ଆଜିକାଲି ସହରୀକରଣର ପ୍ରଭାବ ଓ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ସବୁଠାରେ ପରିଲକ୍ଷିତ ହେଉଛି। ସକାଳୁ ଉଠିବା ଓ ଜଳଖିଆ ଖାଇବା ଅସମ୍ଭବ ପରି ମନେ ହେଉଛି। ଅନେକ ଜଳଖିଆ ନଖାଇ ସିଧା ମଧ୍ୟାହ୍ନ ଭୋଜନ ଖାଆନ୍ତି। ହଷ୍ଟେଲରେ ରହୁଥିବା ପିଲାମାନେ ହୁଅନ୍ତୁ କି ସାଧାରଣ କର୍ପୋରେଟ୍‌ର କର୍ମଚାରୀ ସକାଳୁ ଉଠିବା ଅନେକଙ୍କ ପାଇଁ ଅତି ଅସମ୍ଭବ ମନେହୁଏ। କିନ୍ତୁ ଏହାର ଆମ ଶରୀର ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ।

a girl eating brkfast early morning

ଏକ ଗବେଷଣାରୁ ଜଣାପଡ଼ିଛି ଯେ ସକାଳୁ ଶୀଘ୍ର ଖାଇଲେ ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ସକାଳୁ ସକାଳୁ ଖାଦ୍ୟ ଖାଇବା ସମୟ ସ୍ଥିର କଲେ ଭୋକ ଲାଗିବା ଯୋଗୁଁ ସୃଷ୍ଟି ହେଉଥିବା ହର୍ମୋନ୍ ହ୍ରାସ ପାଇଥାଏ, କ୍ୟାଲୋରୀ କ୍ଷୟ ନ କରି ମଧ୍ୟ ଓଜନ କମିଥାଏ।

SwasthyaPlus

ଶରୀର ଉପରେ କାର୍ଯ୍ୟର ଚାପ, ଅଧିକ ସମୟ ଭୋକରେ ରହିବାର ପ୍ରଭାବ କାରଣରୁ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ। ତେଣୁ ଚିର ଯୌବନ ଲାଭ କରିବାକୁ ଓ ଦୀର୍ଘଜୀବୀ ହେବା ପାଇଁ ସକାଳ ୮ଟା ମଧ୍ୟରେ ଜଳଖିଆ ଖାଆନ୍ତୁ ଓ ଓଜନ ବଢ଼ିବାରୁ ନିଜକୁ ସୁରକ୍ଷିତ ରଖନ୍ତୁ। ନିଜ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖନ୍ତୁ।