ଡାକ୍ତର ମନୋଜ କୁମାର ସାହୁ 

ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ‘ସ୍ୱାସ୍ଥ୍ୟ ପ୍ଲସ୍‌’କୁ ଦେଇଥିବା ସାକ୍ଷାତକାର ଆଧାରରେ।

ଲିଭର ବା ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦିନ ରାତି ଏଥିରେ କାମ ଚାଲିଥାଏ। ଆମେ ଯାହା ବି ଖାଦ୍ୟ କିମ୍ବା ମେଡିସିନ୍ ଖାଇଥାଉ, ପାକିସ୍ଥଳୀରେ ଏହା ସରଳୀକରଣ ହୋଇ ଏକ ପୋର୍ଟଲ ଭେନ୍ ସାହାଯ୍ୟରେ ଲିଭରକୁ ଯାଇଥାଏ।

liver

ଏହା ଲିଭରରେ ବିଭିନ୍ନ ପ୍ରକ୍ରିୟାରେ (ମେଟାବଲିଜମ୍, ପ୍ୟୁରିଫିକେସନ, ଡିଟକ୍ସିଫିକେସନ) ଶୁଦ୍ଧ ହୋଇଥାଏ। ଏହାପରେ ଏହି ଶୁଦ୍ଧ ରକ୍ତ ହୃତ୍ଫିଣ୍ଡକୁ ଯାଇ ସାରା ଶରୀରକୁ ପ୍ରବାହିତ ହୋଇଥାଏ। ଏହା ଦିନ ରାତି ସବୁବେଳେ ଆମ ଶରୀରରେ ଅନବରତ ଚାଲିଥାଏ। ତେଣୁ ଲିଭର ବା ଯକୃତ ବିନା ଜୀବନ ସମ୍ଭବ ନୁହେଁ।

Dr. Manoj Kumar Sahu

ଏହା କହିଛନ୍ତି ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। ନିକଟରେ ଓଡ଼ିଶାରେ ପ୍ରଥମଥର ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହୋଇଥିଲା। ଯଶୋଦା ହସ୍ପିଟାଲ ଏବଂ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ୪୦ ଜଣିଆ ଡାକ୍ତରୀ ଟିମ୍ ଏହାକୁ ସଫଳତାର ସହ କରିଥିଲେ। ଡାକ୍ତର ମନୋଜ କୁମାର ସାହୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟେସନରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।