ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ।

drinking water in copper health

-ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ଥାଏ ଯାହାକି ସଂକ୍ରମଣରୁ ରକ୍ଷା କରେ । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଯକୃତ ପାଇଁ ମଧ୍ୟ ଲାଭଦାୟକ।

-ଦିନରେ ୮ ଘଣ୍ଟା ଶରୀରକୁ ସଂପୂର୍ଣ୍ଣ ବିଶ୍ରାମ ଦେବାକୁ ଉଦ୍ୟମ କରନ୍ତୁ। ଏହି ସମୟରେ କୌଣସି ପ୍ରକାରର ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ମନ ଉପରେ ଚାପ ପକାଇବା ସହ ବିଶ୍ରାମ କରିବାକୁ ଦିଏନାହିଁ।

banana leaf_stay healthy

-ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆବଶ୍ୟକତାରୁ ଅଧିକ ଖାଦ୍ୟ ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଦିନରେ ଆପଣ କେତେ ପରିଶ୍ରମ କରୁଛନ୍ତି ସେ ଅନୁସାରେ ଖାଦ୍ୟ ଖାଆନ୍ତୁ।

sit straight

-ସିଧା ହୋଇ ବସନ୍ତୁ। ଦିନର ଅଧିକାଂଶ ସମୟ ଆମେ ବସିକରି କଟାଇଥାଉ। ଯଦି ଏହି ସମୟରେ ଆପଣଙ୍କ ଅଣ୍ଟା ସିଧା ନ ହୁଏ ତା’ ହେଲେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ।