ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଏବେଟିସ୍‌ ହୋଇଛି ନା ନାହିଁ। (EARLY SIGNS AND SYMPTOMS OF DIABETES IN ODIA)

diabetes helth care

ଡାଏବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି ଏହି ରୋଗ ଗୁରୁତର ପର୍ଯାୟରେ ପହଞ୍ଚିନଥାଏ। ଠିକ୍ ସମୟରେ ଏହାକୁ ଚିହ୍ନଟ କରିପାରି ଔଷଧ ସେବନ କଲେ ଏହା ନିୟନ୍ତ୍ରଣରେ ରହିଥାଏ।

ଅଧିକ ଥର ବାଥ୍‌ରୁମ୍ ଯିବା: ଯଦି ଅଚାନକ ଆପଣଙ୍କୁ ଦିନରେ ବହୁତ ଥର ବାଥ୍‌ରୁମ୍ ଲାଗୁଛି ତା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ମଧୁମେହର ପ୍ରାଥମିକ ଲକ୍ଷଣ। ମଧୁମେହରେ ଆକ୍ରାନ୍ତ ହେଲେ ଶରୀର ଆଉ ସେତେଶୀଘ୍ର ରକ୍ତରୁ ଶର୍କରା ପ୍ରସ୍ତୁତ କରିପାରେ ନାହିଁ। ତେଣୁ ବ୍ୟକ୍ତିର ରକ୍ତରେ ଅଧିକ ଶର୍କରା ଜମି ହୋଇ ରହେ। ପରିସ୍ରା ଦ୍ୱାରା ଏଗୁଡ଼ିକ ବାହାରିବାର ଏକମାତ୍ର ବାଟ ହୋଇଥିବାରୁ ବ୍ୟକ୍ତିକୁ ବାରମ୍ବାର ବାଥ୍‌ରୁମ୍ ଲାଗେ।

water

ଅଧିକ ଶୋଷ ଲାଗିବା: ମଧୁମେହରେ ଆକ୍ରାନ୍ତ ହୋଇଥିଲେ ବାରମ୍ବାର ପରିସ୍ରା ଯିବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିଯାଏ। ତେଣୁ ଶୋଷ ଲାଗିଥାଏ। ଶୋଷ ଲାଗି ହାଲିଆ ହୋଇଯିବାରୁ ଲୋକମାନେ ସୋଡ଼ା, ଜୁସ୍ ବା ଚକୋଲେଟ୍ ପ୍ରଭୃତି ଖାଇଥା’ନ୍ତି। ଯାହାଦ୍ୱାରା ଶରୀରରେ ଶର୍କରାର ପରିମାଣ ବୃଦ୍ଧି ପାଏ। ପରୋକ୍ଷରେ ଏହା ସମସ୍ୟାକୁ ଆହୁରି ଅଧିକ ବୃଦ୍ଧି କରେ।

ହଠାତ୍ ଓଜନ କମିବା: ସମସ୍ତେ ଭାବନ୍ତି ଯେ ଅଧିକ ମୋଟା ଲୋକଙ୍କୁ ଡାଏବେଟିସ୍‌ ହୋଇଥାଏ। ପ୍ରକୃତରେ କିନ୍ତୁ ଓଜନ ସାମାନ୍ୟ ଭାବେ କମିବା ମଧୁମେହର ଲକ୍ଷଣ। ବାରମ୍ବାର ପରିସ୍ରା ଯିବା ଫଳରେ ରକ୍ତରୁ ଶର୍କରା ଜାତୀୟ ଅଂଶ କମିଯାଏ। ପୁଣି ଜଳୀୟ ଅଂଶ ମଧ୍ୟ କ୍ଷରିତ ହେବାଯୋଗୁଁ ଓଜନ କମେ।

ଭୋକ ଲାଗିବା: ବେଳେ ବେଳେ ଏମିତି ହୁଏ ଯେ ଆପଣଙ୍କୁ ହଠାତ୍ ଅସହ୍ୟ ଭୋକ ଲାଗେ। ଏପରିକି ତୁରନ୍ତ କିଛି ନ ଖାଇଲେ ଧେର୍ଯ୍ୟହରା ଲାଗେ। ଏଭଳି ପରିସ୍ଥିତି ଲାଗି ରହୁଥିଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ଏହା ମଧୁମେହର ଅନ୍ୟତମ ଲକ୍ଷଣ।

tiredness

ହାଲିଆ ଲାଗିବା: ମଧୁମେହର ଆଉ ଏକ ସୂଚନା ହେଲା ଖୁବ୍ ଶୀଘ୍ର ହାଲିକା ଲାଗିବା। ଏପରି ହେଲେ ବ୍ୟକ୍ତିକୁ ସବୁବେଳେ ହାଲିଆ ଲାଗେ। କିଛି କାମ କରିବାକୁ ଇଚ୍ଛା ହୁଏ ନାହିଁ, ମୁଣ୍ଡ ବୁଲାଏ। ଟାଇପ୍‌-୨ ଡାଏବେଟିସ୍‌ର ଏହା ଅନ୍ୟତମ ପ୍ରମୁଖ ଲକ୍ଷଣ। ଏହାକୁ ଅବହେଳା କରନ୍ତୁ ନାହିଁ।

ବାରମ୍ବାର ମୁଡ୍ ପରିବର୍ତ୍ତନ ହେବ: ମଧୁମେହ ରୋଗ ହୋଇଥିଲେ ବ୍ୟକ୍ତିର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ନଥାଏ। ତେଣୁ ଅନେକ ସମୟରେ ବ୍ୟକ୍ତି ଜଣକ ଦୁଃଖୀ ଦୁଃଖୀ ରହିଥା’ନ୍ତି। କୌଣସି କାମରେ ମନ ଲାଗେ ନାହିଁ। ଏପରିକି ସୁଗାର ମାତ୍ରା ବଢ଼ିଗଲେ ମାନସିକ ଅବସାଦ ମଧ୍ୟ ଦେଖାଯାଏ। ବେଳେବେଳେ ଲୋକମାନେ ଏଥିପାଇଁ ମନସ୍ତତ୍ତ୍ୱବିଦ୍‌ଙ୍କ ସହ ପରାମର୍ଶ କରନ୍ତି। ପ୍ରକୃତରେ କିନ୍ତୁ ମଧୁମେହ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ଯାଇ ଆପଣ କିଛି ପରିମାଣରେ ରକ୍ଷା ପାଇପାରିବେ।

ଆଖିକୁ ଜାଲୁଜାଲୁଆ ଦିଶିବା: ମଧୁମେହର ପ୍ରଥମ ପର୍ଯାୟରେ ଆଖିକୁ  ଜାଲୁଜାଲୁଆ ଦିଶେ। ତେଣୁ ଏହାକୁ ଅବହେଳା କରନ୍ତୁ ନାହିଁ।

କ୍ଷତ ଜଲ୍‌ଦି ଶୁଖେନାହିଁ: ଶରୀରରେ ଶର୍କରାର ମାତ୍ରା ଅଧିକ ହେବା ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ତେଣୁ ଯେକୌଣସି ପ୍ରକାର କ୍ଷତ ଜଲ୍‌ଦି ଶୁଖେନାହିଁ। ଯଦି ଆପଣଙ୍କର କୌଣସି କ୍ଷତ ଅଧିକ ଦିନ ଧରି ଶୁଖୁନଥାଏ ତା’ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Everything you need to know about the symptoms of diabetes in Odia language.