ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ଦିନକୁ ଦିନ କୋଭିଡ୍‌ର ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଡାକ୍ତର, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ, ବିଶେଷଜ୍ଞମାନେ ନିଜ ତରଫରୁ ଚେଷ୍ଟା ଜାରି ରଖିଛନ୍ତି। ଲୋକମାନେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟକୁ ଆପଣାଉଛନ୍ତି। ଆସନ୍ତୁ ଜାଣିବା ମହାମାରୀଠାରୁ କେମିତି ପାଇବେ ରକ୍ଷା: 

  • ସକାଳୁ ଉଠିବା ପରେ ଗରମ ପାଣିରେ ହଳଦୀ ଏବଂ ଚିମୁଟାଏ ଲୁଣ ପକାଇ କୁଳକୁଜା କରନ୍ତୁ। ଏହା କରିବା ଦ୍ୱାରା ଗଳା ଦରଜ କମିଥାଏ ଏବଂ ନାକ ବା ପାଟି ଦ୍ୱାରା ଭୂତାଣୁ ଗଳାରେ ପହଞ୍ଚିଥିଲେ ତାହାର ପ୍ରଭାବକୁ ହ୍ରାସ କରିଥାଏ। 
  • ପିଇବା ପାଇଁ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ। ଗରମ ପାଣି ଭୂତାଣୁମାନଙ୍କୁ ଦୂର କରିଥାଏ। ତେଣୁ ଯେତେ ପାରୁଛନ୍ତି ଥଣ୍ଡା ପାଣି ଏବଂ ଥଣ୍ଡା ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ।
  • ସବୁବେଳେ ଉଷୁମ ଖାଦ୍ୟ ଖାଆନ୍ତୁ ଏବଂ ବାସି ଖାଦ୍ୟ ଖାଆନ୍ତୁ ନାହିଁ। 
  • ଡାଲଚିନି, ଶୁଣ୍ଠି, ଗୋଲ ମରିଚ, ଅଦା ଏବଂ ତୁଳସୀ ପତ୍ରରେ ପ୍ରସ୍ତୁତ କାଢ଼ାକୁ ଦିନକୁ ଦୁଇଥର ନିହାତି ପିଅନ୍ତୁ। 
  • ଆପଣ ଯଦି ଚା’ ପିଇବାରେ ଅଭ୍ୟସ୍ତ ଅଛନ୍ତି ତେବେ ହର୍ବାଲ୍ ଚା ହିଁ ପିଅନ୍ତୁ ବା ଗ୍ରୀନ-ଟି ମଧ୍ୟ ପିଇପାରିବେ। 
  • ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ ଉଷୁମ ଖିରରେ ଅଧଚାମଚ ହଳଦୀ ମିଶାଇ ପିଅନ୍ତୁ। 
  • ଖାଦ୍ୟ ତିଆରି ବେଳେ ତରକାରିରେ ହଳଦୀ, ଧନିଆ ଏବଂ ଜିରାର ପ୍ରୟୋଗ କରନ୍ତୁ। 
  • ଶୁଖିଲା କାଶ ବା ନାକ ଜାମ୍ ହେଉଥିଲେ ପୁଦିନା ପତ୍ର ବା ଜୁଆଣିକୁ ଗରମ ପାଣିରେ ଫୁଟାଇ ତା’ର ବାମ୍ଫ ନିଅନ୍ତୁ।