ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ସମୟ ବାହାର କରିବା କଷ୍ଟ ହୋଇପଡ଼ୁଛି। ଖାଦ୍ୟ ଖାଇବାରେ ଅନିୟମିତତା ଯୋଗୁଁ ଅନେକ ସମୟରେ ବିଭିନ୍ନ ରୋଗ ହୋଇଥାଏ। ରୋଗ ଭିତରେ ଅନେକଙ୍କ ମଧ୍ୟରେ କିଡନି ସମସ୍ୟା ଦେଖାଦେଉଛି। ସବୁଠୁ ବଡ ସମସ୍ୟା ହେଉଛି କି ଅନେକ ଲୋକ ଜାଣିପାରିନଥାନ୍ତି କି ସେମାନଙ୍କର କିଡନି ସମସ୍ୟା ଦେଖାଦେଉଛି।

କାରଣ ପ୍ରାଥମିକ ଅବସ୍ଥାରେ ମୁଣ୍ଡ ବୁଲାଇବା ସହ ଥକା ଅନୁଭବ ହୋଇଥାଏ। ଯାହାକୁ ଲୋକେ ଉଚ୍ଚ ରକ୍ତଚାପ କିମ୍ବା ଦୁର୍ବଳତା ଭାବି ପାଖ ମେଡିସିନ୍ ଷ୍ଟୋରରରୁ ଔଷଧ ଖାଇଥାନ୍ତି।

ପ୍ରାଥମିକ ଅବସ୍ଥା

  • ପାଦ ଫୁଲିବା
  • ଜ୍ୱର ନ ଛାଡିବା
  • ଭୋକ ନ ଲାଗିବା
  • ରନ୍ଧା ଖାଦ୍ୟର ମହକରେ ବିମୁଖତା ପ୍ରକାଶ ହୋଇଥାଏ

Constipation

ଦ୍ୱିତୀୟ ଅବସ୍ଥା

  • ପରିସ୍ରା ନ ଲାଗିବା
  • କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା
  • ପେଟରେ ଗ୍ୟାସ୍‌ ସମସ୍ୟା ଦେଖାଦେବା
  • ବାନ୍ତି ବାନ୍ତି ଲାଗିବା
  • ଖାଦ୍ୟ ଖାଇବା ଲାଗି ଇଛା ନହେବା

ତୃତୀୟ ଅବସ୍ଥା

  • ସାଧାରଣତଃ ଏହି ଅବସ୍ଥାରେ ରୋଗୀ ଅଧିକ ଦୂର୍ବଳ ହୋଇଯିବା ସହ ସିରିୟସ ହୋଇଯାଇଥାନ୍ତି।
  • ଆଦୌ ପରିସ୍ରା ନ ହେବା
  • ଝାଡ଼ା ନହେବା
  • ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
  • ଅନେକ ସମୟ ଧରି ଖାଦ୍ୟ ଖାଇବାକୁ ଇଛା ନହେବା
  • ପେଟ ଫୁଲିବା

ଉପରୋକ୍ତ ଲକ୍ଷଣରୁ ଯଦି କିଛି ସମସ୍ୟା ଦେଖାଦେଉଛି ତେବେ ବିଳମ୍ବ ନକରି ନିକଟସ୍ଥ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାସହ ଶରୀରରେ କୌଣସି ଅସୁବିଧା ଦେଖାଗଲେ ତାହାକୁ ହାଲାକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। କାରଣ ଅନେକ ସମୟରେ ରୋଗୀ କିଛି ହୋଇନି କହି ବିଳମ୍ବରେ ଯାଇଥାନ୍ତି ମେଡିକାଲେ ଯେଉଁଥି ଲାଗି ରୋଗ ଭଲ ହେବା ପାଇଁ ଅଧିକ ସମୟ ସହ ଟଙ୍କା ବି ଲାଗିଥାଏ।

ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ! www.facebook.com/groups/swasthyaplus