ତ୍ୱଚାରେ ପାଣିର ମାତ୍ରା କମ ହେଲେ ଏହା ଶୁଷ୍କ ହୋଇଯାଏ। ଆମ ଲୋମଛିନ୍ଦ୍ର ମୂଳରେ ତୈଳଗ୍ରନ୍ଥୀ ଥାଏ ଯାହା ଆମକୁ ଶୁଷ୍କତାରୁ ବଞ୍ଚାଇଥାଏ। ଯେଉଁମାନଙ୍କ ଚର୍ମରେ ତୈଳ ସୃଷ୍ଟି ହୋଇପାରିନଥାଏ ସେମାନଙ୍କର ତ୍ୱଚା ଶୁଷ୍କ ହୋଇଯାଏ। ଖରା ବା ବର୍ଷା ଦିନ ଅପେକ୍ଷା ଶୀତ ଦିନରେ ତ୍ୱଚା ଅଧିକ ରୁକ୍ଷ ହୋଇଯାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କିଛି ଟିପ୍ସ।

water

ଆପଣଙ୍କ ତ୍ୱଚା ତୈଳାକ୍ତ ହେଉ କି ଶୁଷ୍କ ପାଣି ଅଧିକରୁ ଅଧିକ ପିଅନ୍ତୁ। କିନ୍ତୁ ଶୁଷ୍କ ତ୍ୱରା ବ୍ୟକ୍ତିମାନେ ଏଥିପ୍ରତି ବେଶୀ ଯତ୍ନବାନ ହୁଅନ୍ତୁ। ଶୀତଦିନେ ଅତି କମରେ ଦୁଇ ଲିଟର ପିଅନ୍ତୁ।

ସବୁଦିନ ଶରୀରରେ ସାବୁନ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆମ ଦେହରେ ତିଆରି ହେଉଥିବା ତୈଳ ନଷ୍ଟ ହୋଇଯାଏ। ତେଣୁ ଖାଲିପାଣିରେ ଗାଧାନ୍ତୁ। ପ୍ରତି ଦୁଇ ଦିନ ଅନ୍ତରରେ ସାବୁନ ଲଗାଇ ପାରନ୍ତି।

dry skin of diabetes patient

ଟୋନର ବ୍ୟବହାର କରନ୍ତୁ ନାହିଁ। ତ୍ୱଚା ତୈଳାକ୍ତ ନ ହେବା ପାଇଁ ଟୋନର ବ୍ୟବହାର ହୋଇଥାଏ। ଏହା ତ୍ୱଚାକୁ ଆହୁରି ଶୁଷ୍କ କରିଦେବ। ପ୍ରତିଦିନ ମୁହଁ ଓ ଶରୀରରେ ମଶ୍ଚରାଇଜର ଲଗାନ୍ତୁ।  ନଡିଆ ତେଲ, ଅଲିଭ ଅଏଲ, ଆଲୋଭେରା ଜେଲରେ ମଶ୍ଚରାଇଜ କରନ୍ତୁ।

SwasthyaPlus

ଗାଧୋଇବା ପରେ ଦେହକୁ ରଗଡି ପୋଛନ୍ତୁ ନାହିଁ। ଦେହ ଓଦା ଥିବା ବେଳେ ମଶ୍ଚରାଇଜର ଲଗାନ୍ତୁ।

ଶୋଇବା ପୂର୍ବରୁ ହାତ ଓ ଗୋଡରେ ଘରେ ପ୍ରସ୍ତୁତ ନଡିଆ ତେଲ ଲଗାନ୍ତୁ। ଭେସଲିନର ପେଟ୍ରୋଲିୟମ ଜେଲି ମଧ୍ୟ ଲଗାଇପାରିବେ।

Dry Lips

ଶୀତ ଦିନରେ ଓଠ ଫାଟେ। ଏହି ଫଟାସ୍ଥାନରେ ବହୁ ବ୍ୟକ୍ତି ବାରମ୍ବାର ଜିଭ ମାରିଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ। ନିଜ ପାଖରେ ସବୁବେଳେ ଲିପବାମ ରଖନ୍ତୁ। ନିୟମିତ ଏହାକୁ ଓଠରେ ଲଗାନ୍ତୁ।

ଘରେ ବାସନ ମାଜିବା ବା ଲୁଗା ସଫା କରିବା ଦ୍ୱାରା ହାତ ଓ ଗୋଡ ଶୁଖିଲା ଲାଗେ। ତେଣୁ ଏସବୁ ପାଣି କାମ କରିବା ବେଳେ ହାତରେ ଗ୍ଲୋବ୍ସ ଲଗାନ୍ତୁ।