ବାର୍ଦ୍ଧକ୍ୟ ପାଖେଇଲେ ମନେ ରଖିବାର ଶକ୍ତି ଧୀରେ ଧୀରେ କମିବାରେ ଲାଗେ। ଏହା ସ୍ୱାଭାବିକ ତେବେ, ଯୁବାବସ୍ଥାରେ ଏହି ଲକ୍ଷଣ ଦେଖାଗଲେ ଏହା ଚିନ୍ତାର କାରଣ ପାଲଟିଯାଏ। ଗୋଟିଏ ସ୍ଥାନରେ ଯାନବାହାନ ଚାବି ରଖି, ଆମେ ଏହାକୁ ଅନ୍ୟସ୍ଥାନରେ ଖୋଜିଥାଉ। କେବଳ ଚାବି ନୁହେଁ, ଅନେକ ଜିନିଷପତ୍ର ଗୋଟିଏ ସ୍ଥାନରୁ ନେଇ ଆଉ ଗୋଟିଏ ସ୍ଥାନରେ ଆମେ ନିଜେ ରଖିଥାଉ କିନ୍ତୁ, ଦରକାରୀ ସମୟରେ ମନେ ପଡେନାହିଁ ଏହା କେଉଁଠି ଅଛି।ଆସନ୍ତୁ ଜାଣିବା ସ୍ମରଣ ଶକ୍ତି ହ୍ରାସ ପାଇଁ କେଉଁ କେଉଁ କାରଣ ଦାୟୀ।

mental Pressure

ଆପଣ ଭାବୁଛନ୍ତି କୌଣସି ବ୍ୟକ୍ତି କିମ୍ବା ସ୍ଥାନର ନାଁ ଆପଣଙ୍କ ପାଟି ଅଗରେ ଅଛି, କିନ୍ତୁ ମନେ ପଡୁନାହିଁ। ଦରକାର ବେଳେ ଉଚ୍ଚାରଣ କରିପାରୁନାହାନ୍ତି ଆପଣ। ଅଳ୍ପ ବହୁତ ଆମେ ସମସ୍ତେ ମନେ ନ ରହିବା ପରିସ୍ଥିତିକୁ ସାମ୍ନା କରିଥାଇପାରନ୍ତି। ତେବେ ଯଦି ଲଗାତାର ଏସବୁ ଆପଣଙ୍କ ସହିତ ହେଉଛି, ତେବେ ହୋଇଯାନ୍ତୁ ସାବଧାନ। ଏହା ଆପଣଙ୍କୁ ପକାଇପାରେ ଅସୁବିଧାରେ। ଆପଣ ଯଦି ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରୁଛନ୍ତି, କହିବାକୁ ଚାହୁଁଥିବା ବିଷୟ ବଦଳରେ ଭୁଲ ଶଦ୍ଦ ବ୍ୟବହାର କରୁଛନ୍ତି। ଯେପରିକି ପାଣି ଦରକାର ହେଲେ, ଚା ମାଗିବା ଆଦି ଅଭ୍ୟାସ। ଗୋଟିଏ ସ୍ଥାନକୁ ଯିବା ବଦଳରେ ଅନ୍ୟ ଠିକଣାରେ ଯାଇ ପହଞ୍ଚିବା ଆଦି ସ୍ମରଣ ଶକ୍ତି ହ୍ରାସର ଲକ୍ଷଣ ହୋଇପାରେ। ବେଳେବେଳେ ନିଜକୁ ସଂପୂର୍ଣ ଭୁଲିଯିବାର ପରିସ୍ଥିତି ସୃଷ୍ଟି ହୋଇଥାଏ କିଛି ସେକେଣ୍ଡ ପାଇଁ। ଅନେକ ବ୍ୟକ୍ତି ହଠାତ ଭୁଲିଯାନ୍ତି ସେମାନେ କିଏ।

morning exersice

କ’ଣ ଏହାର କାରଣ?

  • ଶରୀରରେ ଭିଟାମିନ୍ ବି-୧୨ ର ମାତ୍ରା କମିଗଲେ ସ୍ମରଣ ଶକ୍ତି ହ୍ରାସ ହୋଇପାରେ।
  • ଶରୀରକୁ ସଠିକ ପରିମାଣରେ ନିଦ୍ରା ନ ମିଳିଲେ ହୋଇପାରେ ଏହି ସମସ୍ୟା।
  • ଅତ୍ୟଧିକ ମାଦକ ଦ୍ରବ୍ୟର ସେବନ ଯୋଗୁଁ କମିପାରେ ସ୍ମରଣ ଶକ୍ତି।
  • କେତେକ ଜଟିଳ ଚିକିତ୍ସା ପଦ୍ଧତି ଓ ଔଷଧପତ୍ର ସେବନ ଯୋଗୁଁ ମଧ୍ୟ ସୃଷ୍ଟି ହୋଇପାରେ ଏହି ସମସ୍ୟା।
  • ଅତ୍ୟଧିକ ଚିନ୍ତା,ଚାପ, ମାନସିକ ଅବସାଦଗ୍ରସ୍ତ ରହିଲେ ଏହା ସ୍ମରଣ ଶକ୍ତିକୁ କରିପାରେ ପ୍ରଭାବିତ।
  • ଅପପୁଷ୍ଟିର ଶିକାର ହେଲେ ମଧ୍ୟ କମିଯାଏ ସ୍ମରଣ ଶକ୍ତି।

SwasthyaPlus

କ’ଣ କରିବା ଦରକାର?

  • ପ୍ରତିଦିନ କିଛି କିଛି ସମୟ କାଢି ଶାରିରୀକ ବ୍ୟାୟାମ କରନ୍ତୁ। ଏହା ଫଳରେ ମସ୍ତିଷ୍କ ସମେତ ଶରୀରର ସମସ୍ତ ଅଙ୍ଗକୁ ସଠିକ ଢଙ୍ଗରେ ରକ୍ତ ସଂଞ୍ଚାଳନ ହୋଇଥାଏ।
  • ମାନସିକ ଭାବରେ ଚଳଚଞ୍ଚଳ ରହିବାକୁ ଚେଷ୍ଟା କରନ୍ତୁ। ମାନସିକ ଶକ୍ତି ବଢିବାରେ ସାହାଯ୍ୟ କରୁଥିବା ବିଭିନ୍ନ ପ୍ରକାର ଗେମ୍ ଖେଳନ୍ତୁ। ନିଜ ପସନ୍ଦର ବାଦ୍ୟଯନ୍ତ୍ର ବଜାଇ ଶିଖିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଏକୁଟିଆ ରହୁଥାନ୍ତି ତେବେ ଟିକେ ସାମାଜିକ ଜାବନଧାରା ସହିତ ଯୋଡି ହେବାକୁ ଚେଷ୍ଟା କରନ୍ତୁ। କୌଣସି ଅନୁଷ୍ଠାନ କିମ୍ବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରନ୍ତୁ।
  • ନିଜର ଦୈନନ୍ଦିନ ଗୁରୁତ୍ୱପୂର୍ଣ କାମ ଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ। କେତେବେଳେ କେଉଁ କାମ କରିବେ, କେତେବେଳେ କାହାକୁ ଭେଟିବେ, କୁଆଡେ ଯିବେ, ପୂର୍ବରୁ ପ୍ଲାନ ପ୍ରସ୍ତୁତ କରି ଏକ ନୋଟବୁକ, ସେଲଫୋନ୍, କିମ୍ବା କମ୍ପୁଟରରେ ଲେଖି ନିଅନ୍ତୁ।
  • ସଠିକ ସମୟରେ ଶୁଅନ୍ତୁ ଓ ସଠିକ ସମୟରେ ଶଯ୍ୟା ତ୍ୟାଗ କରନ୍ତୁ। ନିଦ କମାନ୍ତୁ ନାହିଁ।
  • ମାଦକ ଦ୍ରବ୍ୟ ଠାରୁ ଦୂରରେ ରହି, ଉତ୍ତମ ଖାଦ୍ୟ ସଠିକ ସମୟରେ ଖାଆନ୍ତୁ।
  • ମଲ୍ଟି ଟାସ୍କିଂ କାର୍ଯ୍ୟଶୈଳୀଠାରୁ ଦୂରେଇ ରୁହନ୍ତୁ।

ନିଜର ସ୍ମରଣ ଶକ୍ତି କମୁଥିବାର ଅନୁଭବ ହେଲେ, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଭାବରେ କେତେଗୁଡିଏ ମାନସିକ ଅଭ୍ୟାସ କରନ୍ତୁ, ଦେଖିବେ ଧୀରେ ଧୀରେ ଏଥିରେ ସୁଧାର ଆସିବ।