ଶରୀରର ସୁସ୍ଥ ବିକାଶ ପାଇଁ ବଡ଼ମାନଙ୍କ ପରି ପିଲାମାନେ ମଧ୍ୟ ପ୍ରତିଦିନ ଏକ ରୁଟିନ୍ ପାଳନ କରିବା ଜରୁରୀ। ନିୟମିତ ଦିନଚର୍ଯ୍ୟା ପିଲାକୁ ପ୍ରତିକୂଳ ପରିସ୍ଥିତିରେ ବି ଦୃଢ଼ ରହିବାକୁ ସାହାଯ୍ୟ କରେ। ସବୁ ପ୍ରକାର ଚିନ୍ତାରୁ ମୁକ୍ତ ରଖେ ଓ ଏକାଗ୍ର ହେବାରେ ସହାୟତା କରେ।

ପାଣିରୁ ଆରମ୍ଭ କରାନ୍ତୁ ଦିନଚର୍ଯ୍ୟା: ସବୁଦିନ ସକାଳୁ ଏକ ଗ୍ଲାସ୍ ପାଣି ପିଆଇ ପିଲାର ଦିନଚର୍ଯ୍ୟା ଆରମ୍ଭ କରାନ୍ତୁ। ଏହାଦ୍ୱାରା ମେଟାବୋଲିଜିମ୍ ଦୃଢ଼ ହୋଇଥାଏ, ରକ୍ତ ସଞ୍ଚାଳନ ଭଲ ଭାବେ ହୁଏ। ଏହା ମସ୍ତିଷ୍କକୁ ଚିନ୍ତାମୁକ୍ତ କରିଥାଏ। ଏହାଛଡ଼ା ପାଣି ଅନ୍ତଃନଳୀକୁ ସଫା କରିଥାଏ। ଏକ ବର୍ଷ ବୟସରୁ ଆପଣ ପିଲାକୁ ଏହି ଅଭ୍ୟାସରେ ପକାଇ ପାରିବେ।

child bath

ଶୌଚର ଅଭ୍ୟାସ: ସବୁଦିନ ସକାଳୁ ପିଲାକୁ ଶୌଚାଭ୍ୟାସ କରାନ୍ତୁ। ମୂତ୍ରାଶୟ ଓ ଅନ୍ତକୁ ଖାଲି କରିବା ଲାଗି ସେ କେତେ ସମୟ ନେଉଛି ତାହା ଦେଖନ୍ତୁ। ଏହାଦ୍ୱାରା ଯଦି ପିଲାର କିଛି ଶାରିରୀକ ସମସ୍ୟ୍ୟା ଥାଏ ତାହା ଜଣାପଡ଼ିଯିବ। ସେହିପରି ଭବିଷ୍ୟତରେ ଆଉ ତାକୁ ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯିବ।

ଅଭ୍ୟଙ୍ଗ: ଆୟୁର୍ବେଦ ଅନୁସାରେ ପିଲାମାନଙ୍କୁ ସବୁଦିନ ତେଲ ମାଲିସ କରାଯିବା ଜରୁରୀ। ହାତରେ ଅଳ୍ପ ତେଲ ନେଇ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ଶରୀରରେ ଭଲ ଭାବେ ମାଲିସ କରନ୍ତୁ। ପିଲା ବଡ଼ ହୋଇଯାଇଥିଲେ(ପ୍ରାୟ ୮ ବର୍ଷରୁ ଉଦ୍ଧ୍ୱର୍) ସେମାନେ ନିଜେ ଏହି ମାଲିସ କରିପାରିବେ। ତେବେ ତେଲ ମାରିବା ପରେ ଏହା ସେମାନଙ୍କର ଚର୍ମକୁ ସୁହାଉଛି କି ନାହିଁ ତାହା ଦେଖନ୍ତୁ। ଯଦି ଶରୀରରେ ଘିମିରି ଭଳି ଛୋଟ ଛୋଟ ଦାଗ କିମ୍ବା ଫଳି ଯାଉଥାଏ ତା’ ହେଲେ ତେଲ ମାରିବା ବନ୍ଦ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପିଲାକୁ ସୁହାଉଥିବା ତେଲ ଲଗାଇପାରିବେ।

ଶରୀର ସଫା କରିବା: ମାଲିସ ପରେ ପିଲାକୁ ଗାଧୋଇ ଦିଅନ୍ତୁ। ସାଧାରଣତଃ ମା’ ମାନେ ପିଲାମାନଙ୍କୁ ପାଣି ଗରମ କରି ଗାଧୋଇ ଦିଅନ୍ତି। ଡାକ୍ତରମାନଙ୍କ ଅନୁସାରେ କିନ୍ତୁ ଗରମ ପାଣିର କିଛି ଆବଶ୍ୟକତା ନାହିଁ। ବରଂ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ପିଲାର ମସ୍ତିଷ୍କ ସତେଜ ରହେ।

proper tiffin for your children

କିଭଳି ଖାଦ୍ୟ ଦେବେ: ଆଜିକାଲି ମା’ ମାନେ ପିଲାଙ୍କୁ ସକାଳ ଟିଫିନ୍ରେ ବିଭିନ୍ନ ପ୍ରକାର ନୁଡୁଲ୍ସ କରି ଖାଇବାକୁ ଦେଉଛନ୍ତି। ପ୍ରକୃତରେ କିନ୍ତୁ ଏହା ପିଲାର ସ୍ୱାସ୍ଥ୍ୟକୁ ଖରାପ କରିଥାଏ। ଏହା ପିଲାମାନଙ୍କୁ ଅଳସୁଆ କରିବା ସହିତ ମୋଟାପଣକୁ ବୃଦ୍ଧି କରେ। ତେଣୁ ଏସବୁ ଖାଦ୍ୟ ବଦଳରେ ଦେଶୀ ଖାଦ୍ୟ ଯେପରି ଚୁଡ଼ା, ଦହି, ଛତୁଆ ପ୍ରଭୃତି ଖାଇବାକୁ ଦିଅନ୍ତୁ। ସେମାନଙ୍କ ଖାଦ୍ୟରେ ସବୁପ୍ରକାର ପରିବା ତରକାରୀକୁ ସ୍ଥାନିତ କରନ୍ତୁ। ପିଲା ରାଜି ନ ହେଲେ ମଧ୍ୟ ଏସବୁ ଖୁଆଇବା ଜରୁରୀ।

child doing yoga

ଯୋଗାଭ୍ୟାସ କରାନ୍ତୁ: ଆଜିକାଲି ପିଲାମାନେ ଖୁବ୍ ଶୀଘ୍ର ମାନସିକ ଅବସାଦଗ୍ରସ୍ତ ହୋଇପଡ଼ୁଛନ୍ତି। ସେମାନଙ୍କୁ ଏଥିରୁ ରକ୍ଷା କରିବା ଲାଗି ଛୋଟ ଦିନରୁ ନିୟମିତ ଯୋଗାଭ୍ୟାସ କରାନ୍ତୁ। ୩ ବର୍ଷ ବୟସରୁ ଆପଣ ଏହା ଆରମ୍ଭ କରାଇପାରିବେ। ଏହି ଯୋଗାଭ୍ୟାସ ପିଲାକୁ ଶାନ୍ତ ରଖିବା ସହିତ ତାକୁ ଏକାଗ୍ର କରିବାରେ ସହାୟକ ହେବ। ପରବର୍ତ୍ତୀ ସମୟରେ ଏହା ତାର ବ୍ୟକ୍ତିତ୍ୱର ଗଠନ କରିବାରେ ଉଲ୍ଲେଖନୀୟ ଭୂମିକା ନେବ।

children-dancing-paintingଆକ୍ଟିଭିଟି କ୍ଲାସ ନେଇଯାଆନ୍ତୁ: ପିଲାମାନଙ୍କ ପାଇଁ ଆଜିକାଲି ବିଭିନ୍ନ ପ୍ରକାର ଆକ୍ଟିଭିଟି କ୍ଲାସ ଯେପରିକି ଚିତ୍ରାଙ୍କନ, ନୃତ୍ୟ, ଡ୍ରାମା, ଏକକ ଅଭିନୟ ପ୍ରଭୃତିର ସୁଯୋଗ ରହୁଛି। ନିକଟରେ ଥିବା ଏପରି ଆକ୍ଟିଭିଟି କ୍ଲାସ୍କୁ ପିଲାକୁ ନେଇ ଯାଆନ୍ତୁ। ନିୟମିତ ଭାବେ ସେଠାକୁ ଯିବା ଦ୍ୱାରା ପିଲାଟି ଆଉ ମାନସିକ ଭାବେ ଚାପଗ୍ରସ୍ତ ହେବନାହିଁ । ସେହିପରି କେଉଁକ୍ଷେତ୍ରରେ ତାର ପାରଦର୍ଶିତା ରହିଛି ତାହା ମଧ୍ୟ ଜଣାପଡ଼ିଯିବ।