ଆଜିକାଲି ପ୍ରାୟ ପ୍ରତିଟି ମଣିଷ କିଛ ନା କିଛି ମାନିସିକ ଅବସାଦରେ ରହୁଛନ୍ତି। ମାନସିକ ଚିନ୍ତାର କାରଣ ବ୍ୟକ୍ତିଗତ ଅବା ପେଶାଗତ ହୋଇପାରେ। ମାତ୍ର ଯେତେବେଳେ ମଣିଷ ଟେନସନରେ ଥାଏ ସେତେବେଳେ ସେ ଅନ୍ୟ କୌଣସି କାମ ଠିକ୍‌ସେ କରିପାରିନଥାଏ ଅର୍ଥାତ ବାକିସବୁ କାମ ଏପଟସେପଟ ହୋଇଥାଏ।

ଏହାକୁ ନେଇ ନିକଟରେ ଏକ ସର୍ଭେ କରାଯାଇଥିଲା। ଅଧ୍ୟୟନରୁ ଏହା ଜଣାପଡ଼ିଛି କି ଯଦି ଜଣେ ମଣିଷ ପ୍ରତିଦିନ ୨୦ମିନିଟ୍‌ ପ୍ରକୃତି ସହ ବିତାଏ ସେ ଅନ୍ୟମଣିଷଙ୍କ ଅପେକ୍ଷା କମ୍‌ ଚିନ୍ତା ଅବା ଅବସାଦରେ ରହିଥାନ୍ତି।

SwasthyaPlus

ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଏ ନେଇ ସର୍ଭେ କରାଯାଇଛି। ଅଧ୍ୟୟନ କରୁଥିବା ପ୍ରଫେସରଙ୍କ କହିବା କଥା, “ଆମ ସମସ୍ତଙ୍କୁ ଜଣାଅଛି କି ପ୍ରକୃତି କୋଳରେ ସମୟ ବିତାଇବା ଶରୀର ଲାଗି ଭଲ, କିନ୍ତୁ କେହି ଜାଣିନଥିବେ କି କେତେ ସମୟ ବିତାଇବା ଠିକ୍‌। କେଉଁ ପ୍ରକାରର ପ୍ରାକୃତିକ ପରିବେଶର ଅନୂଭବ ଶରୀର ଲାଗି ଭଲ।”

ଅଧ୍ୟୟନରୁ ଜଣାପଡ଼ିଛି କି ଟେନସନ୍‌ ଲାଗି ଥିବା ହରମୋନର୍‌ କର୍ଟିସେଲର ସ୍ତର କମ୍‌ କରିବା ଲାଗି ଖୋଲା ପରିବେଶରେ ପ୍ରତିଦିନ ୨୦ମିନିଟ୍‌ ବିତାଇବା ଆବଶ୍ୟକ। କିଛି ବ୍ୟାୟାମ କିମ୍ବା ଯୋଗ କରିନପାରିଲେ ଖୋଲା ଯାଗାରେ ବସିବା କିମ୍ବା ଚାଲିବା ଦେହ ପାଇଁ ଭଲ। ଏହାକୁ ପ୍ରତିଦିନ ଜଣେ ମଣିଷ କଲେ ତାହା ଅନୁଭବ କରିପାରିବ।