ଶୀତଦିନେ କମ୍ ତାପମାତ୍ରା ଏବଂ ବହୁଥିବା ଥଣ୍ଡା ପବନ ଯୋଗୁଁ ଆମେ ଅଧିକ ପୋଷାକ ପିନ୍ଧିବା ସହିତ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ମଧ୍ୟ ଖାଇଥାଉ। ସାଧାରଣତଃ ଶୀତଦିନେ ତାପମାତ୍ରା ତଳକୁ ଖସିଯାଇଥିବାରୁ ଆମର ଭୋକର ମାତ୍ରା ବଢ଼ିଯାଏ ଯାହାଫଳରେ ଆମେ ଏଣୁତେଣୁ ଖାଦ୍ୟ ଖାଇଦେଉ।

pakoda

ବହୁ ସମୟରେ ଶରୀରକୁ ଖାଦ୍ୟର ଆବଶ୍ୟକତା ନଥାଏ କିନ୍ତୁ ଇଚ୍ଛା ହୁଏ ଖାଇବାକୁ। ତେଣୁ ବାରମ୍ବାର ସ୍ନାକ୍ସଜାତୀୟ ଦ୍ରବ୍ୟ ଖାଇ ଖାଇ ଆମ ଓଜନ ବଢ଼ିଯାଏ ଓ ଶରୀର ମଧ୍ୟ ଅସୁସ୍ଥ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି ଶୀତଦିନେ ଅଧିକ ଭୋକ ଲାଗିବାର କାରଣ କ’ଣ?

ଶରୀରରେ ଡିହାଇଡ୍ରେସନ୍

ଖରାଦିନ ଅପେକ୍ଷା ଶୀତଦିନେ ଆମକୁ କମ୍ ଶୀତ ଲାଗିଥାଏ। ସେଲାଗି ଆମେ କମ୍ ପାଣି ପିଇଥାଉ। ଯାହା ଫଳରେ ଶରୀରରେ ଦେଖାଦିଏ ଡିହାଇଡ୍ରେସନ୍। ରୁମ୍ ହିଟର୍‌ ତଥା ଅଧିକ ଗରମ୍‌ ପୋଷାକ ପିନ୍ଧିବା ଯୋଗୁଁ ମଧ୍ୟ ଡିହାଇଡ୍ରେସନ୍ ହୋଇଥାଏ। ତେଣୁ ଡିହାଇଡ୍ରେସନ୍ ହେଲେ ଅମେ ପାଣି ପିଇବା ପରିବର୍ତ୍ତେ ଅଧିକ ଖାଦ୍ୟ ଖାଇଥାଉ।

SwasthyaPlus

ଦୁର୍ବଳ ପାଣିପାଗ

ଶୀତଦିନେ ତାପମାତ୍ରା କମ୍ ହେବା ସହ ପାଗ ମଧ୍ୟ କାଉଁଳିଆ ରହିଥାଏ। ସବୁଆଡ଼େ କୁହୁଡ଼ି ଥାଏ ଏବଂ ପାଗ ଅତ୍ୟନ୍ତ ଦୁର୍ବଳ ଲାଗେ। ଯାହାଦ୍ଵାରା ଲାକଙ୍କୁ ଅଳସୁଆ ଏବଂ ଚିଡ଼୍ ଚିଡ଼୍ ଲାଗେ। ଗବେଷଣାରୁ ଜଣାପଡ଼ିଛି ଯେ ସାଧାରଣତଃ ଶୀତଦିନେ ଅଧିକାଂଶ ଲୋକ ଏସ୍‌ଏଡି (ସିଜିନାଲ୍‌ ଅଫେକ୍ଟିବ୍‌ ଡିସ୍‌ଅର୍ଡର) ରେ ପୀଡ଼ିତ ଥାଆନ୍ତି। ଏହି କାରଣ ଯୋଗୁଁ ସେମାନେ ଅଧିକ ଖାଦ୍ୟ ଖାଇଥାନ୍ତି।

ତାପମାତ୍ରା

ଶୀତଦିନେ ତାପମାତ୍ରା କମିଯିବାରୁ ଏବଂ ଅଧିକ ଥଣ୍ଡା ହେଉଥିବାରୁ ଶରୀର ନିଜକୁ ଗରମ ରଖିବାକୁ ଅଧିକ ପରିଶ୍ରମ କରିଥାଏ। ଏଥିପାଇଁ ଶରୀର ଅଧିକ କ୍ୟାଲୋରୀ ଆବଶ୍ୟକ କରିଥାଏ। ଏହି କ୍ୟାଲେରୀର ଭରଣ ପାଇଁ ଆମେ ଅଜଣାତରେ ଅଧିକ ଖାଦ୍ୟ ଖାଇଦେଉ।