କରୋନାରୁ ସୁରକ୍ଷିତ ରହିବା ପାଇଁ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି।

କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସହାୟକ ହୋଇଥାଏ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ତୁଳନାରେ ଯେଉଁବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ସେମାନେ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବେ। ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପିଅନ୍ତୁ ଏହି ହର୍ବାଲ ଚା’।

ଏହି ହର୍ବାଲ ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ କପ୍‌ ପାଣିରେ ତୁଳସୀ ପତ୍ର, ଡାଳଚିନି, ଗୋଲମରିଚ, ଶୁଣ୍ଠି, ଗୁଡ଼, ଏବଂ କିସ୍‌ମିସ୍‌କୁ ପକାଇ ମିଶାଇ ଫୁଟାନ୍ତୁ। ୨ରୁ ୩ ମିନିଟ୍‌ ଫୁଟିଗଲା ପରେ ଏହି ଚା’କୁ କପ୍‌ରେ ଛାଣି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ ପକାଇ ପିଅନ୍ତୁ।

ଏହି ଚା’କୁ ସକାଳେ ଓ ସନ୍ଧ୍ୟାରେ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।