weight lose image

ଅଧିକାଂଶ ବ୍ୟକ୍ତି କିପରି ପ୍ରାକୃତିକ ଓ ସୁରକ୍ଷିତ ଭାବରେ ଓଜନ କମ୍ କରିବେ ନିଶ୍ଚିତ ନ ଥାଆନ୍ତି। ବିଭିନ୍ନ କମ୍ପାନିର ଆହାର ସୂଚୀ, ଔଷଧ, ଅନ୍ୟ ଓଜନ କମ୍ କରିବା ପାଇଁ ଜିନିଷ ବ୍ୟବହାର କରନ୍ତି, ୱେବସାଇଟ୍ ପତ୍ରପତ୍ରିକା ପଢ଼ି ଓଜନ କମାଇବା ବିଷୟରେ ଭୁଲ୍ ସୂଚନା ହିଁ ଏକତ୍ରିତ କରନ୍ତି।

ପ୍ରାକୃତିକ ଉପାୟରେ ଓଜନ କମ୍‌ କରିବାର ବା ସୁସ୍ଥ ଓଜନ ବଜାୟ ରଖିବାର ଉପାୟ ହେଉଛି:

breakfast in office

୧. ଘରେ ଓ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ

ଲୋକ ବହୁ ସମୟରେ ସୁବିଧାରେ ମିଳୁଥିବା ଖାଦ୍ୟ ଖାଇଥାଆନ୍ତି। କିନ୍ତୁ ପ୍ୟାକ୍‌ ହୋଇଥିବା ଖାଦ୍ୟ ଓ ମିଠା ଜିନିଷ ଏଡ଼ାଇବା ଭଲ। ତେଣୁ ଘରେ ଓ କାର୍ଯ୍ୟସ୍ଥଳରେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ। ଯାହାଫଳରେ ଭୋକ ଲାଗିଲା ବେଳେ ଅତ୍ୟଧିକ ଚିନି, ଲୁଣ, ଏବଂ ତେଲ ଖାଇବା ଏଡ଼ାଇପାରିବେ। କେତେକ ସ୍ୱାସ୍ଥ୍ୟକର ଜଳଖିଆର ଉଦାହରଣ ହେଉଛି ବିଭିନ୍ନ ବୀଜ ଜାତୀୟ ଖାଦ୍ୟ ଯେପରିକି କାଜୁ, ଆଲମଣ୍ଡ, କିସ୍‌ମିସ୍‌ ଇତ୍ୟାଦି, ଫଳ, କଞ୍ଚା ଖିଆଯାଉଥିବା ପରିବା ସାଲାଡ୍ ଇତ୍ୟାଦି ଖାଇବାର ଅଭ୍ୟାସ କରନ୍ତୁ।

୨. ପ୍ରୋସେସ୍‌ଡ ଖାଦ୍ୟ ଖାଇବା କମ୍‌ କରନ୍ତୁ ଯେମିତିକି ମିଠା ଜିନିଷ, ଚେନାଚୁର, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।

Fried Chicken

୩. ଅଧିକ ପ୍ରୋଟିନ୍‌ ଖାଆନ୍ତୁ। ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ତେଣୁ ଜଣେ ବ୍ୟକ୍ତି ଅଧିକ ଅଣ୍ଡା, ଚିକେନ୍, ମାଛ, ବିନ୍ସ, ଛେନା, ଖାଇବା ଉଚିତ। ଏହି ସମସ୍ତ ଖାଦ୍ୟ ପ୍ରୋଟିନ୍‌ରେ ସମୃଦ୍ଧ ହୋଇଥାଏ ଏବଂ ଅପେକ୍ଷାକୃତ ଭାବେ କମ୍ ପରିମାଣର ଫ୍ୟାଟ୍ ଧାରଣ କରେ।

୪. ଚିନି ପକାଇ ଖାଇବା ଏଡାନ୍ତୁ। ଚିନି ଖାଇବା ଛାଡ଼ିବା ସହଜ ହୋଇନଥାଏ କିନ୍ତୁ ପ୍ରଥମେ ମିଠା ଜିନିଷ ଖାଇବା ବନ୍ଦ କରି ଏ ଦିଗରେ ଅଗ୍ରସର ହୋଇପାରିବେ।

say no to sweets

୫. ବ୍ଲାକ୍ କଫି ପିଅନ୍ତୁ। ଚିନି ନ ପକାଇ କେବଳ ପାଣିରେ କଫି ପିଇଲେ ସ୍ୱାସ୍ଥ୍ୟକର ପ୍ରଭାବ ଲାଭ ହୋଇଥାଏ। ଏହା ଡାଇବେଟିସ୍ ଓ ଲିଭର ରୋଗର ଆଶଙ୍କା କମ୍ କରିଥାଏ।

୬. ଯଥେଷ୍ଟ ପାଣି ପିଅନ୍ତୁ। ପାଣି ପିଇବା ସୁସ୍ୱାସ୍ଥ୍ୟ ପାଇଁ ଅମୃତତୁଲ୍ୟ ହୋଇଥାଏ। ଏହା କୌଣସି କ୍ୟାଲୋରୀ ଧାରଣ କରେ ନାହିଁ ଏବଂ ଶରୀରକୁ ସୁସ୍ଥ ରଖେ। ତେଣୁ ଦିନସାରା ବିଭିନ୍ନ ସମୟରେ ପାଣି ପିଅନ୍ତୁ ବିଶେଷକରି ଖାଇବା ପୂର୍ବରୁ ପାଣି ପିଇଲେ ଖାଦ୍ୟର ପରିମାଣ ମଧ୍ୟ କମିଯାଇଥାଏ।

drink more water

୭. ପାନୀୟରେ କ୍ୟାଲୋରୀ ସେବନ ଏଡ଼ାନ୍ତୁ। ସୋଡ଼ା, ଫଳରସ ଏବଂ ଏନର୍ଜି ଡ୍ରିଙ୍କରେ ଅଧିକ ଶର୍କରା ରହିଥାଏ ଯାହାଫଳରେ ଓଜନ ବଢ଼େ। ତେଣୁ ଓଜନ କମ୍ କରିବା କଷ୍ଟକର ହୋଇଯାଏ। ତେଣୁ ମଦ୍ୟପାନ, ବିଭିନ୍ନ ପ୍ରକାରର କଫି ଇତ୍ୟାଦି ପରିବର୍ତ୍ତେ ଲେମ୍ବୁ ପାଣି, ହର୍ବାଲ୍ ଟି ଇତ୍ୟାଦି ପିଅନ୍ତୁ।

୮. ରିଫାଇଣ୍ଡ୍ କାର୍ବୋହାଇଡ୍ରେଟ୍ ଏଡ଼ାଇବା। ଅରୁଆ ଭାତ, ମଇଦା, ପାଉଁରୁଟି, ବହୁ ପ୍ରକାରର ଶସ୍ୟ, ଚିନି, ମିଠା ଜିନିଷ ଇତ୍ୟାଦି ଓଜନ ବଢ଼ିବାର କାରଣ ହୋଇଥାଏ। ତେଣୁ ଅରୁଆ ଭାତ ବଦଳରେ ଉଷୁନା ଭାତ ଓ ଗହମ ତିଆରି ପାଉଁରୁଟି ବାଛନ୍ତୁ।

୯. ସାମୟିକ ବ୍ୟବଧାନରେ ନିୟମିତ ଉପବାସ କରନ୍ତୁ।

Calory food

୧୦. କ୍ୟାଲୋରୀ ହିସାବ କରିବା ଓ ଖାଉଥିବା ଖାଦ୍ୟର ତାଲିକା କରନ୍ତୁ।

୧୧. ପ୍ରତିଥର ଖାଇବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷନ୍ତୁ। ଏହା କେବଳ ଦାନ୍ତକୁ ପରିଷ୍କାର ରଖିବା ପାଇଁ ତାହା ସହିତ ଅଯଥା ସ୍ନାକ୍‌ସ ଖାଇବାର ଇଛାକୁ ମଧ୍ୟ କମ୍ କରିଥାଏ।

୧୨. ଅଧିକ ଫଳ ଓ ପନିପରିବା ଖାଇବା ଶରୀରର ଓଜନ କମ୍ କରିଥାଏ।

fruits

୧୩. କାର୍ବୋହାଇଡ୍ରେଟ୍ ଯେପରିକି ଚିନି, ଭାତ, ରୁଟି ଇତ୍ୟାଦି ଅଧିକ ଖାଇବା ଏଡ଼ାନ୍ତୁ।

୧୪. ଅଧିକ ତନ୍ତୁଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଓଜନ କମ୍ କରିବା ସହ ପାଚନ ପ୍ରଣାଳୀରେ ଉନ୍ନତି ଆଣିଥାଏ।

yoga

୧୫. ନିୟମିତ ବ୍ୟାୟାମ କରିବା ଶରୀରକୁ ସୁସ୍ଥ ରଖେ। ଅଧିକାଂଶ ବ୍ୟକ୍ତି ନିୟମିତ ଭାବରେ ବ୍ୟାୟାମ କରନ୍ତି ନାହିଁ ଏବଂ ସେମାନଙ୍କର କାର୍ଯ୍ୟ ମଧ୍ୟ ଶାରୀରିକ ଶ୍ରମ ଜଡ଼ିତ କରେ ନାହିଁ। ତେଣୁ ନିୟମିତ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।

୧୬. ଧୀରେ ଧୀରେ ଖାଆନ୍ତୁ। ଧୀରେ ଧୀରେ ଖାଇଲେ ମସ୍ତିଷ୍କକୁ ପେଟ ପୂର୍ଣ୍ଣ ହୋଇଛି ବୁଝିବା ପାଇଁ ସମୟ ମିଳିଯାଏ। ଫଳରେ ଅଧିକ ଖାଇବାକୁ ଇଛା ହୁଏ ନାହିଁ। ତେଣୁ ଖାଦ୍ୟ ଖାଇଲା ବେଳେ ଚୋବାଇ ଚୋବାଇ ଧୀରେ ଖାଆନ୍ତୁ।

chilly add to diet

୧୭. ଖାଦ୍ୟରେ ଲଙ୍କା ସାମିଲ୍ କଲେ ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଲଙ୍କାରେ ଥିବା କ୍ୟାପ୍‌ସାଇସିନ୍‌ର ଓଜନ ହ୍ରାସ ଉପରେ ଅନୁକୂଳ ପ୍ରଭାବ ରହିଥାଏ।

୧୮. ଯଥେଷ୍ଟ ଶୁଅନ୍ତୁ। ମେଦବହୁଳତା ବା ଓଜନ ବୃଦ୍ଧିର ଅନ୍ୟତମ କାମ ହୋଇଥାଏ ନିଦ୍ରାର ଅଭାବ। ଯଥେଷ୍ଟ ଶୋଇବା ଫଳରେ ମଧ୍ୟ ଓଜନ ନିୟନ୍ତ୍ରଣରେ ରହିଥାଏ।

small thali-healthy food

୧୯. ଛୋଟ ଥାଳିରେ ଖାଦ୍ୟ ଖାଆନ୍ତୁ। ଥାଳିର ଆକାର ଛୋଟ କରିବା ଫଳରେ ଆମକୁ ଖାଦ୍ୟ ଥାଳି ଭର୍ତ୍ତି ଦିଶିଥାଏ ଓ ଆମ ମନ ଉପରେ ଏହା ପ୍ରଭାବ ପକାଇଥାଏ।

say no to smoke and drink

୨୦.  ମଦ୍ୟପାନ, ଧୂମପାନ ଓ ନିଶାଦ୍ରବ୍ୟ ସେବନ ତ୍ୟାଗ କରନ୍ତୁ।

ଏହି କୋଡିଏଟି ସୂଚନା ମନେରଖନ୍ତୁ ଓ ଏହାକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ସାମିଲ୍ କରି ସୁସ୍ଥ ରହନ୍ତୁ। ଶରୀରକୁ ସୁନ୍ଦର ସୁଗଠିତ ରଖନ୍ତୁ।