କିଡ୍ନି ରୋଗର କାରଣ  ଏହାର ଲକ୍ଷଣ ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ନନ୍ଦଙ୍କ ପରାମର୍ଶ (Kidney Failure – Causes and Symptoms in Odia) 

  •      କିଡ୍ନି ଖରାପ ହେବାର ପ୍ରମୁଖ କାରଣଗୁଡ଼ିକ କ?
  •      ଡାଏବେଟିସ୍ ବ୍ଲଡ୍ପ୍ରେସର ନିୟନ୍ତ୍ରଣ ନହେଲେ କିଡ୍ନି ବିଗିଡ଼ିଥାଏ କି?
  •      କୌଣସି ଔଷଧର କୁପ୍ରଭାବରୁ କିଡ୍ନି ଖରାପ ହୋଇପାରେ କି?
  •       କିଡ୍ନି ରୋଗର ଲକ୍ଷଣଗୁଡ଼ିକ କ?

ଆମ ଶରୀରରେ ଦୁଇଟି କିଡ୍ନି ରହିଛି ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍ନିର ମୁଖ୍ୟ କାମ ଉଦାହରଣ ସ୍ୱରୂପ, ଆମେ ଆମ ଘରକୁ ସଫା ନକଲେ ଏହା ଅପରିଷ୍କାର ହୋଇପଡ଼େ, ଦୁର୍ଗନ୍ଧ ହୁଏ ସେମିତି ଆମ ଶରୀରରେ ଯଦି କିଡ୍ନି ଠିକ୍ ଭାବେ କାମ କରିବା ବନ୍ଦ କରିଦିଏ, ତାହେଲେ ଆମ ଶରୀର ଉପରେ ତାର ବଡ଼ ପ୍ରଭାବ ପଡ଼ିଥାଏ

ଆସନ୍ତୁ ଜାଣିବା କିଡ୍ନି କିପରି ଖରାପ ହୋଇଥାଏ, ଏହି ରୋଗର ଲକ୍ଷଣ ସବୁ କଣ ଏବଂ ଏହାର ତୁରନ୍ତ ଚିକିତ୍ସା କରାଯିବା କାହିଁକି ଜରୁରୀ?

କିଡ୍ନି ରୋଗର କାରଣ (Causes of Kidney Failure in Odia)

ଅନେକଙ୍କ ମନରେ କିଡ୍ନି ରୋଗକୁ ନେଇ ଡର ଥାଏ ଏଥିରେ ଡରିବାର କିଛି ନାହିଁ କିଡ୍ନି ଖରାପ ହେବାର ଗୋଟିଏ ବଡ଼ କାରଣ ହେଉଛି ଡାଏବେଟିସ୍ ଯଦି କୌଣସି ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି  ଡାଏବେଟିସ ରୋଗରେ ପୀଡ଼ିତ ତେବେ ତାଙ୍କର କିଡ୍ନି ଖରାପ ହେବାର ସମ୍ଭାବନା ଥାଏ ତେଣୁ ଡାଏବେଟିସକୁ ନିୟନ୍ତ୍ରଣ କରିବା ନିହାତି ଦରକାର

ତେବେ ଆଜି ଡାଏବେଟିସ ହେଲେ କାଲି କିଡ୍ନି ଖରାପ ହେବ, ଏଭଳି କଥା କୁହାଯାଇପାରିବ ନାହିଁ ଲମ୍ବା ସମୟ ଧରି ଯଦି କେହି ଡାଏବେଟିସରେ ପୀଡ଼ିତ ଥାନ୍ତି ଏବଂ ତାକୁ ନିୟନ୍ତ୍ରଣ କରୁନାହାନ୍ତି, ତେବେ କିଡ୍ନି ରୋଗ ହେବାର ଆଶଙ୍କା ରହିଥାଏ

kidney

କିଡ୍ନି ରୋଗ ହେବାର ଅନ୍ୟ ଏକ କାରଣ ହେଉଛି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ପ୍ରେସର ଯଦି ଜଣଙ୍କର ବ୍ଲଡ୍ପ୍ରେସର ବଢ଼ି ଯାଇଥିବ ଏବଂ ସେ ଏ ବାବଦରେ ସଚେତନ ନାହାନ୍ତି କି ଚିକିତ୍ସା କରୁ ନାହାନ୍ତି, ତେବେ ତାଙ୍କର କିଡ୍ନି ରୋଗ ହୋଇପାରେ

ସେହିପରି କାହାର କୋଲେଷ୍ଟ୍ରୋଲ୍, ଟ୍ରାଇଗ୍ଲିସେରାଇଡ୍ ଯଦି ଲମ୍ବା ସମୟ ଯାଏଁ ବଢ଼ି ରହିଥାଏ, ତେବେ କିଡ୍ନି ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି ଏହାଛଡ଼ା ବାରମ୍ବାର ୟୁରିନ୍ ଇନ୍ଫେକ୍ସନ ବା ମୂତ୍ର ସଂକ୍ରମଣ ସହିତ ଜ୍ୱର ହେଉଥିଲେ କିଡ୍ନି ସମସ୍ୟାର ଆଶଙ୍କା ଥାଏ

କିଡ୍ନି ଖରାପ ହେବାର ଅନ୍ୟ ଏକ ଜଣାଶୁଣା କାରଣ ହେଉଛି ପେନ୍କିଲର ଯଦି ଆପଣ ଲମ୍ବା ସମୟ ଧରି କିଛି ପେନ୍କିଲର ଖାଉଥାନ୍ତି ତେବେ ଆପଣଙ୍କଠାରେ କିଡ୍ନି ଉପରେ ଏହାର ପ୍ରଭାବ ପଡ଼ିପାରେ ସେହିପରି ଅନ୍ୟାନ୍ୟ ନେଫ୍ରୋଟକ୍ସିକ୍ ଔଷଧ ଖାଇବା ଦ୍ୱାରା ମଧ୍ୟ କିଡ୍ନି ଖରାପ ହେବାର ସମ୍ଭାବନା ଥାଏ ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଗ୍ରହଣ କରନ୍ତୁ ନାହିଁ

କିଡ୍ନି ରୋଗର ଲକ୍ଷଣ (Symptoms of Kidney Failure in Odia)

·        ଦୁର୍ବଳ ଲାଗିବା

·        ମୁହଁ ପାଦ ଫୁଲିବା

·        ପରିସ୍ରାର ପରିମାଣ କମିଯିବା

·        ଧଇଁସଇଁ ଲାଗିବା

·        ରକ୍ତହୀନତା ଦେଖାଯିବା

ଏସବୁ ହେଉଛି କିଡ୍ନି ଖରାପ ହେବାର ଲକ୍ଷଣ ତେବେ ଯେ କୌଣସି ବ୍ୟକ୍ତି ଦୁର୍ବଳ ଅନୁଭବ କଲେ ଯେ କିଡ୍ନି ରୋଗ ହୋଇଛି ସେଭଳି ଭାବିବା ଠିକ୍ନୁହେଁ ଧରନ୍ତୁ ଆଗରୁ ଆପଣ ଗୋଟିଏ ଦିନରେ ୪ କିଲୋମିଟର ଚାଲୁଥିଲେ, ତାହା ଧିରେ ଧିରେ ଏହା କମିଯାଇ ୨ରୁ ୧ କିଲୋମିଟର ହୋଇଯାଉଛି

ଏହା ସହିତ ଯଦି ମୁହଁ ବା ପାଦ ଇତ୍ୟାଦି ଫୁଲି ଯାଇଛି, ରକ୍ତରୁ ହିମୋଗ୍ଲୋବିନ କମି ଯାଇଛି, ବ୍ଲଡ୍ପ୍ରେସର ବଢ଼ିଯାଇଛି ଏବଂ ପରିସ୍ରାର ପରିମାଣ ମଧ୍ୟ କମି ଯାଉଛି ତେବେ ଏସବୁ କିଡ୍ନି ଖରାପ ହେବାର ସଂକେତ ବୋଲି ଭାବିବା ତେବେ ନିଶ୍ଚିତ ହେବା ପାଇଁ ଆପଣଙ୍କୁ ଏକ ପରୀକ୍ଷା କରିବାକୁ ପଡ଼ିବ

ପରୀକ୍ଷା କରି ଜାଣନ୍ତୁ କିଡ୍ନି ସମସ୍ୟା

ସାଧାରଣ ରକ୍ତ ପରୀକ୍ଷାରୁ ଜାଣି ହେବ ଯେ ଜଣଙ୍କ କିଡନି ସୁସ୍ଥ ଅଛି କି ନାହିଁ ରକ୍ତରେ ୟୁରିଆ ଏବଂ କିଏଟିନ୍ର ମାତ୍ରା ବଢ଼ି ଯାଇଥିଲେ କିଡ୍ନି ଖରାପ ହୋଇଥିବା ଜଣାପଡ଼ିଥାଏ ତେବେ ଜଣେ ରୋଗୀର ଅବସ୍ଥା ଦେଖି ଭିନ୍ନ ଭିନ୍ନ ହିଁ ଚିକିତ୍ସା କରାଯାଇଥାଏ

 (ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ବିଶ୍ୱଜିତ୍ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ) 

Note: A brief medical advice, in Odia language, on Kidney ailments with their symptoms & treatment and the option for Kidney transplantation based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.