ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସତର୍କତା। ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ ଜାଣିବା

stages of pregnancy

‘‘କରୋନା ଭାଇରସ୍‌ (କୋଭିଡ୍‌-୧୯) ବିଭିନ୍ନ ବୟସର ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ଭାଇରସ ସାଧାରଣ ବ୍ୟକ୍ତିଙ୍କୁ ଯେଉଁଭଳି ଭାବେ ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସମାନ ପ୍ରଭାବ ପକାଇଥାଏ। ତେବେ କରୋନାର ସଂକ୍ରମଣ ଖୁବ୍‌ଶୀଘ୍ର ଓ ବହୁ ବ୍ୟାପକ ଭାବେ ହେଉଥିବାରୁ ଗର୍ଭବତୀ ମହିଳାମାନେ ସଚେତନ ରହିବା ଜରୁରୀ’’, ସ୍ୱାସ୍ଥ୍ୟ ପ୍ଲସକୁ କହିଛନ୍ତି ଜଣାଶୁଣା ଡାକ୍ତର ସୁଜାତା କର।

ଗର୍ଭବତୀ ମହିଳାଙ୍କ ପାଇଁ ଗାଇଡ୍‌ଲାଇନ୍‌

ଡାକ୍ତର ସୁଜାତାଙ୍କ କହିବା ଅନୁସାରେ, ଗର୍ଭବତୀ ମହିଳାମାନେ କରୋନାରୁ ସୁରକ୍ଷିତ ରହିବା ପାଇଁ ଗାଇଡ୍‌ଲାଇନ୍‌ ପାଳନ କରିବା ଜରୁରୀ।

long nails during pregnancy

ଗର୍ଭବତୀ ମହିଳାମାନେ ଘରେ ରହନ୍ତୁ। ବାରମ୍ବାର ହାତକୁ ସାବୁନ ବା ହ୍ୟାଣ୍ଡଓ୍ୱାସ୍‌ରେ ଧୁଅନ୍ତୁ। ସ୍ୱଚ୍ଛତା ବଜାୟ ରଖନ୍ତୁ। କାଶିବା ଓ ଛିଙ୍କିବା ବେଳେ ଟିସୁ ବ୍ୟବହାର କରନ୍ତୁ ଓ ତୁରନ୍ତୁ ଟିସୁକୁ ଡଷ୍ଟବିନରେ ଫୋପାଡ଼ନ୍ତୁ। ମୁହଁ, ହାତ, ନାକ ଓ ପାଟିକୁ ବାରମ୍ବାର ହାତ ମାରନ୍ତୁ ନାହିଁ। ଉଭୟ ଘର ଓ ବାହାର ଲୋକଙ୍କଠାରୁ ସାମାଜିତ ଦୂରତା ବଜାୟ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ସୁଜାତା।

first month pregnancy check up

ସେ ଆହୁରି ମଧ୍ୟ କହିଛନ୍ତି, ‘‘କରୋନା ସମୟରେ ବି ଗର୍ଭବତୀ ମହିଳାମାନେ ସେମାନେ କନ୍‌ସଲ୍ଟ କରୁଥିବା ଡାକ୍ତରଙ୍କ ପାଖକୁ ଯାଇ ଯାଞ୍ଚ କରାଇପାରିବେ। ସଠିକ୍‌ ସମୟରେ ଔଷଧ ଖାଇବା ସହ ଟିକାକରଣ କରାଇ ନେବା ଜରୁରୀ। ଏହାଛଡ଼ା କରୋନା ସମୟରେ ଚାକିରି କରୁଥିବା ଗର୍ଭବତୀ ମହିଳାମାନେ ଅଧିକ ଯତ୍ନ ନେବା ଜରୁରୀ। ଏହି ସମୟରେ ମହିଳାମାନେ ଯଦି ଘରୁ ରହି କାମ କରିପାରିବେ ତାହା ଅତ୍ୟନ୍ତ ଭଲ। ଯଦି ଅଫିସ୍‌ ଯିବାକୁ ପଡ଼ୁଛି, ତେବେ ସାମାଜିତ ଦୂରତା, ବାରମ୍ବାର ହାତ ଧୋଇବା ଓ ନିଜର ସମ୍ପୂର୍ଣ୍ଣ ଭାବେ ଯତ୍ନ ନେବା ଜରୁରୀ।’’

(ସ୍ୱାସ୍ଥ୍ୟ ପ୍ଲସକୁ ଡାକ୍ତର ସୁଜାତା କର ଦେଇଥିବା ସାକ୍ଷାତକାର ଉପରେ ଏହି ବିଷୟବସ୍ତୁ ଆଧାରିତ)