effect in brain

ବାଦାମ,ପିସ୍ତା, ଅଳସୀ, ଅଖରୋଟ, ସୂର୍ଯ୍ୟମୁଖ୍ୟୀର ମଞ୍ଜି ଖାଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ହୋଇଥାଏ। ଏସବୁଥିରେ ଓମେଗା ୩ ଫ୍ୟାଟି ଏସିଡ୍, ଭିଟାମିନ୍ ଇ ଏବଂ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ।

beetroot fo healthy glowing skin

-ନିୟମିତ ଭାବେ ବିଟ୍ ଖାଇଲେ ମଧ୍ୟ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଏ। ଏଥିରେ ନାଇଟ୍ରେଟ୍ ନାମକ ଏକପ୍ରକାର ତତ୍ତ୍ୱ ଥାଏ ଯାହାକି ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ କରିଥାଏ। ଫଳରେ ଠିକ୍ ଭାବେ ମସ୍ତିଷ୍କର ବିକାଶ ହୋଇଥାଏ। ବିଟର ସାଲାଡ୍, ଜୁସ୍ କରି ଆପଣ ଖାଇପାରିବେ।

-ଗଜାଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ୍, ଫାଇବର,ଭିଟାମିନ୍ ଏବଂ ପ୍ରଚୁର ପରିମାଣରେ ମିନେରାଲସ ଥାଏ। ସେସବୁକୁ ନିୟମିତ ଭାବେ ଖାଇଲେ ମସ୍ତିଷ୍କକୁ ଶକ୍ତି ମିଳେ।

vegetable

-ସବୁଜ ପତ୍ରଯୁକ୍ତ ପନିପରିବାରେ ଭିଟାମିନ୍ ଇ, କେ, ସି, ଫୋଲେଟ୍ ଓ ଫାଇଟୋ ନ୍ୟୁଟ୍ରିଏଣ୍ଟସ୍ ଭଳି ଭିଟାମିନ୍ ରହିଥାଏ। ଯାହାକି ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣରେ ସହାୟକ ହୁଏ। ସାଲାଡ୍, ରାଇତା, ଜୁସ, ସୁପ୍ କରି ଏହାକୁ ଖାଇ ପାରିବେ।

tomato

-ଟମାଟୋରେ ଲାଇକୋପିନ୍ ନାମକ ଏକ ପ୍ରକାର ତତ୍ତ୍ୱ ରହିଥାଏ ଯାହାକି କୋଷିକାର ବୃଦ୍ଧିରେ ସହାୟକ ହୁଏ। ତେଣୁ ନିୟମିତ ଭାବେ ଏହାକୁ ଖାଦ୍ୟରେ ସାମିଲ କଲେ ମସ୍ତିଷ୍କର ଦକ୍ଷତା ବଢେ।