କିଡ୍‌ନି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ସୋଡିୟମ ଏବଂ ପୋଟାସିୟମର ମାତ୍ରା କମ୍ ଥିବା ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରିବା ଆବଶ୍ୟକ। ଏଥିସହିତ ଯେଉଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ ଥିବ ତାକୁ ଖାଇଲେ ଉପକାର ମିଳେ।

parsley

ପାର୍ସଲେ ପତ୍ର: ପାର୍ସଲେ ପତ୍ର ଦେଖିବାକୁ ଧନିଆ ପତ୍ର ଭଳି ହୋଇଥିବାବେଳେ ସାଧାରଣତଃ ଖାଦ୍ୟକୁ ସଜାଇବା ନ ହେଲେ ସାଲାଡ୍ ଭାବେ ଏହାକୁ ବ୍ୟବହାର କରାଯାଇଥାଏ। ତେବେ କିଡ୍‌ନିକୁ ସୁସ୍ଥ ରଖିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା କିଡ୍‌ନିରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ। କେବଳ ସେତିକି ନୁହେଁ, କିଡ୍‌ନି ଷ୍ଟୋନ୍‌ରୁ ଏହା ରକ୍ଷା କରିଥାଏ।

cabbage juice

ବନ୍ଧାକୋବି: ବନ୍ଧାକୋବିରେ ଫାଇଟୋକେମିକାଲ୍ସ ଥାଏ ଯାହାକି ଫ୍ରି ରେଡିକାଲ୍‌ସକୁ ନଷ୍ଟ କରି କିଡ୍‌ନିକୁ ସୁସ୍ଥ ରଖିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ କେ, ସି ଏବଂ ଫାଇବର ଥାଏ। ସବୁଠୁ ବଡ଼ କଥା ହେଲା ବନ୍ଧାକୋବିରେ ପୋଟାସିୟମର ମାତ୍ରା ଖୁବ୍ କମ୍ ଥାଏ ଯାହାଦ୍ୱାରାକି କିଡ୍‌ନି ରୋଗ ହେବାର ଆଶଙ୍କା ଅନେକାଂଶରେ କମିଯାଏ।

ଫୁଲକୋବି: ଫୁଲକୋବିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ସହିତ ଫୋଲେଟ୍ ଓ ଫାଇବର ଥାଏ। ଏହାଛଡ଼ା ଶରୀରକୁ ସଫା କରିବା ଭଳି ଅନେକ ଉପଯୋଗୀ ତତ୍ତ୍ୱ ରହିଥାଏ ଯାହାକି କିଡ୍‌ନିକୁ ସୁସ୍ଥ ରଖେ।

red capsicum

ଲାଲ କ୍ୟାପ୍ସିକମ୍‌: ଏଥିରେ ପୋଟାସିୟମ୍ ଖୁବ୍ କମ୍ ମାତ୍ରାରେ ରହିଥାଏ। ଏହାଛଡ଼ା ଭିଟାମିନ୍ ଏ, ସି, ବି୬, ଫୋଲିକ୍ ଏସିଡ୍ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ। ସେହିପରି ଲାଲ କ୍ୟାପ୍ସିକମ୍‌ରେ ଲାଇକୋପିନ୍ ନାମକ ଏକପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହାକି କିଡ୍‌ନିକୁ ସୁସ୍ଥ ରଖିବାରେ ସହାୟକ ହୁଏ।

ରସୁଣ: ନିୟମିତ ଭାବେ ରସୁଣ ଖାଇଲେ କୋଲେଷ୍ଟେରୋଲର ସ୍ତର ନିୟନ୍ତ୍ରିତ ହୋଇଥାଏ। ଏହାଛଡ଼ା ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି କ୍ଲଟିଙ୍ଗ ତତ୍ତ୍ୱ ମହଜୁଦ ଥାଏ ଯାହାକି କିଡ୍‌ନିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

onion for healthy life

ପିଆଜ: ପିଆଜରେ ଫ୍ଲେଭନାଇଡ୍‌ସ ଥାଏ ଯାହାକି ରକ୍ତପ୍ରବାଳୀ ନଳୀରେ ଚର୍ବି ଜମା ହେବାକୁ ଦିଏନାହିଁ। ଏଥିରେ ଥିବା କ୍ରୋମିୟମ୍ ମେଟାବୋଲିଜିମ୍‌କୁ ତ୍ୱରାନ୍ୱିତ କରିଥାଏ। ପୋଟାସିୟମର ମାତ୍ରା କମ ଥିବାରୁ ଏହା କିଡ୍‌ନି ରୋଗୀଙ୍କ ପାଇଁ ଉପକାରୀ।

ସେଓ: ଅଧିକ ପରିମାଣରେ ଫାଇବର ଏବଂ ଆଣ୍ଟି ଇନ୍‌ଫ୍ଲେମେଟୋରୀ ଗୁଣଯୁକ୍ତ ସେଓ କିଡନି ପାଇଁ ଉପାଦେୟ। ଏହା କୋଲେଷ୍ଟେରୋଲର ସ୍ତରକୁ କମାଇଥାଏ। କୋଷ୍ଠକାଠିନ୍ୟ ଦୂର କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦେଇଥାଏ।

ଅଲିଭ ତେଲ: ଅଲିଭ ତେଲରେ ଓଲିକ ଏସିଡ୍ ନାମକ ଏକପ୍ରକାର ଫ୍ୟାଟି ଏସିଡ୍ ଏବଂ ପଲିଫିନୋଲ ମହଜୁଦ ଥାଏ। ଏହାଯୋଗୁ କିଡ୍‌ନି ସୁସ୍ଥ ରହିଥାଏ।