କରୋନା ଭାଇରସକୁ ନେଇ ଆପଣଙ୍କ ମନକୁ ଆସୁଥିବା ସାଧାରଣ ପ୍ରଶ୍ନର ଉତ୍ତର।

କରୋନାର ଦ୍ୱିତୀୟ ଲହରୀକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଥାଇପାରେ। ଯେମିତିକି କେତେ ଦିନ ଆଇସୋଲେସନରେ ରହିବେ? ଭ୍ୟାକ୍ସିନ ନେବେ କି ନାହିଁ? ଭ୍ୟାକ୍ସିନ୍‌ ନେବା ପରେ ପାର୍ଶ୍ଵପ୍ରତିକ୍ରିୟା ରହିଛି କି ନାହିଁଐ କରୋନାରୁ ସୁସ୍ଥ ହେଲା ପରେ କ’ଣ କରିବେ ଇତ୍ୟାଦି। ଆସନ୍ତୁ, ଜାଣିବା ଏମିତି କିଛି ପ୍ରଶ୍ନ ଓ ତା’ର ଉତ୍ତର।

ସଙ୍ଗରୋଧ କେତେବେଳେ ସାରିବେ?

ସଙ୍ଗରୋଧର ଅବଦ୍ଧି ସରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କୋଭିଡ୍‌ ପରୀକ୍ଷା ଯଦି ନେଗେଟିଭ୍ ଆସେ କିମ୍ବା କରୋନା ସଂକ୍ରମିତ ହେବାର ୧୭ ଦିନ ପରେ ଯଦି କୌଣସି ଲକ୍ଷଣ ଦେଖାଯାଉ ନାହିଁ ତା’ହେଲେ ସଙ୍ଗରୋଧରୁ ବାହାରିପାରିବେ।

ଯଦି ସଙ୍ଗରୋଧ ରହିବାର ୧୭ ଦିନ ପରେ କରୋନା ପଜିଟିଭ୍‌ ଆସୁଛି ଓ ଲକ୍ଷଣ ଦେଖାଦେଉଛି, ତେବେ ସଙ୍ଗରୋଧରେ ରହନ୍ତୁ ଏବଂ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

କରୋନା ସଂକ୍ରମିତ ହେବାର କେତେ ଦିନ ପରେ ପୁଣି କାର୍ଯ୍ୟକୁ ଫେରିବେ?

କୋଭିଡ୍‌ ଲକ୍ଷଣ ଦେଖାଦେବା ଦିନଠାରୁ ୧୭ ଦିନ ପରେ ଏବଂ ନେଗେଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟସ୍ଥଳୀକୁ ଫେରିପାରିବେ।

coronavirus covid 19

ଥରେ କୋଭିଡ୍‌ ହେଲା ପରେ ପୁଣି ସଂକ୍ରମିତ ହେବାର ଆଶଙ୍କା ଅଛି କି?

ଲକ୍ଷଣ ଥାଉ କି ନ ଥାଉ, ଯେଉଁମାନେ କୋଭିଡ୍‌-୧୯ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କଠାରେ ଆଣ୍ଟିବଡି ତିଆରି ହୋଇଥାଏ। ଥରେ ସଂକ୍ରମିତ ହେବା ପରେ ପାଖାପାଖି ତିନି ମାସ ପର୍ଯ୍ୟନ୍ତ ପୁଣି ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି। ତିନି ମାସ ପରେ ମଧ୍ୟ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡି ପୁନଃସଂକ୍ରମଣକୁ ରୋକିପାରିବ। କିନ୍ତୁ ସଚେତନତା ନିହାତି ଜରୁରୀ।

ଲକ୍ଷଣ ନଥିବା ବ୍ୟକ୍ତି ଅନ୍ୟ କାହାକୁ ସଂକ୍ରମିତ କରିପାରିବେ କି

ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଲକ୍ଷଣ ନଥିଲେ ମଧ୍ୟ ସେ ଅନ୍ୟଜଣଙ୍କୁ ସଂକ୍ରମିତ କରିପାରିବେ। ବର୍ତ୍ତମାନ ସମୟରେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ନିହାତି ଦରକାର। ଏଥିପାଇଁ ଆପଣଙ୍କଠାରେ ଲକ୍ଷଣ ଦେଖାଦେଲେ ବା କରୋନା ପଜିଟିଭ ଚିହ୍ନଟ ହେବାପରେ

ସଙ୍ଗରୋଧରେ ରହିବା ଜରୁରୀ ଏବଂ ଚିକିତ୍ସିତ ହେବା ମଧ୍ୟ ଜରୁରୀ।