ପିଜୁଳି ପାଟିକୁ ଯେତିକି ସୁଆଦିଆ ଲାଗେ ଦେହ ପାଇଁ ମଧ୍ୟ ସେତିକି ଭଲ। ଆସନ୍ତୁ ଜାଣିବା ପିଜୁଳିର ଆଉ କ’ଣ ସବୁ ଔଷଧୀୟ ଗୁଣ ରହିଛି।

ପିଜୁଳି ପେଟର ଅନେକ ରୋଗ ଦୂର କରିଥାଏ। ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ଭିଟାମିନ ସି ଥାଏ। ଖାଇବା ପରେ ପିଜୁଳି ଖାଇଲେ କୋଷ୍ଠ କାଠିନ୍ୟ ରୋଗରୁ ମୁକ୍ତି ମିଳେ। ପିଜୁଳିରେ ଭିଟାମିନ ଏ, ପଟାସିୟମ ଏବଂ ଫାଇବର ଭରପୁର ଥାଏ। ପିଜୁଳିକୁ ଚୋବେଇ ଖାଇଲେ ଦାନ୍ତ ବିନ୍ଧା, ଗଳା ବଥା କମ ହୁଏ।

-ପିଜୁଳି ପତ୍ର ମଧ୍ୟ ଶରୀର ପାଇଁ ଲାଭଦାୟକ। ନିୟମିତ ଏହି ପତ୍ରକୁ ଚୋବାଇ ଖାଇଲେ କୃମି ଭଲ ହୋଇଯାଏ।

-ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ଆଲର୍ଜି ପିଜୁଳି ପତ୍ର ଦ୍ୱାରା ଭଲ ହୋଇଯାଏ।

-ପିଜୁଳି ଖାଇବା ଫଳରେ ଶରୀରର ରକ୍ତଚାପ ନିୟନ୍ତ୍ରିତ ରହେ। ରକ୍ତ ପ୍ରବାହ ସନ୍ତୁଳିତ ରହିଥାଏ।

-ପିଜୁଳି ମଞ୍ଜିକୁ ଗୁଣ୍ଡ କରି ପାଣିରେ ପିଇଲେ ଥଣ୍ଡାରୁ ମୁକ୍ତି ମିଳେ।

-ପିଜୁଳିକୁ ଛୋଟ ଛୋଟ କରି ପାଣିରେ ପକାଇ କିଛି ସମୟ ରଖିଦିଅନ୍ତୁ। ପରେ ସେହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୁଏ।

-ପିଜୁଳି ପତ୍ର ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ।

-ପିଜୁଳି ପତ୍ରକୁ ବାଟି ମୁହଁରେ କ୍ରୀମ ଭଳି ଲଗାଇଲେ ମୁହଁ ବ୍ରଣ ଭଲ ହୋଇଯାଏ।

-ଆଣ୍ଠୁଗଣ୍ଠିରେ ପିଜୁଳି ପତ୍ରକୁ ବାଟି ଗରମ କରି ଲଗାଇଲେ ଆଣ୍ଠୁବାତରୁ ଉପଶମ ମିଳେ।

-ପିଜୁଳି ପତ୍ର ଜଟିଳ ଷ୍ଟ୍ରାଚକୁ ସୁଗାରରେ ପରିଣତ ହେବାରେ ରୋକିଥାଏ ଯାହା ମୋଟାପଣ ଦୂର କରେ।

-ଶରୀର ଦୁର୍ବଳ ଲାଗୁଥିଲେ ପିଜୁଳି ପତ୍ର ରସ ଏବଂ ଚିନି ମିଶାଇ ପିଇଲେ ଆରାମ ଲାଗେ।

-ପିଜୁଳି ପତ୍ର ଚୋବାଇବା ଫଳରେ ପାଟି ଘା ବା ତୁଣ୍ଡ ଘା’ରୁ ମୁକ୍ତି ମିଳେ।