ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

home quarentine

କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ହୋମ୍‌ କ୍ୱାରେଣ୍ଟାଇନ ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଭାଇରସରେ ଆଉ କାହାକୁ ସଂକ୍ରମିତ ହେବାକୁ ନଦେବା। ଅର୍ଥାତ ଯଦି ଆପଣ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ଆପଣଙ୍କ ଭିତରେ କରୋନାର ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ହୋମ୍‌ କ୍ୱାରେଣ୍ଟାଇନ ହେବା ଫଳରେ ଆପଣଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରେ ନାହିଁ।

corona awareness

ତେବେ ଆପଣ ବି ଯଦି ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି ତାହେଲେ ଜାଣି ରଖନ୍ତୁ କ’ଣ କରିବେ?

  • ପ୍ରାତଃ ଭ୍ରମଣ ବା ବ୍ୟାୟମ କରିବା ଉପରେ କୌଣସି କଟକଣା ନାହିଁ।
  • ଏହି ସମୟରେ ଆପଣ ନିଜର ଆବଶ୍ୟକତା ଉପରେ ଅଧିକ ଧ୍ୟାନ ଦେଇପାରିବେ।
  • ହୋମ୍‌ କ୍ୱାରେଣ୍ଟାଇନରେ ଥିଲା ବେଳେ ଏପରି କିଛି କାମ କରନ୍ତୁ ଯେଉଁଥିରେ ଆପଣଙ୍କୁ ଖୁସି ଅନୁଭବ ହେଉଥିବ।
  • ଆବଶ୍ୟକ ପରିମାଣରେ ଶୁଅନ୍ତୁ, ନିୟମିତ ଶୋଇବା ରୁଟିନ୍ ରଖନ୍ତୁ ଏବଂ ସୁସ୍ଥ ଖାଦ୍ୟ ଖାଆନ୍ତୁ।

corona update