ଆମ ମଧ୍ୟରୁ ଅନେକ ଲୋକ ପିଠି ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଣଦେଖା କରନ୍ତି। ପ୍ରକୃତରେ କିନ୍ତୁ ଏହା ଏକ ଗୁରୁତର ସମସ୍ୟା। କାରଣ ବହୁ ସମୟରେ ଏହା ସ୍ପାଇନାଲ ଟିବିର ରୂପ ନେଇଥାଏ।

back pain

ପିଠି ଯନ୍ତ୍ରଣା ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଡାକ୍ତରମାନଙ୍କ ଅନୁସାରେ ୨-୩ ସପ୍ତାହ ଧରି ପିଠିଯନ୍ତ୍ରଣା ହେଲେ ତୁରନ୍ତ ଚେକଅପ କରାଇନେବା ଜରୁରୀ। କାରଣ ଏଭଳି ଅବସ୍ଥାରେ ଆସୁଥିବା ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତ ସ୍ପାଇନାଲ ଟିବିରେ ପୀଡ଼ିତ ଥିବାର ଜଣାପଡ଼ିଥାଏ। ଠିକ ସମୟରେ ଚିହ୍ନଟ କରାନଗଲେ ଏହା ବ୍ୟକ୍ତିକୁ ବିକଳାଙ୍ଗ ବି କରିଦିଏ।

ଲକ୍ଷଣ:

-ପିଠି ବିନ୍ଧିବା

-ମେରୁଦଣ୍ଡ ହାଡ଼ରେ ଅସହନୀୟ ଯନ୍ତ୍ରଣା

-ମେରୁଦଣ୍ଡ ହାଡ଼ ବଙ୍କିଯିବା

-ହାତ ଓ ପାଦ ଅବଶ ଲାଗିବା

-ପରିସ୍ରା କରିବାରେ ସମସ୍ୟା

 

-ମେରୁଦଣ୍ଡ ହାଡ଼ ଫୁଲିବା

-ଶ୍ୱାସକ୍ରିୟାରେ ସମସ୍ୟା

– ଯେକୌଣସି ବୟସର ଲୋକଙ୍କୁ ଏହା ଆକ୍ରମଣ କରିଥାଏ

ଚିକିତ୍ସା:

ସାଧାରଣ ଟିବି ୬ ମାସ ମଧ୍ୟରେ ଭଲ ହୋଇଯାଇଥାଏ। ତେବେ ସ୍ପାଇନାଲ ଟିବି ହେଲେ ତାର ଚିକିତ୍ସା ପାଇଁ ୧୨-୧୮ ମାସ ସମୟ ଲାଗିଥାଏ। କେଶ ଏବଂ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗରେ ଏହା ହୋଇପାରେ। ଯେଉଁ ଲୋକମାନେ ଠିକ୍ ଭାବେ ଚିକିତ୍ସା କରାନ୍ତି ନାହିଁ କିମ୍ବା ଚିକିତ୍ସାକୁ ଅଧାରୁ ବନ୍ଦ କରିଦେଇଥାନ୍ତି ସେମାନଙ୍କର ମେରୁଦଣ୍ଡର ହାଡ଼ ଅତ୍ୟନ୍ତ ଦୁର୍ବଳ ହେବା ସହିତ ସେମାନେ ବିକଳାଙ୍ଗ ହୋଇଯାଇଥାନ୍ତି।