ଆଜିକାଲି ନିଦ ନ ହେବା ଲୋକମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ଅଧିକ ଭାବେ ଦେଖାଦେଉଛି। ଠିକ୍ ଭାବେ ନିଦ ନ ହେବା ଯୋଗୁ ଅନେକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।

sleeplessness

ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ହରମୋନରେ ପରିବର୍ତ୍ତନ ହେବା ଏହାର ମୁଖ୍ୟ କାରଣ । ଏହି ସମସ୍ୟା ହେଲେ ରାତିରେ ବାରମ୍ବାର ପରିସ୍ରା ଲାଗେ, ଏସିଡିଟି ହୁଏ, ପେଟ ମଧ୍ୟ ଦରଜ ହୋଇଥାଏ। ଏହାଛଡ଼ା ଦିନସାରା କୌଣସି କାମ କରିବାକୁ ଆଗ୍ରହ ହୁଏନାହିଁ।

-ଏପରି ସ୍ଥଳେ ତୁରନ୍ତ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ। ନିୟମିତ ଭାବେ ବ୍ୟାୟାମ କଲେ ସୁଫଳ ମିଳିଥାଏ।

exercise after pregnancy

-ଏହାଛଡ଼ା ଯୋଗ ବା ପ୍ରାଣାୟମ କଲେ ମଧ୍ୟ ଶରୀରରେ ହରମୋନ୍ ସନ୍ତୁଳିତ ହୋଇ ରହେ।

-କିଛି କରି ନ ପାରିଲେ ସକାଳେ ୨୦ ମିନିଟ୍ ଚାଲନ୍ତୁ। ଅତ୍ୟଧିକ ଚା’ ବା କଫି ପିଅନ୍ତୁ ନାହିଁ।

sleep in day time

-ଦିନରେ ଅଧିକ ଶୁଅନ୍ତୁ ନାହିଁ। ଶୋଇବା ପୂର୍ବରୁ ୫ ମିନିଟ୍ ଧରି ପ୍ରାଣାୟମ କରନ୍ତୁ। ପ୍ରାଣାୟମ ବଦଳରେ ପ୍ରାର୍ଥନା ବି କରିପାରିବେ।