ରୋଷେଇ କଲା ବେଳେ ହାତରେ ଚେଙ୍କ ଲାଗିବା, ହାତ ଜଳିଯିବା, ତେଲ ପଡ଼ି ଫୋଟକା ହୋଇଯିବା ଭଳି ସମସ୍ୟା ଦେଖାଦିଏ। ତେବେ ଏସବୁ ସମସ୍ୟାର ପ୍ରାଥମିକ ଚିକିତ୍ସା କ’ଣ ଜାଣିରଖନ୍ତୁ।

ରୋଷେଇ କରିବା ବେଳେ ହାତରେ ଗରମ ଚେଙ୍କ ଲାଗିଲେ ସଙ୍ଗେ ସଙ୍ଗେ ଟ୍ୟାପ୍‌ ଖୋଲି ହାତକୁ ଥଣ୍ଡାପାଣିରେ ଦେଖାନ୍ତୁ। ବରଫ କିମ୍ବା ଫ୍ରିଜ୍‌ ପାଣି ମାରନ୍ତୁ ନାହିଁ। ଜଳିଯାଇଥିବା ସ୍ଥାନରେ ବଟର, ତେଲ ମାରନ୍ତୁ ନାହିଁ।

ରୋଷେଇ କରିବା ବେଳେ ଦେହରେ ବା ହାତରେ ତେଲ ଛିଟା ପଡ଼ିଗଲେ ତୁରନ୍ତ ସେହି ସ୍ଥାନକୁ ଥଣ୍ଡା ପାଣିରେ ବୁଡ଼ାଇରଖନ୍ତୁ। ଏପରି କରିବା ଦ୍ଵାରା ଫୋଟକା ହୁଏ ନାହିଁ। ଏହାପରେ ଜ୍ୱଳାପୋଡ଼ା କ୍ରିମ୍‌ ଲଗାଇପାରିବେ। ଯଦି କ୍ରିମ୍‌ ନଥାଏ, ତେବେ ଘିକୁଆଁରି ବା କୌଣସି ମଇଶ୍ଚରାଇଜର ଲଗାଇପାରିବେ।

ଗରମ ବାମ୍ଫ ପସିଗଲେ ବି ହାତକୁ ଥଣ୍ଡା ପାଣିରେ ଧୁଅନ୍ତୁ। ହାତ ଜ୍ୱଳାପୋଡ଼ା କମିଗଲେ ହାତକୁ ଶୁଖିଲା କପଡ଼ାରେ ପୋଛିଦିଅନ୍ତୁ। ଜଳିଥିବା ସ୍ଥାନରେ ନଡ଼ିଆତେଲ, ଘିଆ ଲଗାଇପାରିବେ।