କର୍ମକ୍ଷେତ୍ରଠୁ ଆରମ୍ଭ କରି ବ୍ୟାପାର ବାଣିଜ୍ୟ ପର୍ଯ୍ୟନ୍ତ ସବୁଠି ପଡ଼ିଛି କରୋନା ଭାଇରସ (କୋଭିଡ୍-୧୯) ର ପ୍ରଭାବ। ଏହି ମହାମାରୀକୁ ରୋକିବା ପାଇଁ ପୁରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି।

work from home

କିନ୍ତୁ ଅଧିକାଂଶ କମ୍ପାନି ଅଫିସର କାର୍ଯ୍ୟ ଚାଲୁ ରଖିବା ନିମନ୍ତେ ଓ୍ୱାର୍କ ଫ୍ରମ ହୋମ୍ ଫର୍ମୂଲା ପ୍ରୟୋଗ କରିଛନ୍ତି। ଅଫିସର ପ୍ରାୟ ୭୦ରୁ ୮୦ ପ୍ରତିଶତ କର୍ମଟାରୀ ଏବେ ଘରେ ବସି ଲାପଟପ୍, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସହଯୋଗରେ କାମ କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହିଭଳି ପରିସ୍ଥିତିରେ ଓ୍ୱାର୍କ ଫ୍ରମ୍ ହୋମ୍ ପାଇଁ କିଛି ସ୍ୱତନ୍ତ୍ର ଟିପ୍ସ-

ସ୍ୱତନ୍ତ୍ର ଓ୍ୱାର୍କ ପ୍ଲେସ୍ ବାଛନ୍ତୁ ଓ ସଫା ରଖନ୍ତୁ:

ଘରେ କାମ କରିବା ପାଇଁ ଏକ ସ୍ୱତନ୍ତ୍ର ଓ୍ୱାର୍କ ପ୍ଲେସ୍ ବାଛନ୍ତୁ। ଏହା ଆପଣଙ୍କ ନିତିଦିନିଆ ଶୋଇବା ଉଠିବା ସ୍ଥାନଠାରୁ ଅଲଗା ଥିବା ଆବଶ୍ୟକ। ଏହା ଦ୍ୱାରା ଆପଣଙ୍କ ବେଡ୍ରୁମ୍ ଅଳିଆ ହେବନାହିଁ। ନିଜ ଓ୍ୱାର୍କ ପ୍ଲେସକୁ ସଫା କରନ୍ତୁ, ସମସ୍ତ ଦରକାରୀ କାଗଜପତ୍ର, ଲାପଟପ ବା କମ୍ପ୍ୟୁଟର, କି-ବୋର୍ଡ, ମାଉସ୍ ଆଦିକୁ ଯଥା ସ୍ଥାନରେ ରଖନ୍ତୁ।

work from home

ନିଜ କାମର ସିଡ୍ୟୁଲ୍ ବନାନ୍ତୁ:

ଅଫିସରେ ଯେପରି ସିଡ୍ୟୁଲ୍ ଅନୁଯାୟୀ କାମ କରନ୍ତି ସେହିପରି ଘରେ ମଧ୍ୟ ନିଜ କାମର ସିଡ୍ୟୁଲ୍ ବନାନ୍ତୁ। ଏହାଦ୍ୱାରା ଆପଣ ସମୟର ଠିକ୍ ବ୍ୟବହାର କରିପାରିବେ ଏବଂ ଠିକ୍ ସମୟ ମଧ୍ୟରେ କାମ ସାରିପାରିବେ।

କାର୍ଯ୍ୟ କରୁଥିବା ସମୟରେ ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ:

କାର୍ଯ୍ୟ କରୁଥିବା ସମୟରେ ଆପଣ କି-ବୋର୍ଡ, ମାଉସ୍ ଓ ଅନ୍ୟାନ୍ୟ ବସ୍ତୁ ସଂଶ୍ପର୍ଶରେ ଆସିଥାନ୍ତି। ତେଣୁ ସେହି ସମୟରେ ନିଜ ହାତକୁ ମୁହଁରେ ଆଦୌ ଲଗାନ୍ତୁ ନାହିଁ।

windows cleaning

ଆଖପାଖ ପରିବେଶ ସଫା ଓ ସୁନ୍ଦର ରଖନ୍ତୁ:

ଅପରିଷ୍କାର ପରିବେଶରେ କାମ କରିବାରେ ମନ ଲାଗେନି ତେଣୁ ନିଜ ଆଖପାଖ ପରିବେଶକୁ ସବୁବେଳେ ପରିଷ୍କାର ପରିଛ୍ଛନ ରଖନ୍ତୁ। ଏହା ଦ୍ୱାରା ଆପଣ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ।

sanitizer

ପାଖରେ ସାନିଟାଇଜର୍ ରଖନ୍ତୁ:

ଆପଣ ନିଜର ଓ୍ନାର୍କ ପ୍ଲେସ୍ ପାଖରେ ସବିବେଳେ ସାନିଟାଇଜର୍ ରଖିଥାନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରତି ୨୦ ମିନିଟରେ ଥରେ ସାନିଟାଇଜର୍ ବ୍ୟବହାର କରନ୍ତୁ।

ଘରେ ଅଫିସ୍ ଭଳି ନିୟମିତତା ବଜାୟ ରଖନ୍ତୁ:

ଘରେ କାମ କରୁଥିବାରୁ ଆପଣଙକ ଡେଲି ରୁଟିନରେ ଅନିୟମିତତା ଆଣିବାକୁ ଦିଅନ୍ତୁନାହିଁ। ଠିକ୍ ସମୟରେ ଉଠି ନିଜର ନିତ୍ୟକର୍ମ ସାରି ଅଫିସ ଟାଇମରେ ରେଡି ହୋଇଯାଆନ୍ତୁ ଏବଂ କାର୍ଯ୍ୟ ଆରମ୍ଭ କରନ୍ତୁ। ଏହି ଦ୍ୱାରା ଆପଣ ସବୁବେଳେ ଫ୍ରେସ୍ ଅନୁଭବ କରିବେ।

video call

ଭିଡିଓ କଲ ତଥା ମେସେଜର ସାହାର୍ଯ୍ୟ ନିଅନ୍ତୁ:

ଅଫିସ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆପଣ ଭିଡିଓ କଲ୍, ଫୋନ୍ କଲ୍, ମେସେଜ୍, ହ୍ନାସ୍ଟଆପ୍ ଜରିଆରେ ନିଜ ଅଫିସ୍ ଟିମ୍ ସହ ଯୋଗାଯୋଗ କରିପାରିବେ। ଏହା ଦ୍ୱାରା ସାମାଜିକ ଦୂରତା ରକ୍ଷା କରିବା ସହ ଆପଣ ସୁରୁଖୁରୁରେ ନିଜ କାର୍ଯ୍ୟ ତୁଲାଇପାରିବେ।

stock food during lockdown

ନିଜ ପାଖେ ସମସ୍ତ ଜରୁରୀ ଖାଦ୍ୟ ଦ୍ରବ୍ୟ ଷ୍ଟକ୍ ରଖନ୍ତୁ:

ଏହି ସମୟରେ ସମସ୍ତ ଜରୁରୀ ଖାଦ୍ୟ ସାମଗ୍ରୀ ନିୟ ପାଖେ ଷ୍ଟକ୍ ରଖିଥାନ୍ତୁ। ଘରେ ସଠିକ୍ ସମୟରେ ବ୍ରେକ୍ ଫାଷ୍ଟ, ଲଞ୍ଚ, ଡିନର୍ କରନ୍ତୁ। ଖାଦ୍ୟ ପେୟରେ ହେଳା ନକରି ସୁସ୍ଥ ରହିବାକୁ ଚେଷ୍ଟା କରନ୍ତୁ।

ବ୍ରେକ୍ ନିଅନ୍ତୁ:

କିଛି ସମୟ କାର୍ଯ୍ୟ କରିବା ପରେ ବା କିଛି ସମୟ ବ୍ୟବଧାନରେ ବ୍ରେକ୍ ନିଅନ୍ତୁ। ଶାରିରୀକ ସହ ମାନସିକ ସୁସ୍ଥତା ମଧ୍ୟ ନିହାତି ଆବଶ୍ୟକ। କିଛି ସମୟ ନିଜକୁ ରିଲାକ୍ସ କରନ୍ତୁ ତା ପରେ ଆଉଥରେ କାମ ଆରମ୍ଭ କରନ୍ତୁ। ଘରେ ଥିବାରୁ ଆପଣଙ୍କୁ ବ୍ୟାୟମ କରିବାର ସମୟ ମଧ୍ୟ ମିଳିପାରେ, ଏହାର ସଦୁପଯୋଗ କରନ୍ତୁ। ସାମାନ୍ୟ ସଚେତନତା ଆପଣଙ୍କୁ ସୁସ୍ଥ ରଖିବା ସହ କରୋନା ଭଳି ରୋଗର ମୁକାବିଲା କରିବାରେ ସକ୍ଷମ କରିପାରିବ।