ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ହୃଦରୋଗ ପରେ ଅଷ୍ଟିଓପୋରୋସିସ୍ ଯୋଗୁ ସାରା ବିଶ୍ୱର ସର୍ବାଧିକ ଲୋକ ପ୍ରଭାବିତ। ବିଶେଷ କରି ମହିଳାମାନେ ଏହାଦ୍ୱାରା ଅଧିକ ପୀଡ଼ିତ ହୋଇଥାନ୍ତି। ପରିସଂଖ୍ୟାନ ଅନୁସାରେ ସାରା ବିଶ୍ୱରେ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏଥିରେ ପୀଡ଼ିତ ହୁଅନ୍ତି।

Osteoporosis

ଅଷ୍ଟିଓପୋରୋସିସ୍ ହେଉଛି ହାଡ଼ର ଏକପ୍ରକାର ରୋଗ, ଯେଉଁଥିରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିର ଅଭାବରେ ବୋନ୍ ମାସ୍ କମି ଯାଇଥାଏ। ଏହାଯୋଗୁ ହାଡ଼ ଏତେ ଦୁର୍ବଳ ହୋଇଯାଏ ଯେ ସାମାନ୍ୟ ଆଘାତ ଦ୍ୱାରା ଭାଙ୍ଗିଯାଏ। ତେଣୁ ଏହି ରୋଗ ହେବା ପୂର୍ବରୁ ସତର୍କ ରହିବା ଜରୁରୀ।

back pain dont ignore

କିଭଳି ଚିହ୍ନଟ କରିବେ?

ଯଦିଓ ଅଷ୍ଟିଓପୋରୋସିସକୁ ନିରବ ରୋଗ ବୋଲି କୁହାଯାଇଥାଏ ତେବେ କିଛି ଲକ୍ଷଣକୁ ଚିହ୍ନଟ କରି ଆପଣ ରୋଗ ସଂପର୍କରେ ଜାଣିପାରିବେ। ତା’ ହେଲେ ଲଗାତର ଥକ୍କା ଅନୁଭବ କରିବା, ହାତ, ଗୋଡ଼ ଏବଂ ଅଣ୍ଟା ଦରଜ ହେବା। ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହାଡ଼ ଭାଙ୍ଗଯିବା, ସକାଳୁ ସକାଳୁ ଦୁର୍ବଳ ଅନୁଭବ କରିବା, କାମ କରିବାକୁ ଇଚ୍ଛା ନ ହେବା ଇତ୍ୟାଦି।

drinking alcohol

ମହିଳାଙ୍କୁ ହେବାର ଆଶଙ୍କା କାହିଁକି ଅଧିକ?
ମହିଳାଙ୍କ ଶରୀରରେ ଏପରି କିଛି ହରମୋନ୍ ରହିଥାଏ ଯାହା ସେମାନଙ୍କୁ ଏହି ରୋଗରୁ ରକ୍ଷା କରେ। ଅନେକ ସମୟରେ ଋତୁସ୍ରାବ ଶୀଘ୍ର ବନ୍ଦ ହୋଇଯିବା କାରଣରୁ ହରମୋନ୍ ମଧ୍ୟ ଅସନ୍ତୁଳିତ ହୋଇପଡ଼େ, ତେଣୁ ହାଡ଼ ଦୁର୍ବଳ ହୋଇଯାଏ। ଏହାଛଡ଼ା ଜନ୍ମଗତ କାରଣ, ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିର ଅଭାବ ଯୋଗୁ ଏପରି ହୋଇଥାଏ। ଧୂମପାନ କରିବା ଏବଂ ମଦ୍ୟପାନ ଏହାର ଆଶଙ୍କାକୁ ବୃଦ୍ଧି କରେ। ଏସବୁବ୍ୟତୀତ ଦୀର୍ଘ ଦିନ ଧରି ମଧୁମେହ, ଥାଇରଏଡ୍ ଭଳି ରୋଗର ଔଷଧ ଖାଇବା ବି ଏହି ରୋଗ ସୃଷ୍ଟି କରେ।

yoga

କିଭଳି ରକ୍ଷାପାଇବେ?
-ଅଷ୍ଟିଓପୋରୋସିସରୁ ରକ୍ଷ ପାଇବା ଲାଗି ଶାରିରୀକ ଭାବେ ଫିଟ୍ ରହିବା ଏବଂ ବ୍ୟାୟାମ କରିବା ଜରୁରୀ। ଶରୀରର ଯେଉଁ ଅଙ୍ଗ ସକ୍ରିୟ ରହିଥାଏ, ସେଠାରେ କ୍ୟାଲସିୟମ୍ ଏବଂ ମିନେରାଲ ଅଧିକ ସୃଷ୍ଟି ହୋଇଥାଏ, ଫଳରେ ହାଡ଼ ମଜଭୁତ ହୁଏ। ତେଣୁ ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।
-ନିଜର ଡେଲି ରୁଟିନରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପ୍ରୋଟିନ୍ ପାଇଁ ଡାଏଟ ମାଛ, ସୋୟାବିନ୍, ଗଜାଖାଦ୍ୟ, ଡାଲି, ବିନ୍ସ ଆଦି ଖାଆନ୍ତୁ। କ୍ୟାଲସିୟମ୍ ପାଇଁ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ଯେପରିକି ପନିର. ଦହି, ଛେନା ଇତ୍ୟାଦି ଅଧିକ ମାତ୍ରାରେ ଖାଆନ୍ତୁ।
-ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ବଳ ଶରୀର ଅଧିକ ଓଜନ ସହିପାରେ ନାହିଁ। ତେଣୁ ବାରମ୍ବାର ହାଡ଼ ଭାଙ୍ଗେ। ଏଥିଲାଗି ଓଜନ ବଢିବାକୁ ଦିଅନ୍ତୁ ନାହିଁ।
-ପ୍ରତିଦିନ ଦିନକୁ ୧୫-୨୦ ମିନିଟ୍ ନିଶ୍ଚିତ ଭାବେ ସୂର୍ଯ୍ୟକିରଣରେ ବସନ୍ତୁ।
-ନିଜେ ଡାକ୍ତର ହେବାକୁ ପ୍ରୟାସ କରନ୍ତୁ ନାହିଁ। ଗଣ୍ଠି ସ୍ଥାନରେ ଦରଜ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।