କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ଏ ଦିଗରେ କିଛି ପଦକ୍ଷେପ ମଧ୍ୟ ଆପଣେଇବାକୁ ପଡ଼ିବ।

ଜଣେ ବ୍ୟକ୍ତି ଯଦି ଭାଇରସ ସଂକ୍ରମିତ ହୋଇଥିବେ ବା ସଂକ୍ରମିତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବେ କିମ୍ବା ତାଙ୍କଠାରେ ଭାଇରସ ଥିବା ପରି କୌଣସି ଲକ୍ଷଣ ଦେଖାଦିଏ ତେବେ ସେ ହୋମ୍‌ କ୍ୱାରେଣ୍ଟାଇନରେ ରହିବା ରହିବା ଭଲ।

self quarantine

ସେଲଫ୍‌ କ୍ୱାରେଣ୍ଟାଇନ କ’ଣ?

ସେଲଫ୍‌ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ସେଲଫ୍‌ କ୍ୱାରେଣ୍ଟାଇନ ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଭାଇରସରେ ଆଉ କାହାକୁ ସଂକ୍ରମିତ ହେବାକୁ ନଦେବା। ଅର୍ଥାତ ଯଦି ଆପଣ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ଆପଣଙ୍କ ଭିତରେ କରୋନାର ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ସେଲଫ୍‌ କ୍ୱାରେଣ୍ଟାଇନ ହେବା ଫଳରେ ଆପଣଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରେ ନାହିଁ। ତେବେ ସେଲଫ୍‌ କ୍ୱାରେଣ୍ଟାଇନରେ ରହିଲା ବେଳେ ପ୍ରାତଃ ଭ୍ରମଣ ବା ବ୍ୟାୟମ କରିବା ଉପରେ କୌଣସି କଟକଣା ନାହିଁ।

corona ku darana

 ଘରେ କିଭଳି କ୍ୱାରେଣ୍ଟାନରେ ରହିବେ?

ଉତ୍ତମ ବାୟୁ ଚଳାଚଳ ହେଉଥିବା ଏକ ସିଙ୍ଗଲ୍‌ ରୁମ୍‌ରେ ରହନ୍ତୁ। ଏଥି ସହ ରୁମ୍‌ରେ ଟଏଲେଟ ଆଟାଚ୍‌ ହୋଇଥିବା ଦରକାର। ଯଦି ଅନ୍ୟ ଜଣେ ବ୍ୟକ୍ତି ସେହି ସମାନ ରୁମ୍‌ରେ ରହନ୍ତି ତେବେ ତାଙ୍କୁ ପ୍ରାୟ ୧ ମିଟର ଦୂରତା ଅବଲମ୍ବନ କରିବାକୁ ପଡ଼ିବ।

  • ଘର ମଧ୍ୟରେ ବରିଷ୍ଠ ସଦସ୍ୟ, ଗର୍ଭବତୀ ମହିଳା, ଶିଶୁଙ୍କଠାରୁ ଦୂରେଇ ରହନ୍ତୁ।
  • ଘର ଭିତରେ ଅଧିକ ଚଲାବୁଲା କରନ୍ତୁ ନାହିଁ।
  • ବାରମ୍ବାର ସାବୁନରେ ହାତ ଧୁଅନ୍ତୁ
  • ଘରୋଇ ଜିନିଷ ତଥା ପିଇବା ପାଣି ଗ୍ଲାସ, କପ୍‌ ଖାଇବା ପାତ୍ର, ଟାଓ୍ୱେଲ, ବେଡ୍‌, ଅନ୍ୟାନ୍ୟ ଜିନିଷ କାହା ସହ ସେୟାର କରନ୍ତୁ ନାହିଁ।
  • ସବୁ ସମୟରେ ଏକ ସର୍ଜିକାଲ ମାସ୍କ ପିନ୍ଧନ୍ତୁ। ପ୍ରତି ୬ରୁ ୮ ଘଣ୍ଟା ମଧ୍ୟରେ ମାସ୍କ ବଦଳାଇବା ଜରୁରୀ।
  • ଦିନ ସମୟରେ ଝରକା ଖୋଲା ରଖନ୍ତୁ।
  • ଯଦି ଭାଇରସ ପରି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ।