ଗୋଟିଏ ହାତରେ ଫୋନ୍, ଆର ହାତରେ ବେଲଣା, ଅନ୍ୟପଟେ କମ୍ପ୍ୟୁଟରରେ କାମ କରୁଥିବା ସମୟରେ ବି ମୋବାଇଲରେ କାହାକୁ ମେସେଜ୍ କରିବା, ପିଲାଙ୍କୁ ପଢ଼ାଇବା ସମୟରେ ଅଫିସ ପାଇଁ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବା ଇତ୍ୟାଦି ଆଜିକାଲି କର୍ମଜୀବୀ ମହିଳାଙ୍କର କାହାଣୀ ପାଲଟିଯାଇଛି। ତେଣୁ ସେମାନଙ୍କୁ ସୁପରୱମେନ ବୋଲି କୁହାଯାଉଛି।

multitasking women

ଆଧୁନିକ ଯୁଗର ଏହି ଶବ୍ଦ ଶୁଣି ଆପଣ ହୁଏତ ଖୁସି ବି ହୋଇଥାଇପାରନ୍ତି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ମଲ୍ଟିଟାସ୍କିଂ ସେମାନଙ୍କ ଶରୀର ଉପରେ କିଭଳି ପ୍ରଭାବ ପକାଉଛି। ସବୁ ସ୍ଥାନରେ ନିଜକୁ ପ୍ରମାଣିତ କରୁକରୁ ସେମାନେ କିଭଳି ଭାବେ ମାନସିକ ଭାବେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି, ଆସନ୍ତୁ ସେ ବିଷୟରେ ଚିନ୍ତା କରିବା।

ଅନେକ ଗୁଡ଼ିଏ କାମ ଏକାସାଙ୍ଗରେ କରୁଥିବାରୁ କର୍ମଜୀବୀ ମହିଳାମାନେ ପ୍ରାୟ ସମୟରେ ଚାପଗ୍ରସ୍ତ ରହିଥାନ୍ତି। ଗୋଟିଏ ପଟେ ଅଫିସରେ ସେମାନଙ୍କୁୂ ଡେଡଲାଇନ(ନିର୍ଦ୍ଧାରିତ ସମୟ) ମଧ୍ୟରେ କାମ ସାରିବାକୁ ପଡୁଥିବାବେଳେ ଅନ୍ୟପଟେ ପରିବାରର ଭାର ବି ସେମାନଙ୍କ ଉପରେ ରହିଥାଏ। ଏହି ଚାପ ସେମାନଙ୍କୁ ଶାରିରୀକ ସହିତ ମାନସିକ ଭାବେ ବି ଅବସାଦଗ୍ରସ୍ତ କରିଦେଇଥାଏ।

SwasthyaPlus

ମନୋବୈଜ୍ଞାନିକମାନଙ୍କ ଅନୁସାରେ ଏହି ଚାପ ଶରୀରରେ ଫିଲ ଗୁଡ ହରମୋନ ବା ଖୁସି ଅନୁଭବ କରିବାର ହରମୋନକୁ କମ କରିଦିଏ। ଏହାଯୋଗୁ ସେମାନେ ଅନେକ ସମୟରେ ଉଦାସ ରହିଥାନ୍ତି। କିଛିଜଣ ତ ଏକୁଟିଆପଣର ଶିକାର ହୁଅନ୍ତି। ମାନସିକ ସମସ୍ୟା ବ୍ୟତୀତ ଅନେକ ଶାରିରୀକ ସମସ୍ୟା ବି ହୋଇଥାଏ। ସେମାନଙ୍କର ପ୍ରଜନନକ୍ଷମତା କମିଯାଏ। ଗର୍ଭପାତର ଆଶଙ୍କା ବଢ଼େ। ଅନେକ ମହିଳା ପିସିଓଡ଼ି ସମସ୍ୟାର ସାମ୍ନା କରିଥାନ୍ତି। କେବଳ ସେତିକି ନୁହେଁ, ସେମାନେ ପିଠିଯନ୍ତ୍ରଣା, ମାଇଗ୍ରେନ ସମସ୍ୟା ବି ଭୋଗନ୍ତି।

ଲକ୍ଷଣ

-ଚିଡଚିଡାପଣ

-ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା

-ଜିନିଷପତ୍ର ଭୁଲିଯିବା

-ଥକ୍କାପଣ

-ଶରୀରରେ ଦରଜ, ଯନ୍ତ୍ରଣା ହେବା

-ଶ୍ୱାସକ୍ରିୟାରେ ସମସ୍ୟା

-ଶ୍ୱାସକ୍ରିୟା ତୀବ୍ର ହେବା

-ଏସିଡିଟି

-ଓଜନ ବଢିଯିବା

-ଉଚ୍ଚ ରକ୍ତଚାପ

-ହୃଦରୋଗ