sex recession

ଆଜିକାଲି ଯୁବପିଢ଼ି କେବଳ ଚାକିରିର ରିସେସନ୍ ବା ସଙ୍କଟ ନୁହେଁ, ସେକ୍ସ ରିସେସନର ମଧ୍ୟ ସାମ୍ନା କରୁଛନ୍ତି। ସେକ୍ସ ରିସେସନର ଅର୍ଥ ହେଲା ଯୌନ ସଂପର୍କ ସ୍ଥାପନ ପାଇଁ ଅନିଚ୍ଛା। ବୟସ ବୃଦ୍ଧି ସହିତ ଏହା କମିବା ସ୍ୱାଭାବିକ, କିନ୍ତୁ କମ୍ ବୟସରେ ଯୌନ ସଂପର୍କ ସ୍ଥାପନ ପ୍ରତି ବୀତସ୍ପୃହତା ସେକ୍ସ ରିସେସନର ସଙ୍କେତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ସହିତ ଅନେକ ଦେଶରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଗତ ଦଶକ ଅପେକ୍ଷା ଏବେ ଲୋକମାନେ ବିଶେଷ କରି ଯୁବପିଢ଼ି ଖୁବ୍ କମ୍ ଯୌନ ସଂପର୍କ ରକ୍ଷା କରୁଛନ୍ତି।

ପରିସଂଖ୍ୟାନ କ’ଣ କହେ?
୨୦୧୩ରେ ନ୍ୟାସନାଲ ସର୍ଭେ ଅଫ୍ ସେକ୍ସୁଆଲ ଆଣ୍ଡ ଲାଇଫଷ୍ଟାଇଲ ଦ୍ୱାରା ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ୨୩ରୁ ୪୪ ବର୍ଷୀୟ ଲୋକମାନେ ଏବେ ପ୍ରତିମାସରେ ୫ରୁ କମ୍ ଥର ଯୌନସଂପର୍କ ରକ୍ଷା କରୁଛନ୍ତି। ୨୦୧୪ରେ କରାଯାଇଥିବା ଅଷ୍ଟ୍ରେଲିଆନ୍ ନ୍ୟାସନାଲ ସର୍ଭେ ଅଫ ସେକ୍ସୁୁଆଲ ଆକ୍ଟିଭିଟି ଅନୁସାରେ ଆଜିକାଲି ଦଂପତିମାନେ ସପ୍ତାହରେ ୨ ଥର ହାରରେ ଶାରୀରିକ ସଂପର୍କ ରଖୁଛନ୍ତି। ୧୦ ବର୍ଷ ପୂର୍ବରୁ ଏହି ହାର ୪ ଥିଲା। ଏହି ପରିସ୍ଥିତି ଜାପାନରେ ସବୁଠୁ ଅଧିକ ଭୟାବହ। ସେଠାରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ୧୩-୨୪ ବର୍ଷ ମଧ୍ୟରେ ୪୪ ପ୍ରତିଶତ ମହିଳା ଏବଂ ୨୪ ପ୍ରତିଶତ ପୁରୁଷ ଯୌନସଂପର୍କକୁ ଘୃଣା କରିଥାନ୍ତି। ବ୍ରିଟେନରେ ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ସେଠାକାର ଅଧା ଜନସଂଖ୍ୟା ସପ୍ତାହରେ ଥରେ ଶାରିରୀକ ସଂପର୍କ ରକ୍ଷା କରନ୍ତି। ଏହି ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ୨୦୦୨-୨୦୧୨ ମଧ୍ୟରେ ସେଠାକାର ଲୋକମାନଙ୍କର ଶାରିରୀକ ସଂପର୍କ ରକ୍ଷା କରିବାର ହାର ୪୦ ପ୍ରତିଶତ କମିଯାଇଛି।

sex recession- couple

କାରଣ କ’ଣ: ସେକ୍ସ ରିସେସନର ବହୁତ କାରଣ ରହିଛି। ତେବେ ଏହାର ପ୍ରମୁଖ କାରଣ ହେଲା ଟେକନିକ୍ ବା ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ଅଭିବୃଦ୍ଧି, ଅନଲାଇନ୍ ପର୍ଣ୍ଣୋଗ୍ରାଫି, ଇଣ୍ଟରନେଟ୍, ସୋସିଆଲ ମିିଡିଆର ଅତ୍ୟଧିକ ବ୍ୟବହାର ଇତ୍ୟାଦି। ଅନଲାଇନ୍ ପର୍ଣ୍ଣୋଗ୍ରାଫି ବଢ଼ିବା ଯୋଗୁ ଅନେକ ଲେକାଙ୍କୁ ଇଣ୍ଟରନେଟ୍ ସେକ୍ସ ଆଡିକ୍ସନ୍ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ସେମାନେ କାଳ୍ପନିକ ଦୁନିଆରେ ରହୁଥିବାବେଳେ ପ୍ରକୃତ ଜୀବନ ପ୍ରତି ଆସକ୍ତି କମିଯାଉଛି।

କାମର ଚାପ: ମାନସିକ ଓ କାମର ଚାପ ଯୌନ ସଂପର୍କ ସ୍ଥାପନ ପ୍ରତି ଯୁବପିଢ଼ିଙ୍କର ଆଗ୍ରହକୁ କମାଇ ଦେଉଛି। ପୂର୍ବରୁ ମହିଳାମାନେ ଘରେ ରହୁଥିଲେ, ତେଣୁ ସେମାନଙ୍କ ଉପରେ ଅଫିସ୍ର ଚାପ ରହୁନଥିଲା। ଆଜିକାଲି ପତି-ପତ୍ନୀ ଉଭୟ ଚାକିରି କରିବା ଯୋଗୁ ଘରକୁ ଫେରିବା ବେଳକୁ ସେମାନେ ମାନସିକ କ୍ଲାନ୍ତି ନେଇ ଫେରୁଛନ୍ତି। ତେଣୁ ଶାରିରୀକ ସଂପର୍କ ସ୍ଥାପନ କରିବାକୁ ଇଚ୍ଛା କମିଯାଉଛି।

exercise

ବଡି ବିଲ୍ଡିଂର କ୍ରେଜ୍: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ବଡ଼ି ବିଲ୍ଡିଂର କ୍ରେଜ୍ ଏତେ ଅଧିକ ହୋଇଯାଇଛି ଯେ ସେମାନେ ଖୁବ୍ ଶୀଘ୍ର ବଡ଼ି ବନାଇବା ଚକ୍କରରେ ଡାଏଟ୍ ସପ୍ଲିମେଣ୍ଟସ୍ ଏବଂ ଷ୍ଟେରଏଡର ସାହାଯ୍ୟ ନେଉଛନ୍ତି। ଏହାଯୋଗୁ କିଛି ଦିନ ପାଇଁ ତ ସେମାନଙ୍କର ଶରୀର ସୁନ୍ଦର ହୋଇଯାଉଛି, କିନ୍ତୁ ଦୀର୍ଘକାଳୀନ ଭାବେ ଏହାଯୋଗୁ ଶରୀର ଉପରେ କୁପ୍ରଭାବ ପଡୁଛି। ଷ୍ଟେରଏଡ୍ ଯୁକ୍ତ ଡାଏଟ୍ ସପ୍ଲିମେଣ୍ଟ ବ୍ୟବହାର କରିବା ଯୋଗୁ ସେମାନଙ୍କୁ ନପୁଂସକତା ହେବାର ଆଶଙ୍କା ବଢୁଛି।

irregular eat

ଖାଦ୍ୟପେୟରେ ଅନିୟମିତତା: ଶାରିରୀକ ସଂପର୍କ ରକ୍ଷା ପାଇଁ ଯୁବିପଢ଼ିଙ୍କର ଅନିଚ୍ଛୁକତା ପଛରେ ଆଉ ଏକ ବଡ଼ କାରଣ ରହିଛି। ତା’ ହେଲା ଖାଦ୍ୟପେୟରେ ଅନିୟମିତତା। ଜଙ୍କ୍ ଫୁଡ୍, ଫ୍ରାଏଡ୍ ଫୁଡ୍ ଇତ୍ୟାଦିରେ ହାଇଡ୍ରୋଜେନେଟେଡ୍ ଫ୍ୟାଟ୍ସର ପରିମାଣ ଅଧିକ ଥାଏ। ଏହା ସେକ୍ସ ହରମୋନ୍ ଟେଷ୍ଟୋଷ୍ଟେରେନର ସ୍ତରକୁ କମାଇଦିଏ।

ଡିପ୍ରେସନ୍: ଗତ କିଛି ବର୍ଷ ମଧ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ଡିପ୍ରେସନର ମାମଲା ବୃଦ୍ଧି ପାଇବା ଦେଖାଯାଉଛି। ଏହା ମଧ୍ୟ ଶାରିରୀକ ସ୍ଥାପନ ପାଇଁ ଅନିଚ୍ଛାର କାରଣ।

spend quality time with partner

କ’ଣ କରିବେ: ଇଣ୍ଟରନେଟ୍ ଓ ସୋସିଆଲ ମିିଡିଆର ଅଭ୍ୟାସରୁ ଦୂରେଇ ଯାଆନ୍ତୁ। ସପ୍ତାହରେ ଘଣ୍ଟାଏରୁ ଅଧିକ ସମୟ ପର୍ଣ୍ଣ ଦେଖିବା ବନ୍ଦ କରନ୍ତୁ। ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଅନ୍ତୁ। ଯଥାସମ୍ଭବ ମାନସିକ ଚାପକୁ କମ୍ କରିବାକୁ ଉଦ୍ୟମ କରନ୍ତୁ। ଅଫିସ୍ର କାମକୁ ଘରକୁ ନେଇ ଆସନ୍ତୁ ନାହିଁ। ନିଜର ପତି ବା ପତ୍ନୀଙ୍କୁ କ୍ୱାଲିଟି ସମୟ ଦିଅନ୍ତୁ।