରହିବା ହେଉଛି ଠିକ୍ ମାତ୍ରା। ତେବେ ତା’ଠାରୁ କମିଗଲେ କିମ୍ବା ବଢ଼ିଗଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ।

କୋଲେଷ୍ଟେରୋଲ: ୧୬୦-୨୦୦ ହେଉଛି ଶରୀରରେ କୋଲେଷ୍ଟେରୋଲର ସାମାନ୍ୟ ସ୍ତର। ତେବେ ୧୬୦ରୁ କମିଲେ କିମ୍ବା ୨୦୦ରୁ ବଢ଼ିଲେ ଏହା ଚିନ୍ତାଜନକ।

ସୁଗାର: ମଣିଷ ଶରୀରରେ ଖାଲି ପେଟରେ ଶର୍କରାର ସ୍ତର ୬୦-୧୦୦ ମଧ୍ୟରେ ଏବଂ ଖାଦ୍ୟ ପରେ ୧୦୦-୧୪୦ ରହିବା କଥା। ତେବେ ଖାଲି ପେଟରେ ଶର୍କରାର ପରିମାଣ ୧୧୦ରୁ ଅଧିକ ହେଲେ ଏବଂ ଖାଦ୍ୟ ପରେ ୧୫୦ରୁ ଅଧିକ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ।

ହିମୋଗ୍ଲୋବିନ୍: ମହିଳାମାନଙ୍କ ଶରୀରରେ ହିମେଗ୍ଲାବିନର ମାତ୍ରା ୧୨.୫-୧୫.୫ ପର୍ଯ୍ୟନ୍ତ ରହିବା ସାଧାରଣ। ସେହିପରି ପୁରୁଷଙ୍କ ଶରୀରରେ ୧୩.୫-୧୭ ପର୍ଯ୍ୟନ୍ତ ହିମୋଗ୍ଲୋବିନ ରହିଲେ ଭଲ। ଏପରିସ୍ଥଳେ ମହିଳାମାନଙ୍କଠାରେ ହିମୋଗ୍ଲୋବିନ ୯ରୁ କମିଲେ କିମ୍ବା ୧୬ରୁ ଅଧିକ ହେଲେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ। ପୁରୁଷମାନଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା ୧୦ରୁ କମ୍ ଏବଂ ୧୭ରୁ ଅଧିକ ହେଲେ ତାହା ଚିନ୍ତାଜନକ କଥା।

ଥାଇରଏଡ୍: ଶରୀରରେ ଟିଏସଏଚର ପ୍ରକୃତ ମାତ୍ରା ହେଉଛି ୦.୫ରୁ ୪.୫। ଏପରିସ୍ଥଳେ ଟିଏସଏଚ୍‌ର ପରିମାଣ ୦.୫ରୁ କମିଲେ କିମ୍ବା ୪.୫ରୁ ଅଧିକ ହେଲେ ତୁରନ୍ତ ଡାକ୍ତରଖାନା ଯିବା ଦରକାର।