କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ?

  • ଦେହ ହାତ ଅବଶ ଲାଗିବା
  • ଭୋକ ନ ହେବା
  • ମୁଣ୍ଡ ବିନ୍ଧା ହେବା
  • ଦେହ ହାତ ଘୋଳା ବିନ୍ଧା ହେବା
  • ଦିନକୁ ୪ରୁ ୫ ଥର ପତଳା ଝାଡ଼ା ହେବା୍ର
  • ଚର୍ମ ରୋଗ ହେବା ଯେପରିକି ଚର୍ମ କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା
  • ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
  • ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

କରୋନାର ନୂଆ ରୂପ ଅଧିକ ବିପଦଜ୍ଜନକ

କରୋନାର ଦ୍ଵିତୀୟ ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ। କାରଣ ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ପୂର୍ବ ରୂପ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ।

ଭାରତରେ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍‌ ଚିହ୍ନଟ ହୋଇସାରିଲାଣି।

କିଭଳି ରହିବେ ସତର୍କ?

କୋଭିଡ୍‌ରୁ ସତର୍କ ରହିବା କୋଭିଡ୍‌ ନିରୋଧୀ ଆଚରଣ ଆପଣାନ୍ତୁ। ଯେପରିକି, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଆପଣାନ୍ତୁ।

ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।

ସ୍କୁଲ, କଲେଜ, ମନ୍ଦିର, ବଜାର ଆଦିକୁ ଯିବାକୁ ବେଳେ କୋଭିଡ୍‌ର ସମସ୍ତ ନିୟମକୁ ପାଳନ କରନ୍ତୁ।

କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାନ୍ତୁ।

ସୌଜନ୍ୟ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ