ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

କୋଭିଡ୍‌ ମହାମାରୀ ଭିତରେ ଦେଢ଼ ବର୍ଷରୁ ଅଧିକ ସମୟ ବିତିଲାଣି। ଏହି ଦେଢ଼ ବର୍ଷ ଭିତରେ ଅନେକଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। କିନ୍ତୁ ଏବେ ବି କିଛି ଲୋକ ନିୟମ ମାନୁନାହାନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବ ଉପରେ ବିଶ୍ୱାସ କରୁଛନ୍ତି। ତେଣୁ ଗୁଜବରେ ବିଶ୍ୱାସ ନକରି କୋଭିଡ୍‌ ନିୟମ ପାଳନ କରିବାକୁ ଓ ଟିକା ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଡ଼ି ହୋଇ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇଛନ୍ତିା

General Featured Image for Kete Nua Bata

‘‘କୋଭିଡ୍ ମହାମାରୀ ଆମ ଜୀବନ ଓ ଜୀବିକା ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ତେବେ ଏହି ମାହାମରୀରୁ ରକ୍ଷା ପାଇବା ପାଇଁ ଆପଣମାନେ କୋଭିଡ୍ ନିୟମ ପାଳନ କରୁଛନ୍ତି ତ? କୌଣସି ମିଥ୍ୟା ଖବରରେ ଭାସି ଯାଉନେ ତ? କୋଭିଡ୍‌ରୁ ସୁରକ୍ଷିତ ରହିବା ଲାଗି ସଠିକ ଭାବେ ମାସ୍କ ପିନ୍ଧନ୍ତୁ, ସମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୁଅନ୍ତୁ। ଗୁଜବରୁ ଦୂରେଇ ରହି ନିଜ ପାଳି ଆସିଲେ କୋଭିଡ୍ ଟିକା ନିଶ୍ଚୟ ନିଅନ୍ତୁ। ନିଜକୁ ଓ ନିଜ ପରିବାରକୁ କୋଭିଡ୍‌ରୁ ସୁରକ୍ଷିତ ରହନ୍ତୁ’’, କହିଛନ୍ତି ଅର୍ଚ୍ଚିତା ସାହୁ।

କୋଭିଡ୍‌ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।