SOA TO SET UP MOLECULAR DIAGNOSTIC AND RESEARCH CENTRE AT SUM HOSPITAL

ଖୁବ୍ ଶୀଘ୍ର  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମଲିକ୍ୟୁଲାର୍ ଡାଏଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଂଟର ଖୋଲାଯିବ। ଏହା ଦ୍ୱାରା ରାଜ୍ୟର ବ୍ଲଡ କ୍ୟାନ୍ସର ପିଡ଼ିତ ରୋଗୀମାନେ ଖୁବ୍ ଉପକୃତ ହେବେ ବୋଲି କହିଛନ୍ତି ସମ୍ ହସ୍ପିଟାଲର କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ଡଃ ପ୍ରିୟଙ୍କା ସାମଲ। ଓଡ଼ିଶା ହେମାଟୋଲୋଜିର ୧୧ତମ ବାର୍ଷିକ ସମ୍ମିଳନୀ ଏବଂ ସମ୍ ହସ୍ପିଟାଲର ଲାବୋରାଟୋରୀ ହେମାଟୋଲୋଜି ସମ୍ପର୍କିତ ଦ୍ୱିତୀୟ ବାର୍ଷିକ ସିଏମ୍ଇରେ ଡଃ ସାମଲ ଏହା କହିଛନ୍ତି।

SOA TO SET UP MOLECULAR DIAGNOSTIC AND RESEARCH CENTRE AT SUM HOSPITAL

ଡଃ ସାମଲ୍ କହିଛନ୍ତି ଯେ ସମ୍ ହସ୍ପିଟାଲର କ୍ଲିନିକାଲ୍ ହେମାଟୋଲୋଜି ଏବଂ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ଯୋଗୁଁ ହେମାଟୋଲୋଜି ରୋଗରେ ପିଡ଼ିତ ରୋଗୀମାନେ ଅନେକ ଉପକୃତ ହେଉଛନ୍ତି। ଏହି ସମ୍ମିଳନୀକୁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କାର୍ଯ୍ୟ ଏବଂ ବିଶେଷ ଭାବେ ହେମାଟୋଲୋଜି କ୍ଷେତ୍ରରେ ରୋଗୀ ସେବାକୁ ପ୍ରଶଂସା କରିଥିଲେ। ଏଥି ସହିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ କରାଯାଉଥିବା ସମସ୍ତ ଗବେଷଣା କାର୍ଯ୍ୟକୁ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଥିଲେ।

ଶ୍ରୀ ଦାସ କହିଥିଲେ ଯେ ଭିଜନ୍ -୨୦୨୫ ପାଇଁ ଖୁବ୍ ଶୀଘ୍ର ରାଜ୍ୟରେ ନୂତନ ସ୍ୱାସ୍ଥ୍ୟ ଆଇନ୍ ପ୍ରଣୟନ କରିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ ଚଳାଇଛନ୍ତି। ଏ ଦିଗରେ ଆମର ଯୋଜନା ଏବଂ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଥିଲେ। ଦୀର୍ଘ ୫୨ ବର୍ଷ ର ବ୍ୟବଧାନ ପରେ ରାଜ୍ୟରେ ୭ଟି ନୂଆ ମେଡିକାଲ୍ କଲେଜ ସ୍ଥାପନ ହୋଇସାରି ଥିବା ବେଳେ ଆଉ ୬ଟି ମେଡିକାଲ୍ କଲେଜ ପ୍ରସ୍ତୁତ ହେଉଛି ବୋଲି ସେ କହିଥିଲେ। ଡଃ ସାମଲ ଯିଏ କି ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ସେ କହିଥିଲେ ଯେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଲାବୋରାଟୋରୀରେ ପ୍ଲେଟଲେଟ୍ ଫଙ୍କ୍ସନ୍ ଆସେସ ଏବଂ ରୋଟେମ୍ ଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଚଳିତ ବର୍ଷ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ବିଭାଗ ପକ୍ଷରୁ ବୋନ୍ କ୍ୟାନ୍ସର ରୋଗୀଙ୍କ ପାଇଁ ଖୁବ୍ କମ୍ ମୂଲ୍ୟରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ ମଧ୍ୟ କରାଯାଇଛି। ଯାହାର ସୁବିଧା ସାଧାରଣ ଲୋକ ମଧ୍ୟ ନେଇପାରିବେ ବୋଲି ଡଃ ସାମଲ କହିଥିଲେ। ଲିମ୍ଫୋମା, ଲ୍ୟୁକେମିଆ,ଅପ୍ଲାଷ୍ଟିକ୍ ଏନିମିଆ ଏବଂ ଥାଲାସେମିଆ ରୋଗୀଙ୍କର ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଚିକିତ୍ସା ଏବଂ ଯତ୍ନ ନେବା ପାଇଁ ହସ୍ପିଟାଲ ପକ୍ଷରୁ ପ୍ରଚେଷ୍ଟା କରାଯାଉଥିବା ସେ କହିଥିଲେ।

SOA TO SET UP MOLECULAR DIAGNOSTIC AND RESEARCH CENTRE AT SUM HOSPITAL

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ ୫୦ ବର୍ଷ ତଳେ ହେମାଟୋଲୋଜି ଭଳି କିଛି ନ ଥିଲା ଏବଂ ବୋନ୍ ମ୍ୟାରୋ ଟେଷ୍ଟ ୧୯୯୦ ମସିହାରୁ ଆରମ୍ଭ ହେଲା। ସେ କହିଥିଲେ ଯେ ଭାରତରେ ପ୍ରତି ୧ ଲକ୍ଷରେ ୮୪ ଜଣ କ୍ୟାନ୍ସର ରୋଗୀ ରହିଥିବା ବେଳେ ସାରା ପୃଥିବୀରେ ଏହାର ସଂଖ୍ୟା ୧ ଲକ୍ଷରେ ୬୪ । ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ଇଣ୍ଡିଆନ୍ ସୋସାଇଟି ଅଫ୍ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନର ସଭାପତି ଡଃ ରବିନ୍ଦ୍ର କୁମାର ଜେନା, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ପାଥୋଲୋଜି ବିଭାଗର ମୁଖ୍ୟ ଡଃ ଦେବାହୁତି ମହାପାତ୍ର ବକ୍ତବ୍ୟ ରଖିଥିଲେ।